ବାଳିକା ଶିକ୍ଷାକୁ ଆଗେଇନେବା ପାଇଁ ‘ପୁରି ପଢାଇ ଦେଶକି ଭଲାଇ’ ଅଭିଯାନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ର ଫିରିଙ୍ଗିଆ ବ୍ଲକର ଗୋଛାପଡା ଥାନା ଅର୍ନ୍ତଗତ ବାଲନ୍ଦାପଡା ରେ ବାଳିକା ଶିକ୍ଷା କୁ ଆଗେଇନବା ପାଇଁ “ପୁରି ପଢାଇ ଦେଶ କି ଭଲାଇ” ଅଭିଜାନ ସ୍ୱାତୀ ଓ କ୍ରାଏ ଅନୁଷ୍ଠାନ ର ମିଳିତ ସହଯୋଗରେ ଆରମ୍ଭ କରାଯାଇଛି । ଏହି ଅଭିଜାନ ର ଲକ୍ଷ କିପରି ବାଳିକା ମାନେ ସଂପୂଣ୍ଣ ଶିକ୍ଷା ଗ୍ରହଣ କରିବେ ଅତିକମ୍ ରେ ଦ୍ୱାଦଶ ବା ଯୁକ୍ତ ୨ ପର୍ଯ୍ୟନ୍ତ । ଏହି ଅଭିଜାନ ମାଧ୍ୟମରେ ଯେଉଁ ଝିଅ ମାନେ ପାଠ ଛାଡିଛନ୍ତି ବା ସ୍କୁଲ କୁ ଜିବାକୁ ଆଗ୍ରହ ପ୍ରକାଶ କରୁନାହାଁନ୍ତି ସେମାନଙ୍କୁ କିପରି ଶିକ୍ଷା ବ୍ୟବସ୍ଥା ସହିତ ଯୋଡିବା । ସ୍ୱାତୀ ଏହି ଅଭିଜାନ ବାଲନ୍ଦାପଡା, ଲୁଇସିଂ, କୋଇରିମାଣ୍ଡୁ, ପାହିରାଜୁ ଓ ପକାରିର ଗ୍ରାମ ପଂଚାୟତ ରେ କରିବ ବୋଲି ଯୋଜନା କରିଛନ୍ତି ।

ଏହି ଅଭିଜାନ ତା ୨୨ ଜୁଲାଇ ରୁ ଆସନ୍ତା ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଉପଯୁକ୍ତ ଅଂଚଳ ରେ ସବୁ ବର୍ଗର ଲୋକ, ପିତା, ମାତା, ଅଭିଭାବକ ସହିତ ସରକାରୀ ଓ ବେସରକାରୀ ଅଧିକାରୀ ମାନେ ଯୋଡି ହେବା ସହିତ ଏହି ଅଭିନବ ଅଭିଜାନ କୁ ପ୍ରସଂଶା କରିଛନ୍ତି । ଜିଲ୍ଲା ସ୍ଥରରେ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଶଢଙ୍ଗି, ନିରୁପମା ଦୋରା; ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କ୍ରିଶ୍ମା ପଣ୍ଡା, ସି.ଡବ୍ଲୁ.ସି ର ଅଧକ୍ଷ ରଜତ ଦିଗାଲ ; ଆଦିବାସୀ ଉନ୍ନୟନ ପ୍ରକଳ୍ପ ଅଧିକାରୀ ଦେବଜାନୀ ଭୁୟାଁ; ଡିସିପିଓ ରଶ୍ମିତା କରନ୍ ; ସନ୍ଧ୍ୟାରାଣୀ ନାୟକ ସମେତ ଶିକ୍ଷକ, ଶିକ୍ଷୟତ୍ରୀ, ସରପଂଚ, ଗ୍ରାମ ଓ ଜାତି ମୁଖିଆ ଯୋଡିହୋଇଛନ୍ତି । ପୁରି ପଢାଇ ଦେଶ କି ଭଲାଇ ଓଡିଶା ର ବିଭିନ୍ନ ଜାଗାରେ ଓ ଅନ୍ୟ ରାଜ୍ୟ ରେ କ୍ରାଏ ତାର ସହଯୋଗୀ ଅନୁଷ୍ଠାନ ମାଧ୍ୟମରେ କରୁଅଛି । ଏହି ଅଭିଜାନ ର ସଫଳ କରିବା ପାଇଁ ଶିକ୍ଷା ସଚେତନତା କାର୍ଯ୍ୟକ୍ରମ, ରାଲି, ଆଲୋଚନା ଗ୍ରାମ ସ୍ଥରରେ କରାଜିବ ବୋଲି ସ୍ୱାତୀ ର ସଂପାଦକ ଇଂ ହରିଶଙ୍କର ରାଉତ କହିଥିଲେ । ଏହି ଅଭିଜାନ ର ସଂଯୋଜନା ଦାୟିତ୍ୱ ରେ ସ୍ୱାତୀ ର କର୍ମୀ ପ୍ରଦୀପ କୁମାର ସ୍ୱାଇଁ, ମାନସ ରଞ୍ଜନ ପ୍ରଧାନ, ବିନ୍ଧ୍ୟାରାଣୀ ପ୍ରଧାନ, ଅପରାଜିତା ଜାନି, ମାଣିକ ବେହେରା ଓ ଗୈାତମ ମଲ୍ଲିକ ଅଛନ୍ତି ।

nis-ad
Leave A Reply

Your email address will not be published.