ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ନାବାଳିକା ଝିଅର ଆଖିସାମ୍ନାରେ ପିତାମାତା ଙ୍କ ମୃତ୍ୟୁ

ରାଇଘର : କିଏ ଜାଣିଛି କେତେବେଳେ କାହାର ମୃତ୍ୟୁ ହେବ। ବିଧିର ବିଧାନ କେହି ଖଣ୍ଡନ କରି ପାରିବେ ନାହିଁ, କଥାରେ ଅଛି ” କେହି ରହି ନାହିଁ ରହିବ ନାହିଁଟି ଏ ଭଵ ରଙ୍ଗତଳେ, ସର୍ବେ ନିଜ ନିଜ କର୍ମ ସାରି ବାହୁରିବେ କାଳବଳେ “। ସୂଚନା ଅନୁସାରେ ନବରଙ୍ଗପୁର ଜ଼ିଲ୍ଲା, ରାଇଘର ବ୍ଲକ, ପରଚିପାରା ଡିଏନକେ ଗ୍ରାମର ଅଜିତ ମଜୁମଦାର (୪୦) ପିତା ରଞ୍ଜିତ ମଜୁମଦାର ସହ ନିଜ ସ୍ତ୍ରୀ ଦୀପିକା ମଜୁମଦାର (୩୫)ସହିତ ନିଜ (୧୦) ବର୍ଷର କୁନି ଝିଅକୁ ଧରି ନିଜର ହିରୋ ହୋଣ୍ଡା ମଟର ସାଇକେଲ ଯାହାର ନମ୍ବର ଛିଜି ୧୭ କେ ୪୦୦୯ ରେ ବିଗତ କାଲି ସକାଳ ଆନୁମାନିକ ୮ ଟା ସମୟରେ ଛତିଶଗଡ ସିହାୱା ଶିବ ମନ୍ଦିର ବୋଲବମ ଯିବାକୁ ବାହାରିଥିଲେ । କିନ୍ତୁ କିଏ ଜାଣିଥିଲା ଯେ ଘରରୁ ମାତ୍ର ୮ କିଲୋମିଟର ଦୂରରେ ସେମାନଙ୍କ ନେବା ପାଇଁ ଯମରାଜା ବାଟରେ ଜଗିଛନ୍ତି । ରାବନାଗୁଡା ଆଧିବାସୀ ଗ୍ରାମ ପାଖରେ ଯିବା ପରେ ସାମ୍ନା ପଟରୁ ଏକ ଟ୍ରକ ଯାହାର ନମ୍ବର ଓଡି ୨୪ ଏ ୯୮୭୯ ଦ୍ରୁତ ଗତିରେ ଆସି ଭାରସମ୍ୟ ନିୟନ୍ତ୍ରଣ ନ କରି ପାରିବାରୁ ଓ ରାବନାଗୁଡା ରାସ୍ତାଟି ସଂକିର୍ଣ୍ଣ ଥିବାରୁ ଅଜିତ ସାଇଡ ଦେବା ଆଗରୁ ଟ୍ରକଟି ତା ଉପରେ ମାଡ଼ି ଗଲେ। ଏହା ଦେଖିବା ପରେ ଟ୍ରକ ଡ୍ରାଇଭର ଟ୍ରକ ଛାଡି ଫେରାର ହୋଇ ଗଲେ। “ଯାହାକୁ ରଖେ ଅନନ୍ତ, କଣ କରି ପାରେ ବଳଵନ୍ତ ” ୧୦ ବର୍ଷର କୁନି ଝିଅ ପିତା ମାତାର ଗୋଡ଼ ଧରି ଉଠ ମା ବାବା ଯେତେ କହିଲେ ଓ କାନ୍ଦିଲେ ମଧ୍ୟ ସେମାନେ ଆଉ ଶୁଣିଲେ ନାହିଁ ଚିର ନିଦ୍ରାରେ ସବୁଦିନ ପାଇଁ ଆର ପାରିକୁ ଅନାଥ ଭଳି କୁନି ଝିଅକୁ ବାଟରେ ଛାଡି ଗଲେ।

କୁନି ଝିଅର ବବାଳି ଓ କାନ୍ଦିବା ଶୁଣି ରାସ୍ତାରେ ଯିବା ଆସିବା ଲୋକମାନେ ଓ ରାବନାଗୁଡା ଗ୍ରାମବାସୀ ମାନେ ଏହି ପରି ଏକ କରୁଣ ରିଦୟ ବିଦାରକ ଦୃଶ୍ୟ ଦେଖି କାଳ ବିଳମ୍ୱ ନ କରି ୧୦୮ ଆମ୍ବୁଲାନ୍ସ ଓ କୁନ୍ଦେଇ ଥାନାରେ ଖବର ଦେଲେ। ଖବର ପାଇଁ କୁନ୍ଦେଇ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ସେଠି ଓ ଏଏସଆଇ ଶିବ କୁମାର ରାଉତ ସଦଳ ବଳେ ଘଟଣା ସ୍ଥଳରେ ପହଁଞ୍ଚି ସଙ୍ଗେ ସଙ୍ଗେ ସେମାନଙ୍କ ହାଟଭାରଣ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାଳ ବିଳମ୍ୱ ନ କରି ନେଇ ଗଲେ କିନ୍ତୁ ସେଠାରେ ଅଜିତ ଓ ତାଙ୍କର ସ୍ତ୍ରୀକୁ ହାଟଭାରଣ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଉଭୟଙ୍କ ମୃତ୍ୟୁ ଘୋଷଣା କରିବା ସହିତ କୁନି ଝିଅର ଚିକିତ୍ସା ଆରମ୍ବ କରିଥିଲେ। ଏହି ଘଟଣା ପରଚିପାରା ଡିଏନକେ ଗ୍ରାମରେ ଦ୍ରୁତ ଗତିରେ ପହଞ୍ଚିବା ପରେ ଗ୍ରାମର ଗ୍ରାମବାସୀ ମାନେ ଶୋକାକୁଳ ପରିବେଶରେ ସ୍ତବ୍ଧ ହୋଇ ଶୋକର ଛାୟା ଖେଳି ଯାଇଥିଲେ। ଉଲ୍ଲେଖ ଥାଉ କି, ଏହି ଟ୍ରକଟିର ମାଲିକ ଚନ୍ଦନ ପାଳ, ପିତା ଚିତ୍ତରଞ୍ଜନ ପାଳ ତାଙ୍କେ ଜଣେ ନୀଳଗିରି ବ୍ୟବସାୟୀ ଏବଂ ତାଙ୍କର ଘର ମଧ୍ୟ ସେହି ପରଚିପାରା ଡିଏନକେ ଗ୍ରାମରେ । କମ ଟଙ୍କାରେ ଅଣ ଅନୁଭବି ଟ୍ରକ ଡ୍ରାଇବାର ରଖି ଟ୍ରକ ମାଲିକ ବ୍ୟବସାୟ କରୁଛନ୍ତି କହି ରାଇଘର ଅଞ୍ଚଳର ବୁଦ୍ଧିଜୀବୀ ମହଳରେ ଚର୍ଚ୍ଚାର ବିଷୟ ପାଲଟିଛି।

କୁନ୍ଦେଇ ଥାନା ଭାରପ୍ରାପ୍ତ ଅଧିକାରୀ ଲାଶକୁ ଜବତ କରି ପୋଷ୍ଟମାଡାମ କରିବାକୁ ଦେଲେ ଏବଂ ଥାନା ଅଧିକାରୀ ଶ୍ରୀ ସେଠି ସାର ଏକ ଦୁର୍ଘଟଣା ଜଣିତ କେସ ନମ୍ବର ୮୧ ଏଡ ୧୨, ୦୮, ୨୦୨୪ ଓ ୨୮୧/୧୦୫(ଏ ), ୧୦୬ ବିଏନଏସ ରୁଜୁ କରି ଅଧିକରୁ ଅଧିକ ଅନୁସନ୍ଧାନ ଜାରି ରଖିଛନ୍ତି। ଖବର ଲେଖିବା ଯାଏ ୧୦ ବର୍ଷର କୁନି ଝିଅ ମଧ୍ୟ ଆହତ ହେବା ଦ୍ୱାରା ହାଟଭାରଣ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାରତ।

nis-ad
Leave A Reply

Your email address will not be published.