ଆଦିମ ଜନଜାତିଙ୍କ ଉନ୍ନତି ନିମନ୍ତେ ପ୍ରଧାନମନ୍ତ୍ରୀ ଜନମନ ଯୋଜନା ଓ ସଚେତନତା ରଥ ଉଦଘାଟିତ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ବଣ୍ଡା ଓ ଡିଡାଇ ଆଦିମଜନଜାତିଙ୍କ ଉନ୍ନତି ନିମନ୍ତେ ପ୍ରଧାନମନ୍ତ୍ରୀ ଜନମନ ଯୋଜନା ଓ ସଚେତନତା ରଥ ଉଦଘାଟିତ ହେବା ସହିତ ୩ଟି ଆଦିମ ଜନଜାତି ଗ୍ରାମକୁ ଆଦର୍ଶ ଗ୍ରାମ ଭାବେ ଚିହ୍ନଟ କରାଯାଇଛି। ଆଜି ଏ ସମ୍ପର୍କ ରେ ସମନ୍ୱନୀତ ଆଦିବାସୀ ଉନ୍ନୟନ ସଂସ୍ଥା ସଭାଗୃହ ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ସୂଚନା ଦେଇଛନ୍ତି। ଆଦିବାସୀ ଅଧ୍ୟୁଶିତ ମାଲକାନଗିରିଜିଲ୍ଲା ର ତିନୋଟି ବ୍ଲକ ରେ ଥିବା ୧୨୫ଟି ପୁରାତନ ଆଦିମ ଜନଜାତି ଗ୍ରାମରେ ୨୦ ହଜାର ବହୁ ପୁରାତନ ଆଦିମ ଜନଜାତି ପରିବାରଙ୍କ ନିକଟରେ ସରକାର ଙ୍କର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପହଞ୍ଚିବା ପାଇଁ ଏହି ଅଭିଯାନ ଆରମ୍ଭ ହୋଇଛି। ଖଇରପୁଟ ବ୍ଲକସ୍ଥ ବଣ୍ଡା ଘାଟିର ତୁଳାଗୁରମ, ମାଡକାଗୁଡା ଦିଡ଼ାଇ ଗ୍ରାମ ଓ କୋରକୁଣ୍ଡା ବ୍ଲକ ନାକାମାମୁଡି ପଞ୍ଚାୟତ ର ନୀଳାପାରି ଏହି ତିନୋଟି ଗ୍ରାମକୁ ସ୍ୱତନ୍ତ୍ର ଭାବେ ମଡେଲ ଭିଲେଜ ଭାବେ ଗ୍ରହଣ କରାଯାଇଛି।
ମାଲକାନଗିରି ଜିଲ୍ଲା ପାଇଁ ଏହି ଅଭିଯାନ ଆଜି ଠାରୁ ପ୍ରଥମ କରି ଆରମ୍ଭ ହୋଇଛି, ଜିଲ୍ଲା ର ବଣ୍ଡା ଓ ଦିଡ଼ାଇ ଆଦିମ ଜନଜାତି ଙ୍କ ଗ୍ରାମ ରୁ ଏହାର କାର୍ଯ୍ୟ କାରି ହେବ,ସେମାନଙ୍କୁ ପକ୍କା ଘର, ମୌଳିକ ସୁବିଧା ଯୋଗାଇଦେବା ସହିତ ଗ୍ରାମ କୁ ପକ୍କା ରାସ୍ତା,ଫୋନ ସୁବିଧା, ଡିଜିଟାଲ୍ ସଂଯୋଗ ସହିତ ଅନ୍ୟାନ ସୁବିଧା ସୁଯୋଗ ଯୋଗାଇ ଦିଆଯିବ, ପ୍ରଧାନମନ୍ତ୍ରୀ ଙ୍କ ଜନମନ ଯୋଜନା, ପିଏମ ଗରିବ କଲ୍ୟାଣ ଯୋଜନା, ଆୟୁଷ୍ଠାନ କାର୍ଡ, ପିଏମ କିସାନ ସାମନ ନିଧ୍ ଭଳି ଆଦିମ ଜନଜାତି ଙ୍କ ସାମଗ୍ରିକ ବିକାଶ ନିଶ୍ଚିତ କରିବ। କିସାନ୍ କ୍ରେଡିଟ୍ କାର୍ଡ, ବ୍ୟକ୍ତିଗତ ଏବଂ ସମ୍ପ୍ରଦାୟ ଜଙ୍ଗଲ ଅଧିକାରର ବିଚାରାଧୀନ ମାମଲାଗୁଡ଼ିକର ସମାଧାନ | ସମସ୍ତଙ୍କ ଘର ପକ୍କା ଘର ପ୍ରତ୍ୟେକ ଘରେ ଟ୍ୟାପରୁ ପାଣି ଗାଁ ଗାଁ ରେ ପକ୍କା ସଡ଼କ ପ୍ରତ୍ୟେକ ଘରେ ବିଦ୍ୟୁତ୍ | ଶିକ୍ଷା ପାଇଁ ହଷ୍ଟେଲ |କୌଶଳ ବିକାଶ ଗାଁ ର ପ୍ରତ୍ୟକଙ୍କ ଘର ଦ୍ଵାର କୁ ମୋବାଇଲ୍ ସେବା, ମେଡିକାଲ୍ ୟୁନିଟ୍ | ସମସ୍ତଙ୍କର ପୋଷଣ | ଅନ୍ନତ ଜୀବିକା | ଗାଁ ର ପ୍ରତ୍ୟକଙ୍କ ଘର ଦ୍ଵାର କୁ ମୋବାଇଲ୍ ନେଟୱାର୍କ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ଶ୍ରୀ ପାଟିଲ କହିଛନ୍ତି। ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ଜନମନ ଯୋଜନା ର ଜନସଚେତନତା ରଥ କୁ ଜିଲ୍ଲା ପାଳ ଶ୍ରୀ ପାଟିଲ ସବୁଜ ପତକା ଦେଖାଇ ଉଦଘାଟନ କରିଥିଲେ, ଏହି କାର୍ଯ୍ୟକ୍ରମ ରେ ସମନ୍ୱନୀତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଜୟଶ୍ରୀ ଓ ଅନ୍ୟାନ ଅଧିକାରୀ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.