ବିସ୍ମୟ ବାଳକ ଜି.ପୋଖରାଜ : ଇଣ୍ଡିଆବୁକ ରେକର୍ଡରେ ସ୍ଥାନ ପାଇ ଆଣିଛନ୍ତି ଗର୍ବ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ନୂଆସାହିରେ ରହୁଥିବା ୩ ବର୍ଷ ବଯସର ବିସ୍ମୟ ବାଳକ ଜି.ପୋଖରାଜ ପ୍ରସାଦ ପାଢୀ ଏବେ ତିନିବର୍ଷ ବୟସ ରେ ୫୧ ପ୍ରକାର ପ୍ରସଙ୍ଗ ରେ ସାଧାରଣ ଉତ୍ତର ଜିଭ ଆଗରେ କହିପାରି ଇଣ୍ଡିଆ ବୁକ ରେକର୍ଡ ୨୦୨୪ ରେ ସ୍ଥାନ ପାଇ ଆଣିଛନ୍ତି ଗର୍ବ । ୨୦୨୧ ମସିହା ମାର୍ଚ ୨ତାରିଖରେ ମାତା ମିନତୀ କୁମାର ସ୍ଵାଇଁ ଓ ପିତା ଶିବ ପ୍ରସାଦ ପାଢୀ ଙ୍କ ପ୍ରଥମ ସନ୍ତାନ ଭାବେ ଜନ୍ମ ଗ୍ରହଣ କରିଥିବା ଜି.ପୋଖରାଜ । ଏକ ବର୍ଷ ବୟସ ରେ କଥା କହିବ ଦିନଠାରୁ ହିଁ ତାର ରହିଥିବା ପ୍ରତିଭାକୁ ଚିହ୍ନି ପାରି ଥିଲେ ତାଙ୍କ ମାତା ମିନତୀ । ମିନତୀ ଘରେ ପୂଜା କରିବା ସମୟରେ ବିଭିନ୍ନ ଶ୍ଳୋକ ପଢୁଥିବା ବେଳେ ପୁଅ ସେହି ଶ୍ଳୋକ ଶୁଣି ଧୀରେ ଧୀରେ ଗୁଣୁଗୁଣୁ ଆରମ୍ଭ କରିଥିଲା । ସେହି ଦିନ ଠାରୁ ତାର କିଛି ପ୍ରତିଭା ରହିଥିବା ଜାଣି ପାରି ମା ମିନତୀ ପୁଅକୁ ବିଭିନ୍ନ ପୂଜା ପାର୍ବଣ, ଗୃହ ପାଳିତ ପଶୁ, ଫୁଲ, ଫଳ, ବିଭିନ୍ନ ଦେଶ ବିଦେଶର ନା , ରାଜ୍ୟ, ଦେଶ ର ରାଜଧାନୀ, ଦେହର ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗ ର ନାମ ସମେତ ୫୧ ପ୍ରକାର ବିଭିନ୍ନ ସାଧାରଣ ଜ୍ଞାନ ସମ୍ପର୍କିତ ବିଷୟକୁ ଜିଭ ଆଗରେ ରଖି ଏବେ ଚର୍ଚା କୁ ଆସିଛନ୍ତି । ପୁଅ ଜି.ପୋଖରାଜ ଙ୍କ ବାପା ମା ଦୁଇ ଜଣ ସରକାରୀ ଚାକିରି କରୁଥିବା ବେଳେ ପୁଅକୁ ଅଧିକ ସମୟ ଦେଇ ପାରୁନଥିବା କହିବା ସହ ବାପା ଶିବ ପ୍ରସାଦ କହିଛନ୍ତି ପୁଅର ସଫଳତା ପଛରେ ମା ମିନତୀ ର ହିଁ ଉଦମ୍ୟ ରହିଛି । ମୁ କେବଳ ବିଭିନ୍ନ ବହି ବଜାର ରୁ କିଣି ଆଣିଦେଉଛି । ଜି.ପୋଖରାଜ ଇଣ୍ଡିଆ ବୁକ ରେକର୍ଡରେ ସ୍ଥାନ ପାଇବା ପରେ ଘରେ ଖୁସି ହେବା ସହ ସାହି ପଡିଶା ସାଙ୍ଗ ସାଥି ସବୁଆଡୁ ଶୁଭେଚ୍ଛା ର ସୁଅ ଛୁଟୁଛି ।ପୁଅର ସାଧାରଣ ଜ୍ଞାନ ସହ ଖେଳ କୁଦ ,ଚିତ୍ର ଆଙ୍କିବା ଭଳି ଅନେକ ପ୍ରତିଭା ରହିଛି । ଆଗାମୀ ଦିନରେ ପୁଅକୁ ବିଭିନ୍ନ ପ୍ରତିଯୋଗୀତା ରେ ଅଂଶ ଗ୍ରହଣ କରିବା ପାଇଁ ପ୍ରସ୍ତୁତ କରିବୁ ବୋଲି ପରିବାର ଲୋକେ କହିଛନ୍ତି ।

nis-ad
Leave A Reply

Your email address will not be published.