ନବରଙ୍ଗପୁର ପାପଡାହାଣ୍ଡି ଟୁରି ନଦୀ ନିକଟରେ ସହୀଦ ଦିବସ ପାଳିତ…


ନବରଙ୍ଗପୁର : ଅଗଷ୍ଟ ବିପ୍ଳବ ର ମୁକସାକ୍ଷୀ, ଭାରତୀୟ ସ୍ୱାଧୀନତା ସଂଗ୍ରାମ ଇତିହାସ ର ଦ୍ଵିତୀୟ ଜାଲିଆନାଵାଲାବାଗ ରୂପେ ପରିଚିତ ନବରଙ୍ଗପୁର ର ପାପଡ଼ାହାଣ୍ଡିର
ଟୁରୀନଦୀ ନିକଟସ୍ଥ ଶହୀଦ ମୀନାର ଠାରେ ପବିତ୍ର ଶହୀଦ ଦିବସ ପାଳନ କରାଯାଇଛି। ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇ ୧୯୪୨ ଅଗଷ୍ଟ ୨୪ତାରିଖ ରେ ଗୋରା ସରକାର ଙ୍କ ଗୁଳିରେ ପ୍ରାଣବଳୀ ଦେଇଥିବା ସଂଗ୍ରାମୀ ମାଟିର ୧୯ ଜଣ ଅମର ଶହୀଦ ମାନଙ୍କ ଉଦ୍ଦେଶ୍ୟରେ “ସ୍ମୃତି ଦିବସ” ପାଳନ କରାଯାଇଛି।ଏହି ଐତିହାସିକ କାର୍ଯ୍ୟକ୍ରମର ପ୍ରାରମ୍ଭ ରେ
ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ
ଶହୀଦ ମଶାଲକୁ ସମ୍ମାନ ପ୍ରଦର୍ଶନ ପୂର୍ବକ ଏକ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଶୋଭାଯାତ୍ରା ଶହୀଦ ମିନାର ପହଂଚିବା ପରେ ଶହୀଦ ମିନାର ଠାରେ ଶହୀଦଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ ଓ ସ୍ମୃତି ସୌଧଠାରେ ମାଲ୍ୟାର୍ପଣ କରାଯାଇଥିଲା। ପରେ ଟୁରୀ ନଦୀ ରେ ଅମର ଆତ୍ମା ଙ୍କ ଉଦ୍ଦେଶ୍ୟ ରେ ତିଳତର୍ପଣ କରାଯିବା ପରେ ପୋଲିସ ବାହିନୀ ପକ୍ଷରୁ ସାମରିକ ଅଭିବାଦନ ପ୍ରଦାନ

କରାଯାଇଥିଲା.। ପରେ ନୀରବ ପ୍ରାର୍ଥନା ସହ ସର୍ବ ଧର୍ମ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା। ଏଥି ସହ ମୁଖ୍ୟ ଅତିଥି ଓ ସମ୍ମାନୀୟ ଅତିଥିଙ୍କ ଦ୍ବାରା ଅମର ଶହୀଦ ମାନଙ୍କ ସ୍ମୃତିଚାରଣ କରାଯାଇ ଅମର ଶହୀଦଙ୍କ ଆତ୍ମୀୟ ସ୍ବଜନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା.ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ରୂପେ ରାଜ୍ୟ ସଭା ସାଂସଦ ଶ୍ରୀ ମୁଜିବୁଲ୍ଲା ଖାନ୍, ଲୋକସଭା ସାଂସଦ ଇଂ. ବଳଭଦ୍ର ମାଝୀ ବିଧାୟକ ଶ୍ରୀ ମନୋହର ରନ୍ଧାରୀ ବିଧାୟକ ଶ୍ରୀ ଗୌରୀଶଙ୍କର ମାଝୀ,
ବିଧାୟକ ଶ୍ରୀ ନରସିଂହ ଭତରା ଙ୍କ ସହ ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା ପ୍ରମୁଖ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.