କୋଷାଗୁମୁଡା ବ୍ଲକର ବିଭିନ୍ନ ଗାଁରେ ଅବକାରୀ ବିଭାଗ ଓ ପୁଲିସର ମିଳିତ ଚଡାଉ,୩ ଗିରଫ, ବ୍ୟାପକ ପରିମାଣର ମହୁଲ ପୋଚ ଦେଶୀ ମଦ ଜବତ…
ନବରଙ୍ଗପୁର : କୋଷାଗୁମୁଡା ବ୍ଲକର ଚିରମା, ଚୁରାହାଣ୍ଡି, ଗାଦଵାଗୁଡା ଧୁଡକାଗୁଡ଼ା ଅଂଚଳରେ ଅବକାରୀ ବିଭାଗ ଓ ପୁଲିସ ର ମିଳିତ ଚଢାଉ କରି ବ୍ୟାପକ ପରିମାଣରେ ମହୁଲ ପୋଚ ଏବଂ ରନ୍ଧା ମହୁଲ ମଦ ଜବତ ହୋଇଛି ! ଏହି ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଥିବା ଅବକାରୀ ବିଭାଗ ସୂତ୍ରରୁ ସୂଚନା ମିଳିଛି ! ଅବକାରୀ ସଚିବ ନରସିଂହ ଭଳ, ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର,ଏସପି ରୋହିତ ବର୍ମା ଏବଂ ଅବକାରୀ ଅଧିକ୍ଷକ ଅଭିରାମ ବେହେରା ଙ୍କ
ନିର୍ଦେଶକ୍ରମେ କୋଡ଼ିଙ୍ଗା ତହସିଲଦାର ସୁବ୍ରତ ବେହେରା ଙ୍କ ନେତୃତ୍ୱରେ ନବରଙ୍ଗପୁର ଅବକାରୀ ଇନ୍ସପେକ୍ଟର ଦିଲୀପ ରଥ, ଭିଙ୍ଗରାଜ ଦାମୀ, ସୁଜିତ ନାଗ ଦେଶରଜ ସୁନା ଏଏସଆଇ ଏଲିଜା ବିଶୋଇ, କନେଷ୍ଟବଲ, ରେଶମା ସୁନା, କାଳୀମଣି ମୁଦୁଲି, ଦେବ ଦାଶ, ରମେଶ ପ୍ରଧାନ ନାରାୟଣ ମୁଦୁଲି, ପ୍ରମୋଦ ବାଘ, ଛତ୍ତର ଗଣ୍ଡ, ଦେବେନ୍ଦ୍ର ସମରଥ ଥାନା ଙ୍କ ଉପସ୍ଥିତି ରେ ଚଢ଼ାଉ ହେଇଥିଲା, ଚଡାଉ ସମୟରେ ପ୍ରାୟ 5 ସହ ଲିଟର ମହୁଲ ପୋଚ ଏବଂ ମଦ ରନ୍ଧା ପାଇଁ ବ୍ୟବହୃତ ସାମଗ୍ରୀ ଜବତ କରି ଘଟଣା ସ୍ଥଳରେ ନଷ୍ଟ କରିଦିଆଇଛି ! ଚଡାଉ ସମୟରେ ୪୦/୫୦ ଲିଟର ରନ୍ଧା ଦେଶୀ ମଦ ନଷ୍ଟ କରାଯାଇଛି ! ଏହି ମାମଲା ରେ ଚୁରାହାଣ୍ଡି ଗ୍ରାମର ତ୍ରିନାଥ ବିଷୋୟୀ ଙ୍କୁ ଗିରଫ କରାଯିବା ସହ ତାଙ୍କ ବାଇକ ଜବତ କରାଯାଇଛି, ସେହିଭଳି ଚିରମା ଗାଁର ନୀଳାମ୍ବର ମାଝୀ, ବଡ ଆମ୍ବଡା ଗାଁର ମମତା ବିଷୋୟୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଇନ୍ସପେକ୍ଟର ଶ୍ରୀ ରଥ ସୂଚନା ଦେଇଛନ୍ତି ! ତେବେ ଆଗକୁ ଏହି ଚଡାଉ ଅଭିଯାନ ଜାରି ରହିବ ବୋଲି ବିଭାଗ ସୂତ୍ରରୁ ସୂଚନା ମିଳିଛି !