ଗଛରେ ପିଟିହେଲା ସରକାରୀ ଯାତ୍ରୀବାହୀ ବସ…

ନବରଙ୍ଗପୁର : ଆଜି ସକାଳ ଘ୪-୩୦ମି ସମୟରେ ମଇଦଲପୁର ଖଡକା ଘାଟି ନିକଟରେ ଭାରସାମ୍ୟ ହରାଇ ଏକ ସରକାରୀ ଯାତ୍ରୀବାହୀ ବସ ଗୋଟିଏ ଗଛରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛି ।ଦୁଇ ଡ୍ରାଇଭର ନିରଞ୍ଜନ ବାରିକ ଓ ବିଦ୍ୟାଧର ବିଶୋଇ ଆଘାତ ହୋଇ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଚାଲିଥିବା ସୂଚନା ମିଳିଛି।।ସୂଚନା ପ୍ରକାରେ ଏକ ସରକାରୀ ଯାତ୍ରୀବାହୀ ବସ ଭଞ୍ଜନଗର ଠାରୁ ଉମରକୋଟ କୁ ଆସୁଥିବା ସମୟରେ ମୋଇଦଲପୁର ନିକଟସ୍ଥ ଖଡକା ଘାଟି ନିକଟରେ ଗୋଟିଏ ଗଛ କୁ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଜଣେ ଡ୍ରାଇଭର ଚଲାଉଥିବା ବେଳେ ଅନ୍ୟ ଡ୍ରାଇଭର ବିଶ୍ରାମ ନେଉଥିଲେ । ଭାରସାମ୍ୟ ହରାଇ ଗଛକୁ ପିଟିହେବାରୁ ଦୁଇ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଚାଲିଥିବା ବେଳେ ବସ୍ ଯାତ୍ରୀ ମାନଙ୍କୁ କୌଣସି ଆଘାତ ହୋଇ ନ ଥିବା ବିଭାଗ ପକ୍ଷରୁ ପ୍ରକାଶ।

nis-ad
Leave A Reply

Your email address will not be published.