ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚିଠି ଲେଖିଲେ ଫୁଲବାଣୀର ତରୁଣ ଚିତ୍ରଶିଳ୍ପୀ ପ୍ରସାଦ ସୋନୁଙ୍କୁ…

ଫୁଲବାଣୀ: ଗତ ସାଧାରଣ ନିର୍ବାଚନରେ ନିର୍ବାଚନ ପ୍ରଚାର ଗସ୍ତରେ ମଇ ମାସ ୧୧ ତାରିଖରେ କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀକୁ ପ୍ରଚାଚରେ ଆସିଥିବା ବେଳେ, ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ସ୍ୱତନ୍ତ୍ର ଓ ଭିନ୍ନ ଧରଣର ଚିତ୍ର ତିଆରି କରି ଉପହାର ଦେଇଥିଲେ ଫୁଲବାଣୀର ୧୭ ବର୍ଷିୟ ଚିତ୍ରକର ପ୍ରସାଦ ସୋନୁ । ଚିତ୍ରଟିକୁ ସଭା ମଞ୍ଝରୁ ଦେଖିବା ପରେ ନିଜ ସୁରକ୍ଷା କର୍ମୀ ମାନଙ୍କ ଜରିଆରେ ଚିତ୍ରଟିକୁ ଗ୍ରହଣ କରିଥିଲେ ପ୍ରଧାନମନ୍ତ୍ରୀ । ଚିତ୍ରରେ ଅଯୋଧ୍ୟା ଶ୍ରୀ ରାମ ମନ୍ଦିରରେ ଥିବା ଶ୍ରୀ ରାମ ଲାଲାଙ୍କ ମୁର୍ତି ର ଚିତ୍ର ରହିଥିବା ସମେତ ସେଥିରେ ଶ୍ରୀ ଜଗନ୍ନାଥଙ୍କ ଶ୍ରୀ ମୁଖ ରହିଛି । ବିଷୟ ବସ୍ତୁକୁ ଦେଖିବା ପରେ ସଭାସ୍ଥଳରେ ହିଁ ଓଡିଶାର କଳା ଓ କଳାକାରମାନଙ୍କ ପ୍ରସଂସା କରିଥିଲେ ନରେନ୍ଦ୍ର ମୋଦୀ । ଏଥି ସହିତ ସେ ପ୍ରସାଦ ସୋନୁକୁ ଚିଠି ଲେଖିବେ ବୋଲି ମଧ୍ୟ ପ୍ରତିଶୃତି ଦେଇଥିଲେ । ଆଜି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଚିଠି ଆସିବା ପରେ ପ୍ରସାଦ ଏବଂ ତାଙ୍କ ପରିବାର ଲୋକଙ୍କ ମଧ୍ୟରେ ଏକ ଖୁସିର ଲହରୀ ଖେଳିଯାଇଛି । ଚିଠିରେ ପ୍ରସାଦଙ୍କ ଚିତ୍ରକଳାକୁ ପ୍ରସଂସା କରିବା ସହିତ ଶ୍ରୀଜଗନ୍ନାଥଙ୍କ ମହିମାରେ ଓଡିଶା ସମେତ ସମଗ୍ର ଭାରତ ଉନ୍ନତି ଦିଗରେ ଆଗକୁ ଯାଉଛି ବୋଲି ଉଲ୍ଲେଖ କରିଛନ୍ତି । ଏଥି ସହିତ ପ୍ରସାଦଙ୍କ ଉଜ୍ୱଳ ଭବିଷ୍ୟାତର କାମନା ମଧ୍ୟ କରିଛନ୍ତି । ଏହା ଯାଣିବା ପରେ ପ୍ରସାଦଙ୍କ ପିତା ପ୍ରଶାନ୍ତ କୁମାର ବେହେରା ଏବଂ ମାତା ରଞ୍ଜିତା ବେହେରା ଓ ତାଙ୍କ ପରିବାର ବନ୍ଧୁବାନ୍ଧବଙ୍କ ନିକଟରୁ ଶୁଭେଛାର ସୁଅ ଛୁଟିଛି । ପ୍ରସାଦ ପିଲାଟି ଦିନରୁ ହିଁ ଚିତ୍ର କଳା ପ୍ରତି ଆକୃଷ୍ଟ ହୋଇ ନିଜେ ନିଜ ପ୍ରଚେଷ୍ଟାରେ ବିଭିନ୍ନ ପ୍ରକାରର ଚିତ୍ର ତିଆରି କରିଥିଲେ ଯାହାକି ତାଙ୍କ ପିତାଙ୍କୁ ଆକର୍ଷିତ କରିଥିଲା ।ସେ ପୁଅକୁ ଏହି ଦିଗରେ ସମସ୍ତ ସହାୟତା କରିଥିଲେ । ପ୍ରସାଦ ଏଥି ପୁର୍ବରୁ କନ୍ଧମାଳ ଜିଲ୍ଲାପାଳ ମାନଙ୍କୁ ସେମାନଙ୍କର ସ୍କେଚ୍ ଚିତ୍ର ଆଙ୍କି ସେମାନଙ୍କୁ ଉପହାର ଦେଇଛନ୍ତି । ସେଥି ପାଇଁ ଅନେକ ପ୍ରସଂସା ମଧ୍ୟ ପାଇଛନ୍ତି । ଆଗକୁ ସେ ଜଣେ ଭଲ ଚିତ୍ରକର ଭାବରେ ନିଜକୁ ପ୍ରସ୍ତୁତ କରିବେ ବୋଲି କହିଛନ୍ତି ନିଜ ପ୍ରତିକ୍ରିୟାରେ ।

nis-ad
Leave A Reply

Your email address will not be published.