ସାପ କାମୁଡ଼ାରେ ଯୁବକଙ୍କ ମୃତ୍ୟୁ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଳକ ଅନ୍ତର୍ଗତ ରାଣୀପଥର ଗ୍ରାମର ଚମ୍ପେଶ୍ଵର ବେହେରା (ବୟସ ୪୭) ଙ୍କର ସାପ କାମୁଡ଼ାରେ ମୃତ୍ୟୁ ଘଟିଛି l ପ୍ରାପ୍ତ ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତ୍ରିରେ ବାରିପଟେ ଥିବା ଶୌଚାଳୟକୁ ଶୌଚ ହେବା ପାଇଁ ଯାଇଥିଲେ l ସେଠାରେ ଏକ ବିଷଧର ସାପ କାମୁଡି ଦେଇଥିବା ଚମ୍ପେଶ୍ଵର ଘରକୁ ଆସି କହିଥିଲେ l ଘର ଲୋକ ସାପକୁ ଖୋଜିବାକୁ ବାରିପଟେ ଯାଇଥିଲେ l କିନ୍ତୁ ସାପକୁ ପାଇ ନଥିଲେ l ଦେହ ଗୋଡ ହାତ ଜ୍ୱାଳା ପୋଡ଼ା ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସକୁ ନ ଜଗି ଏକ ଅଟୋରେ ଫୁଲବାଣୀ ମୁଖ୍ୟ ଡାକ୍ତରଖାନାକୁ ଆଣି ଚିକିତ୍ସା ପାଇଁ ଚମ୍ପେଶ୍ଵରଙ୍କୁ ଭର୍ତ୍ତି କରାଇଥିଲେ l ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା l ତାଙ୍କର ଏକ ମାତ୍ର ଝିଅ ସେ ମହାବିଦ୍ୟାଳୟ ଛାତ୍ରୀ ଅଟନ୍ତି l ଚମ୍ପେଶ୍ଵର ଗରିବ ହେଲେ ମଧ୍ୟ ଜଣେ ପରୋପକାରୀ, ମିଷ୍ଟଭାସି ,ଶାନ୍ତ ଶିଷ୍ଟ ଓ ସରଳ ବ୍ଯକ୍ତି ଥିଲେ l ତାଙ୍କର ବିୟୋଗରେ ରାଣୀ ପଥର୍ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ଏ ନେଇ ଏକ ସଦର ଥାନା ପୁଲିସ ଏକ ସାପ କାମୁଡା ମାମଲା ରୁଜୁ କରିଛି l

nis-ad
Leave A Reply

Your email address will not be published.