ଚିକିଟୀ : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ୨୬ତମ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ କୁ ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଦୀପା କୁମାରୀ ସାହୁ ଉଦ୍ଘାଟନ କରିବା ସହ ବିଜ୍ଞାନ ପ୍ରକଳ୍ପର ପର୍ଯ୍ୟବେକ୍ଷଣ କରିଥିଲେ। ଏହି ଉଦ୍ଘାଟନୀ ସଭାରେ ଅନୁଷ୍ଠାନର ପରିଚାଳନା ସମିତିର ସଭାପତି ପି. ରାମରାଓ ସୁବୁଦ୍ଧି, ଉପସଭାପତି ସନ୍ତୋଷ କୁମାର ସାହୁ ,ସମ୍ପାଦକ କୃଷ୍ଣଚନ୍ଦ୍ର ସାହୁ ,ପ୍ରଧାନ ଆଚାର୍ଯ୍ୟ ନିରଞ୍ଜନ ବିଷୋୟୀ ଏବଂ କୋଷIଧକ୍ଷ ଶ୍ରୀ ଏସ.ଦୁର୍ଗା ପ୍ରସାଦ ସୁବୁଦ୍ଧି ମଞ୍ଚାସୀନ ଥିଲେ। ଜ୍ଞାନ ବିଜ୍ଞାନ ମେଳI ରେ ଶିଶୁ ,ବାଲ ,ଓ କିଶୋର ବିଭାଗର ୧୧୭ ଜଣ ଅଂଶ ଗ୍ରହଣ କରିଥିଲେ ଏଥିରେ ତିନୋଟି ବିଭାଗ ଯଥା ବିଜ୍ଞାନର ପ୍ରକଳ୍ପ,ପ୍ରୟୋଗ ଓ ପ୍ରଶ୍ନମଞ୍ଚ ,ସଂସ୍କୃତି ଜ୍ଞାନ ର ନିବନ୍ଧ ,କଥପୋକଥନ,ଦେଶଭକ୍ତି ଗୀତ,ସେପରି ଗଣିତର ପ୍ରୟୋଗ ,ପ୍ରକଳ୍ପ ପ୍ରଦର୍ଶନ,ଓ ପତ୍ରବାଚନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ସମସ୍ତ ପ୍ରତିଯୋଗିତା କୁ ଚିକିଟୀ ବ୍ଲକ ର ବିଭିନ୍ନ ହାଇସ୍କୁଲ ର ବିଜ୍ଞାନ ,ଗଣିତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ନିର୍ଣାୟକ ଭାବେ ଅଂଶ ଗ୍ରହଣ କରି ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ପାଇଁ ଚୟନ କରିଥିଲେ। ଉଦଯାପନ ଉତ୍ସବରେ ଶ୍ରୀ ସିମାଞ୍ଚଳ ପଣ୍ଡା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ (ଚିକିଟୀ), ପରିଚାଳନା ସମିତିର ସଭାପତି ପି. ରାମାରାଓ ସୁବୁଦ୍ଧି ,ଉପସଭାପତି ସନ୍ତୋଷ କୁମାର ସାହୁ ,ସମ୍ପାଦକ କୃଷ୍ଣ ଚନ୍ଦ୍ର ସାହୁ ,ଯୁଗ୍ମ ସମ୍ପାଦକ କେ.ସିମାଞ୍ଚଳ ,କୋଷାଧକ୍ଷ ଏସ.ଦୁର୍ଗା ପ୍ରସାଦ ସୁବୁଦ୍ଧି ଏବଂ ସଭ୍ୟା ପ୍ରିୟଦର୍ଶନୀ ସାହୁ ଓ ସନ୍ଧ୍ୟା ରାଣୀ ସେଠୀ ଯୋଗ ଦେଇଥିଲେ। ପ୍ରଧାନଆଚାର୍ଯ୍ୟ ଶ୍ରୀ ନିରଞ୍ଜନ ବିଷୋୟୀ ଙ୍କ ତତ୍ତ୍ଵବଧାନ ରେ ସମସ୍ତ ସେବବ୍ରତୀଙ୍କ ସହଯୋଗରେ କାର୍ଯ୍ୟକ୍ରମ ଟୀ ସଫଳ ରୂପାୟନ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.
Next Post