ଚିକିଟୀ : ଚିକିଟୀ ଜେନାପୁର ବିଷାକ୍ତ ମଦ ପିଇ ମୃତ୍ୟୁ ବରଣ କରିଥିବା ଜୁର ବେହେରା ଓ ଲୋକନାଥ ବେହେରା ଙ୍କ ପରିବାର ଲୋକଙ୍କୁ ସାକ୍ଷାତ କରି ସମବେଦନା ଜଣାଇଛନ୍ତି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା। ଆଇନ ଅନୁଯାୟୀ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଉପଯୁକ୍ତ ଚିକିତ୍ସା ଉପରେ ଗୁରୁତ୍ବ ଦିଆଯିବ ବୋଲି ପୀଡିତା ଙ୍କ ପରିବାର ଙ୍କୁ ଶାନ୍ତ୍ବନା ମଧ୍ୟ ଦେଇଛନ୍ତି। ଦୁଇ ମୃତକ ଙ୍କ ପରିବାର ଲୋକଙ୍କୁ ପ୍ରତ୍ୟେକ ୨୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ରାଶି ସହଯୋଗ ମଧ୍ୟ କରି ବେଆଇନ ମଦ ବନ୍ଦ ଦିଗ ରେ ଦୃଷ୍ଟି ଦେବେ ବୋଲି କହିଛନ୍ତି।
ସେହି ପରି କଂଗ୍ରେସ ପ୍ରତିନିଧି ଙ୍କର ଏକ ଦଳ ମଧ୍ୟ ଏହି ଦୁଇ ପରିବାର ସହ ସାକ୍ଷାତ କରିଛନ୍ତି। ରବୀନ୍ଦ୍ର ନାଥ ଦ୍ୟାନ ସାମନ୍ତରା ଙ୍କ ନେତୃତ୍ୱ ରେ ଏହି ଘଟଣା ଅତି ଦୁଃଖ ଦାୟକ ବୋଲି କହିଛନ୍ତି। ସମୟ ଚକ୍ର ରେ କଣ ଯେ ଘଟିବ ସେଥିରେ ହତାଶ ନ ହୋଇ ସାହସ ଯୁଟେଇ ଆଗକୁ ବଢ଼ିବାକୁ ଶାନ୍ତ୍ବନା ମଧ୍ୟ ଦେଇଛନ୍ତି। ଏହି ବିଷାକ୍ତ ମଦ ପ୍ରସ୍ତୁତ କରୁଥିବା ଲୋକ ଉପରେ ସରକାର କିପରି ଭାବରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ସେ ନେଇ ଚେଷ୍ଟା କରିବେ ବୋଲି ମଧ୍ୟ କହି ଦୁଇ ପରିବାର କୁ ୧୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ରାଶି ସହଯୋଗ ମଧ୍ୟ କରିଛନ୍ତି। ଏହି ମଦ ମୃତ୍ୟୁ ଘଟଣାରେ ଆଗରୁ ୮ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ଆଉ ଜଣେ ମୁଖ୍ୟ ଅଭିଯୁକ୍ତ ପବନା ସାହୁଙ୍କୁ ଦିଗପହଣ୍ଡି ରୁ ଗିରଫ କରିଛି ପୋଲିସ ଏହା ନେଇ ୯ ଜଣ ଗିରଫ ହୋଇଥିବା ସୂଚନା ଦେଇଛନ୍ତି କେ.ନୂଆଗାଁ ଆଇ ଆଇ ସି କିଶୋର କୁମାର ସାମଲ।
Sign in
Sign in
Recover your password.
A password will be e-mailed to you.