ଏସପିଙ୍କ ନିର୍ଦ୍ଦେଶ କ୍ରମେ ଗୋ ଚାଲାଣ ଉପରେ ଚଢ଼ାଉ, 3 ଟି ଟ୍ରକ ଓ ୧୧୦ ଗାଈ ଓ ମଇଁଷି ଜବତ…


ନବରଙ୍ଗପୁର : ଏସ.ପି ରୋହିତ ବର୍ମାଙ୍କ ନିର୍ଦ୍ଦେଶ କ୍ରମେ ନବରଙ୍ଗପୁର ଥାନା ପୋଲିସ ଓ ଏସ ଡି ପିଓ ଏକ ଟିମ ଗଠନ କରି ବେଆଇନ ଗୋ ଚାଲାଣ ଉପରେ ଚଢ଼ାଉ କରିଛନ୍ତି ।
ନବରଙ୍ଗପୁର ସହର ନିକଟସ୍ଥ ଚୁଟିଆ ଗୁଡା ଗ୍ରାମ ନିକଟ ପଡ଼ିଆରେ ୩ ଟି ଟ୍ରକ ଓ ଗୋଟିଏ ପିକ ଅପ୍ ଗାଡ଼ିରେ ରାଜ୍ୟ ବାହାରକୁ ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ମାଡି ବସିଲା ପୋଲିସ । ଚଢ଼ାଉ ସମୟରେ ଟ୍ରକ ରେ ଦୁଇ ଥାକ କରି ମଇଁଷି ଚଢା ଯାଇଥିଲା । ମୋଟ 3 ଟି ଟ୍ରକ ଗୋଟିଏ ପିକ ଅପ୍ ରେ ଗାଈ ଓ ମଇଁଷି ଉଠାଇବା ପାଇଁ ଶ୍ରମିକ ମାନେ ଉଦ୍ୟମ କରୁଥିଲେ । ଏହି ସମୟରେ ହଠାତ ପୋଲିସ ଟିମ ଚଢ଼ାଉ କରିଥିଲା । ଚଢ଼ାଉ ପରେ ୩ଗୋଟି ଗାଡିରେ, ୬୦ ମଇଁଷି ଓ ୫୦ ଗାଈ ରହିଥିବା ଜଣାପଡିଛି । ବ୍ୟବସାୟୀ କହିବା ଅନୁଯାୟୀ ଡାବୁଗାଁ ହାଟରୁ ଗାଈ ଚଲାଇ ଆଣି ଅନ୍ୟ ହାଟକୁ ବିକ୍ରି କରିବାକୁ ନେବାକୁ ଥିଲା ବୋଲି ପୋଲିସକୁ କହିଥିଲେ । ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଛିଯେ ଗୋ ଚାଲାଣ କରିବା ପୂର୍ବରୁ ପଶୁ ସମ୍ପଦ ବିଭାଗର ଅନୁମତି ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଏ । ଏହି ଅନୁମତି ବ୍ୟବସାୟୀଙ୍କ ନିକଟରେ ନଥିଲା। ଅନ୍ୟ ପକ୍ଷରେ ଗାଈ ଗୋରୁଙ୍କୁ ଚଳାଇ ଆଣିବା ପୂର୍ବରୁ ଖାଦ୍ୟ ଓ ପାଣି ଦେବା ସହିତ ସ୍ଥାନେ ସ୍ଥାନେ ବିଶ୍ରାମ ମଧ୍ୟ ଦେବା ଆବଶ୍ୟକ ତାହା ମଧ୍ୟ ଗୋ ଚାଲାଣ ସମୟରେ ନିୟମ ପାଳନ କରାଯାଉନାହିଁ । ତେବେ ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଚଲାଇଛି । ଟ୍ରକ ଗୁଡିକୁ ପୋଲିସ ଜବତ କରି ଥାନାକୁ ନେଇଛି । ଏହି ଘଟଣାରେ ଅଧିକ ତଦନ୍ତ ପାଇଁ ୫ ଜଣଙ୍କୁ ଥାନାରେ ଅଟକ ରଖାଯାଇଛି । । ଗାଈ ଓ ମଇଁଷି ଗୁଡିକୁ ପଡ଼ିଆରେହିଁ ରଖାଯାଇଛି । ପୋଲିସ ଜଗି ରହିଛି । ବିଭିନ୍ନ ଗୋଶାଳା ସହିତ ପୋଲିସ ସମ୍ପର୍କରେ ରହିଛି । ତେବେ ଚଢ଼ାଉରେ ଏସ ଡି ପିଓ କୃଷ୍ଣ ଚନ୍ଦ୍ର ଭତ୍ରା, ଥାନା ଅଧିକାରୀ ସମ୍ବିତ ବେହେରା, ଏସଆଇ ସବୀର ଅହମ୍ମଦ, ଏଏସଆଇ ପି.କଚିମ, ତୁଳସିରାମ ପୂଜାରୀ, କନେଷ୍ଟେବଲ ଅନୀଲ।ପୃଷ୍ଟି ସମେତ ପୋଲିସ ଏପିଆର ଫୋର୍ସ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.