ଚିକିଟୀ : ଚିକିଟୀ ଓ ପାତ୍ରପୁର ବ୍ଲକ ରେ ନିଶା କାରବାର ର ଏକ ବିରାଟ ରାକେଟ ଭେଣ୍ଡର ମାନଙ୍କ ଜରିଆରେ ବ୍ୟବସ୍ଥିତ ହୋଇଛି। ରାଜନୈତିକ ଇଚ୍ଛା ଶକ୍ତି ଅଭାବ ଫଳ ର ଏହା ସମ୍ପ୍ରସାରିତ ହେବାରେ ସୁବର୍ଣ୍ଣ ସୁଯୋଗ ମିଳିଥିବା ବେଳେ ସୀମା ବାହାରେ ବିକ୍ରି ଯୁବ ଶକ୍ତି କୁ ବିପଥଗାମୀ କରିଛି। ନିର୍ଦ୍ଧିଷ୍ଟ କିଛି ମଦ ଡିପୋ ସହିତ ଅନ୍ୟ ଗୁଡ଼ିକୁ ସଂଗ୍ଲନ କରି ଅବାଧ ରେ ଚୋରା ମଦ ବେପାର ର କାୟା ଲମ୍ବିଛି। ଯାହା ସ୍ପଷ୍ଟ ହୋଇଥିଲେ ମଧ୍ୟ ଅବକାରୀ ବିଭାଗ ନୀରବ ଦ୍ରଷ୍ଟା ସାଜିଥିବା କଂଗ୍ରେସ ନେତା ରବୀନ୍ଦ୍ର ନାଥ ଦ୍ୟାନ ସାମନ୍ତରା ଚିକିଟୀ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଏକ ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଛନ୍ତି।
ଏହା ର ଉପଯୁକ୍ତ ମୋନିଟର ନ ହେବା ଫଳ ରେ ବିଷାକ୍ତ ମଦ ଘରେ ଘରେ ପହଞ୍ଚି ଜେନାପୂର ଭଳି ପରିସ୍ଥିତି ଉପୁଜିଛି। ସେ କହିଛନ୍ତି ଯେ ଦୁଇ ବ୍ଲକ ରେ ଶୁବାଣି , ଚିକିଟୀ, ପାତ୍ରପୁର ଭଳି ତିନିଟି ଏଫ୍ ଏଲ୍ ଅଫ ସୋପ ରହିଥିବା ବେଳେ କନିଶି ଅଞ୍ଚଳ ରୁ ଜଣେ ଦେଶୀ ଭାଟି ମାଲିକ ଦ୍ଵାରା ଚିକିଟୀ, ସୁରଙ୍ଗି, ଜରଡା, ନୂଆପଡ଼ା, ସୁରଳ, ଗିରିଶୋଲା, ଗୋବିନ୍ଦନଗର, ତୁମ୍ବା ଅଞ୍ଚଳ ରେ ବିକ୍ରି ଚାଲିଛି। ସେହି ଭଳି ଦେଶୀ ମଦ ପ୍ରସ୍ତୁତି ବେଳେ ମହୁଲ ଫୁଲ ବ୍ୟବହାର ନ କରି ରାସାୟନିକ ସାର, ଗୁଡ଼, ଚିନି ମିଶାଇ ଗୋଟିଏ ଦିନ ରେ ପୋଚ ପ୍ରସ୍ତୁତି କରି ମଦ ତିଆରି କରାଯାଉଛି। ଅନ୍ୟ ପକ୍ଷ ରେ ଦୁଇ ଟି ଡିପୋ କୁ ଏକାଠି କରି ନିୟମ ବହିର୍ଭୁତ ଅଞ୍ଚଳ ରେ ବିକ୍ରି କରି ମାଫିଆ ଲାଭବାନ ହେଉଥିବା ବେଳେ ସରକାର ଏଥିରୁ ରାଜସ୍ବ ହରେଉଛନ୍ତି। ଡିପୋ ଗୁଡ଼ିକ ର ଅକ୍ସନ ରେ ଭାଗ ନେଇ ଚଞ୍ଚକତା ର ସହ ଏହା ଛାଡ଼ି ଦେଲା ପରେ ଅନ୍ୟ ଡିପୋ ସହ ସଂଗ୍ଲନ କରାଯାଇ ବେଆଇନ ବିକ୍ରି ହେଉଛି।
ଯାହା ଫଳ ରେ ମାଫିଆ ଙ୍କୁ ଆଉ ରାଜସ୍ବ ଦେବାକୁ ପଡୁନାହିଁ ଓ ପ୍ରଶାସନ କୁ ହାତ ଗୁଞ୍ଜା ଦେଇ ପ୍ରମାଣ ପତ୍ର ମଧ୍ୟ ଯୋଗାଡ କରିବା ଭଳି ଘଟଣା ତଦନ୍ତ ସାପେକ୍ଷ। କମ୍ ଦିନ ରେ ପୋଚ କରି ନିମ୍ନ ମାନ ର ମଦ ପ୍ରସ୍ତୁତି ସହିତ ରାସାୟନିକ ସାର ବ୍ୟବହାର ଫଳ ରେ ଏହା ଶରୀର ପ୍ରତି କ୍ଷତି କାରକ। ତେଣୁ ଏହି ମଦ ପିଇ ଲୋକ ମରିବା ସ୍ଵାଭାବିକ। ଅନ୍ୟ ପକ୍ଷ ରେ ବେଆଇନ ଭାବେ ସରକାରୀ ନିୟମ କୁ ଉଲଂଘନ କରି ଆଦିବାସୀ ଅଞ୍ଚଳ ଗୁଡିକ ରେ ମାଫିଆ ମାନେ ନିମ୍ନ ମାନ ର ମଦ ରାନ୍ଧି ବିଭିନ୍ନ ଅଞ୍ଚଳ ରେ ବିକ୍ରି କରୁଛନ୍ତି ଯାହା ସଂପୂର୍ଣ୍ଣ ବ୍ୟାନ। ତଥାପି ଅବକାରୀ ବିଭାଗ ର ପ୍ରତ୍ୟକ୍ଷ ସହଯୋଗ ରେ ଚିକିଟୀ ଅଞ୍ଚଳ ରେ ଅବାଧ ରେ ବିକ୍ରି ଫଳ ରେ ଜେନାପୂର ରେ ଏଭଳି ମଦ ମୃତ୍ୟୁ ବିଭୀଷିକା ଘଟିଥିଲା ଯାହା ମନୁଷ୍ୟ କୃତ। ଆଗାମୀ ଦିନରେ ଏହିଭଳି ଦୁଇ ବ୍ଲକ ର ବିଭିନ୍ନ ଅଞ୍ଚଳ ରେ ବେଆଇନ ମଦ ବିକ୍ରି ଫଳ ରେ ଜେନାପୁର ଭଳି ପରିସ୍ଥିତି ପୁନରାବୃତ୍ତି ମଧ୍ୟ ଘଟିପାରେ। ମଦ ତିଆରି ର ମାନ ନିର୍ଦ୍ଧାରଣ ଦିଗ ରେ ପ୍ରଶାସନ ତତ୍ପର ହେବା ସହିତ ଭେଣ୍ଡର ଜରିଆରେ ଡିପୋ ସହ ଡିପୋ ଯୋଡ଼ି ରାଜସ୍ବ ହରେଇ ଭେଣ୍ଡର ମାନଙ୍କୁ ଲାଭ କରାଇବା ପ୍ରୟାସ ସମ୍ପର୍କ ରେ ଆଗାମୀ ଦିନ ରେ ଆନ୍ଦୋଳନକୁ ମଧ୍ୟ କରାଯିବ ବୋଲି ରବିନ୍ଦ୍ର କହିଛନ୍ତି । ଇ ପି କେସ ର ଦ୍ୱାହି ଦେଇ ଛୋଟ ଛୋଟ ବେପାରୀ ମାନଙ୍କୁ ଗିରଫ କରି ତିଆରି କରୁଥିବା ମାଫିଆ ଙ୍କୁ ଅବକାରୀ ବିଭାଗ ସହଯୋଗ କରିବା ଭଳି ଦୁର୍ଭାଗ୍ୟଜନକ ଘଟଣା ମଧ୍ୟ ତଦନ୍ତ ସାପେକ୍ଷ ବୋଲି ସୂଚନା ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.