ସରକାରଙ୍କ ଯୋଜନା ଟଙ୍କା ଆତ୍ମସାତରେ ୪ ଟି ବନ୍ଧ ବିପଦ ସଂକୁଳିତ: ବିଜେପି ସରକାରଙ୍କ ଦୃଷ୍ଟି କେବେ…?


ଫୁଲବାଣୀ :-କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ମୁଖ୍ୟ ସଦର ମହକୁମାରେ ଥିବା ୪ ବନ୍ଧ ଯଥା ପିଅନ ପଡା ସ୍ଥିତ ଫୁଲବାଣୀ ପୌର ପରିଷଦ ଅନ୍ତର୍ଗତ ଦଣ୍ଡପାଣି ବନ୍ଧ, ପାଣି ପିଇବା ବନ୍ଧ, ଗାଧୁଆ ବନ୍ଧ ଓ ଖଲିଆ ବନ୍ଧ ଏତତ୍ ବ୍ୟତୀତ ଫିସେରି ବିଭାଗର ୪ ଟି ବନ୍ଧ ରହିଛି l ଏକ ବର୍ଷ ପୂର୍ବେ ପୌର ପରିଷଦକୁ ଏକୋ କୋଟି ଟଙ୍କାରୁ ଉର୍ଦ୍ଧ ଆସିଥିବା ସରକାରୀ ଯୋଜନାରେ ଠିକ୍ ଭାବରେ କାର୍ଯ୍ୟ ନକରି ଜନସାଧାରଣଙ୍କୁ ସୁବିଧା ନ ଦେଇ ଭଲ ଭାବରେ ପଙ୍କ ଉଦ୍ଧାର କାର୍ଯ୍ୟ କରା ନ ଯାଇ, ଚତୁଃପାର୍ଶ୍ୱରେ ଗାର୍ଡ ୱାଲ୍ ସହିତ ବାଉଣ୍ଡ୍ରୀ, ପଥର ପେ ଚିଙ୍ଗ ଠିକ୍ ଭାବରେ କରା ନଯିବା ଫଳରେ ବର୍ତ୍ତମାନ ଅଧିକ ଦୟନୀୟ ଓ ବିପଦ ସଙ୍କୁଳ ଅବସ୍ଥାରେ ପଡ଼ି ରହିଛି l ଏପରି ପରିସ୍ଥିତିରେ ଉକ୍ତ ରାସ୍ତାରେ ଦୁଇ ଚକିଆ ଓ ଚାରି ଚକିଆ ଯାନ ଜନସାଧାରଣ ଙ୍କ ବାଧକ ସ୍ରୁଷ୍ଟି ହୋଇଛି l ସେହିପରି ଅନ୍ୟ ଦୁଇ ବନ୍ଧ ମଧ୍ଯ ମଧ୍ୟରୁ ଗୋଟିଏ ବନ୍ଧ ରେ ନିମ୍ନ୍ ମାନର ତାରଜାଲି ଦିଆଯିବା ସହିତ ଉକ୍ତ ସ୍ଥାନ ମାନଙ୍କରେ ସରକାରୀ ଜମିକୁ ଅବାଧରେ ମାଡି ବସିଥିବା ଜାଗାକୁ ଉଛେଦ କରାଯାଇ ନାହିଁ l ନିକଟସ୍ଥ ବନ୍ଧକୁ ଜନସାଧାରଣ ପାଇଁ ଚିତ୍ତବିନୋଦନ ନିମନ୍ତେ ସରକାରଙ୍କ ତରଫରୁ ତିନି ବର୍ଷ ତଳେ ପୌର ପରିଷଦ ପକ୍ଷରୁ ଏକୋ କୋଟି ଟଙ୍କା ନୌବିହାର ପାଇଁ ପାଣିକୁ ଶୁଖାଇ ଚତୁଃପାର୍ଶ୍ବରେ ପଥର ପେଚିଙ୍ଗ, ସିମେଣ୍ଟ ଟାଇଲ୍ ରାସ୍ତା, ଚାରି ପାଖରେ ଲୁହା ଗ୍ରୀଲ ଲଗା ଯାଇଥିଲା l କିନ୍ତୁ ଦିର୍ଘ ତିନି ଚାରି ବର୍ଷ ହୋଇ ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ନୌ ବିହାର କାର୍ଯ୍ୟ ଶେଷ ହୋଇ ପାରି ନାହିଁ l ଫଳରେ ଉକ୍ତ ବନ୍ଧରେ ସହରର ଅଳିଆ ଆବର୍ଜନା ପକାଇବା ସହିତ ଉକ୍ତ ସ୍ଥାନରେ ମଦୁଆ ମାନଙ୍କର ଆଡ୍ଡାସ୍ଥଳୀ ଓ ଅନୈତିକ କାର୍ଯ୍ୟକ୍ରମ ବୃଦ୍ଧି ପାଉଛି l ଏଣୁ ଜନସାଧାରଣଙ୍କ ଯାତାୟତରେ ବାଧା ସୃଷ୍ଟି ହେଉଛି l ସେହିପରି ଫିସେରି ବନ୍ଧ କଥା ନ କହିବା ଭଲ ସତେ ଯେପରି ଫିସେରି ବିଭାଗ ଆଖି ଥାଉ ଥାଉ ଅନ୍ଧ


। ଏହି ବିଭାଗର ଅଧିକାରୀ ଓ କର୍ମଚାରୀ ଙ୍କ ଏତେ ମନମୁଖୀ ଯେ ଉଚିତ ସମୟରେ ମାଛ ଚାଷ କରୁନାହାନ୍ତି କି ନିକଟରେ ଥିବା ନିଜର ସରକାରୀ ମାଛ ଚାଷ ବନ୍ଧ ବା ପଖୋରୀକୁ ଯତ୍ନ ନେଉନାହାନ୍ତି ଅଫିସ ପଛପଟରେ ଥିବା ବନ୍ଧ ଗୁଡ଼ିକର ନିକଟବର୍ତୀରେ ଘର କରିଥିବା ଜନ ସାଧା ରଣ ମାନେ ଅକ୍ତିଆର କରି ବନ୍ଧ ପୋତି ହୋଇ ଗଲାଣି। ତଥାପି ବିଭାଗ ଚୁପ୍ ହୋଇ ବସିଛି ।ଏହା ସହିତ ମଧ୍ୟ ନିଜ ମାଛ ପୋଖରୀକୁ ଲାଗି ରହିଥିବା ଖାଲିଆ ବନ୍ଧ ଓ ନିଜ ପୋଖରୀର ଦାୟିତ୍ଵ ଉଚିତ ସମୟରେ ନେଉନାହାନ୍ତି ।ଯାହାରି ଫଳରେ ଏବେ ଉକ୍ତ ବନ୍ଧ ଗୁଡିକ ଜଳ ପୂର୍ଣ ହୋଇ ବିପଦ ସଂକୁଳ ଅବସ୍ଥାରେ ରହିଛି।ଏହି ଗୁଡିକର କିଛି ଯତ୍ନ ,ସରକାର ଙ୍କସ୍କିମ, ଯୋଜନାକୁ ଠିକ ଭାବରେଚାଷୀଙ୍କ ପାଖରେ କାର୍ଯ୍ୟରେ ଲଗାଉନାହାନ୍ତି ବରଂ ସରକାରଙ୍କ ନିକଟରେ ଭଲ ପ୍ରଦଶନ ହେଉଛି ବୋଲି ଯୋଜନା ଗୁଡିକରକାଗଜ କଲମରେ ସରକାରଙ୍କୁ ଜଣାଇଛନ୍ତି। ଏନେଇ ବିଭିନ୍ନ ଚା ଖଟିରେ ଆଲୋଚନା ହେଉଛି l ଗତ ସରକାର କି ପଦକ୍ଷେପ ନେଇଥିଲେ ଏବଂ ବର୍ତମାନ ସରକାର କି ପଦକ୍ଷେପ ନେବେ ଜନସାଧାରଣ ଦେଖିବାକୁ ବାକି ରହିଲା l

nis-ad
Leave A Reply

Your email address will not be published.