ବାଦପଲ୍ଲୀ ଗ୍ରାମପଞ୍ଚାୟତକୁ ଏଚ୍.ଆଇ.ଭି./ଏଡସ୍ ମୁକ୍ତ ଘୋଷଣା ନିମନ୍ତେ ଅଭିଯାନ !


ଖଲ୍ଲିକୋଟ : ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ଗଞ୍ଜାମ ଓ ଓଡିଶା ରାଜ୍ୟ ଏଡ଼ସ ନିୟନ୍ତ୍ରଣ ସମିତି, ଭୁବନେଶ୍ୱର ର ମିଳିତ ଉଦ୍ୟମରେ ଖଲ୍ଲିକୋଟ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଏକ ସାଧାରଣ ସଭା ତା ୧୨.୦୮.୨୦୨୪ ରିଖରେ ଅନୁଷ୍ଠିତ ହୋଇଯାଇଛି | ଏହି ସଭାକୁ ମାନ୍ୟବର ଖଲ୍ଲିକୋଟ ବିଧାୟକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସେଠୀ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଉମା ଶଙ୍କର ମିଶ୍ର, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ(ଟିବି) ଡାକ୍ତର ଅବନୀ କୁମାର ପାତ୍ର, ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ମହାରଣା, ଗୋଷ୍ଠୀ ଉନୟନ୍ନ ଅଧିକାରୀ ଦେବାଶିଷ ସାସମଲ, ତହସିଲଦାର ଡାକ୍ତର ଆର୍ଯ୍ୟ କୁମାର ସର୍ବଦମନ, ଆର.ସି.ଏମ ମହାବିଧ୍ୟାଳୟ ର ଅଧ୍ୟକ୍ଷ ଡ଼କ୍ଟର ସୁରେନ୍ଦ୍ର କୁମାର ସ୍ୱାଇଁ, ସି.ଡି.ପି.ଓ ଶ୍ରୀମତୀ ପଦ୍ମିନୀ ସାହୁ, ସରପଞ୍ଚ ଶ୍ରୀମତୀ ନିର୍ମଳା ଶବର, ଜିଲ୍ଲା ଏଡସ୍ ସେଲ ର ଅଧିକାରୀ ଶ୍ରୀଯୁକ୍ତ ହେମନ୍ତ କୁମାର ଦାଶ, ଖଲ୍ଲିକୋଟ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡାକ୍ତର ପ୍ରଦୀପ ଗନ୍ତାୟତ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ
ଏହି କାର୍ଯ୍ୟକ୍ରମର ମୁଖ୍ୟଲକ୍ଷ୍ୟ ହେଉଛି, ଅନ୍ତର୍ଜାତୀୟ ଯୁବ ଦିବସ ତା ୧୨.୦୮.୨୦୨୪ ରିଖ ଠାରୁ ବାଦପଲ୍ଲୀ ଗ୍ରାମପଞ୍ଚାୟତକୁ ଏଚ୍.ଆଇ.ଭି./ଏ.ଡ.ସ୍ ମୁକ୍ତ ଘୋଷଣା ନିମନ୍ତେ ବିଶେଷ କାର୍ଯ୍ୟକ୍ରମ ଓ ଯୌନ ସମ୍ପର୍କିତ ରୋଗର ନିରାକରଣ ପାଇଁ ବ୍ୟାପକ ସଚେତନତା ଅଭିଯାନ | ଏହି ବ୍ଲକ ତଥା ଜିଲ୍ଲାରେ ଜନସାଧାରଣମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି |

ଗଞ୍ଜାମ ଜିଲ୍ଲାରେ ଏଚ୍.ଆଇ.ଭି. ଗ୍ରସ୍ତ ବ୍ୟକ୍ତି ଙ୍କ ଚିହ୍ନଟ ବହୁମାତ୍ରାରେ କମିଥିଲେ ମଧ୍ୟ ଶୂନ ସଂକ୍ରମଣ କରିବା ଲକ୍ଷ୍ୟରେ ବାଦପଲ୍ଲୀ ଗ୍ରାମପଞ୍ଚାୟତଠାରୁ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି ବୋଲି ଡାକ୍ତର ଉମା ଶଙ୍କର ମିଶ୍ର କହିଥିଲେ | ଏଚ୍.ଆଇ.ଭି ର ବ୍ୟାପକ ସଚେତନତା, ଯୁବ ସମାଜ ଆଗେଇ ଆସିବା ପାଇଁ ଆହ୍ୱାନ କରାଯାଇଛି | ଗ୍ରାମପଞ୍ଚାୟତ ର ନିର୍ବାଚିତ ପ୍ରତିନିଧି ଓ ସମାଜସେବୀ ମାନଙ୍କ ମାଧ୍ୟମରେ ବ୍ୟାପକ ସଚେତନତା କରାଯିବାକୁ ଲକ୍ଷ୍ୟ ରଖାଯାଇଛି | ବାଦପଲ୍ଲୀ ଗ୍ରାମପଞ୍ଚାୟତର ଘରକୁ ଘର ଯାଇ, ବୈଠକ କରି ଏହାର କାରଣ ଓ ନିରାକରଣ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବାକୁ ଲକ୍ଷ୍ୟ ରଖାଯାଇଛି | ଏଚ୍.ଆଇ.ଭି.ର ସଚେତନତା ପାଇଁ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ, ସମାଜରେ ଏଚ୍.ଆଇ.ଭି. ଗ୍ରସ୍ତ ଥିବା ବ୍ୟକ୍ତିଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସମସ୍ତଙ୍କ ସହଯୋଗ ନିତ୍ୟାନ୍ତ ଆବଶ୍ୟକ | ଉକ୍ତ କାର୍ଯ୍ୟକ୍ରମରେ ଯକ୍ଷ୍ମା ବିଭାଗର ଶ୍ରୀ ସୁଧୀରକାନ୍ତ ବେହେରା, ଏ.ଡ.ସ୍ ସେଲ ର ସନ୍ତୋଷ କୁମାର ରାଜୁ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବି.ପି.ଏମ, ଆଇ.ସି.ଟି.ସି କାଉନ୍ସେଲର ପ୍ରମୁଖ ଉପସ୍ଥିତ ଥିଲେ ଏବଂ ଅରୁଣା ସ୍ଵେଛା ସେବି ଅନୁଷ୍ଠାନ ର କର୍ମଚାରୀ ମାନେ ଉକ୍ତ କାର୍ଯ୍ୟକ୍ରମ କୁ ସଫଳ ରୂପେ ପରିଚାଳନା କରିବାରେ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଥିଲେ ।।

nis-ad
Leave A Reply

Your email address will not be published.