ଲକ୍ଷ୍ୟଭେଦି ପ୍ରକଳ୍ପ ତରଫରୁ ଏଚ୍.ଆଇ,ଭି/ଏ.ଡ୍.ସ୍. ସମ୍ପର୍କିତ ଦିନିକିଆ ଆଲୋଚନା

ଫୁଲବାଣୀ: ସ୍ୱେଛାସେବୀ ଅନୁଷ୍ଠାନ ସ୍ୱାତୀ, ଜିଲ୍ଲା ସ୍ୱାସ୍ଥ୍ୟସମିତି, କନ୍ଧମାଳ ଓ ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତି ଭୂବନେଶ୍ୱରଙ୍କ ମିଳିତ ସହଯୋଗରେ ଏଚ୍.ଆଇ.ଭି/ଏ.ଡ୍.ସ୍. ସମ୍ପର୍କିତ ଏକ ଦିନିକିଆ ଆଲୋଚନା ଚକ୍ର ଫୁଲବାଣୀ ଠାରେ ଆୟୋଜିତ ହୋଇଯାଇଛି । ଜିଲ୍ଲାରେ ସ୍ୱାତୀ ଅନୁଷ୍ଠାନଙ୍କ ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ଲକ୍ଷଙ୍କଭଦୀ ପ୍ରକଳ୍ପକୁ ସଫଳ ଭାବେ ରୂପାୟନ କରିବା ନିମନ୍ତେ ଏହା ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମ ରେ ଜିଲ୍ଳା ଏଚ୍.ଆଇ.ଭି/ଏ.ଡ୍.ସ୍. ସୁପରଭାଇଜର୍ ଦେବାଶିଶ ମିଶ୍ର ଯୋଗଦେଇ ଏଚ୍.ଆଇ,ଭି ସଂକ୍ରମଣର ମୂଖ୍ୟ ମାଧ୍ୟମ ଗୁଡିକୁ ଉପସ୍ଥସପନା କରିବା ସହିତ ସଚେତନତା ହିଁ ଏହି ସଂକ୍ରମଣକୁ ରୋକି ପାରିବ ବୋଲି କହିଥିଲେ । ତତ୍ ସହିତ ଗପ, ଗୀତ ଓ ବକ୍ତବ୍ୟ ମାଧ୍ୟମରେ ସଂକ୍ରମିତ ବ୍ୟକ୍ତିଙ୍କୁ କିପରି ବ୍ୟବହାର ଦେଖାଇବା ଆବଶ୍ୟକ ଯାହାକି ତାଙ୍କୁ ଦିର୍ଘଦିନ ବଂଚିବାକୁ ଦେଇପାରିବ ତାହା ବୁଝାଇଥିଲେ । ସମନ୍ୱିତ ରକ୍ତ ପରିକ୍ଷା ଓ ପାରାମର୍ଶ କେନ୍ଦ୍ର-୨ ର ପରାମର୍ଶ ଦାତା ଗୋବିନ୍ଦ ଚନ୍ଦ୍ର ଜେନା ଯୋଗଦେଇ ଗର୍ଭବତି ମା ଠାରୁ ତାର ଶିଶୁକୁ କିପରି ଏଚ୍.ଆଇ.ଭି. ସଂକ୍ରମଣ ହୋଇଥାଏ ତାହା ଜଣାଇବା ସହ ସେଥିପାଇଁ ଥିବା ଚିକିତ୍ସା ବ୍ୟବସ୍ଥା ବିଷୟ ରେ ମଧ୍ୟ ସୂଚନା ଦେଇଥିଲେ । ଫୁଲବାଣୀ ର ବରିଷ୍ଠ ସାମ୍ବାଦିକ ତଥା ବ୍ଲଡବ୍ୟାଙ୍କ ର ପରିଚାଳନା ସମିତିର ସଭ୍ୟ ପ୍ରଶାନ୍ତ କୁମାର ବେହେରା ଯୋଗଦେଇ ସଂକ୍ରମଣ ବ୍ୟକ୍ତିଙ୍କ ନିମନ୍ତେ ସରକାରଙ୍କ ତରଫରୁ ଚିହ୍ନଟିକରଣ ଠାରୁ ଆରମ୍ଭକରି ଚିକିତ୍ସା ପର୍ଯ୍ୟନ୍ତ ଥିବା ବ୍ୟବସ୍ଥା ଗୁଡିକୁ ଜଣାଇବା ସହ ରକ୍ତଭଣ୍ଡାରରେ ଥିବା ବ୍ୟବସ୍ଥା କଥା ମଧ୍ୟ କହିଥିଲେ । ଅନୁଷ୍ଠାନର ସଂପାଦକ ହରି ଶଙ୍କର ରାଉତ ଏହି କର୍ମଶାଳା ରେ ରେ ଉପସ୍ଥିତ ରହି ଜାତିୟ ଏ.ଡ୍.ସ୍. ନିୟନ୍ତ୍ରଣ ସଂସ୍ଥା ଙ୍କ ସହାୟତା ଓ ଓଡିଶା ଏ.ଡ୍.ସ୍. ନିୟନ୍ତ୍ରଣ ସମିତିଙ୍କ ତତ୍ୱାବଧାନ ରେ ଜିଲ୍ଲାରେ ଚାଲିଥିବା ଲକ୍ଷଭେଦି ପ୍ରକଳ୍ପ ର କାର୍ଯଧାରା ବିଷୟ ରେ ଅଲୋକପାତ କରିଥିଲେ । ପ୍ରକଳ୍ପ ପରିଚାଳକ ବିଶ୍ୱରଞନ କର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ପରାମର୍ଶ ଦାତା ସ୍ନେହଲତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ରେ ଚକାପାଦ, ଫିରିଙ୍ଗିଆ, ଖଜୁରିପାଡା ଓ ଫୁଲବାଣୀ ବ୍ଲକ୍ ରୁ ୨୦ ରୁ ଅଧିକ ମହିଳା ଯୋଗ ଦେଇଥିବା ବେଳେ ସିତା ରଣା, ସ୍ମୃତିରେଖା ନାୟକ, ଶୁବାସିନି ବେହେରା, ମିଲି ସାହାଣି, ପ୍ରିୟଙ୍କା ନାୟକ, ଦିତିକା ପ୍ରଧାନ ଓ କିନ୍ନର ବିଷ୍ଣପ୍ରିୟା ପ୍ରଧାନ ପରିଚାଳନାରେ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.