ମନ୍ଦିରା ଡ୍ୟାମରେ ମାଛ ମାରିବାକୁ ଯାଇ, ପାଣିରେ ବୁଡି ଦୁଇଜଣ ମୃତ !

ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ରାଏବଗା ଥାନା ଅଧୀନରେ ଥିବା ଜୟଡେଗା ପଞ୍ଚାୟତ ଅନ୍ତର୍ଗତ ଝାଡବେଡା ଗ୍ରାମ ସମ୍ମୁଖରେ ଥିବା ମନ୍ଦିରା ଡେମରେ ଆଜି ପାଞ୍ଚ ଜଣ ମାଛ ମାରୀବାକୁ ଯାଇଥିଲେ | ସେଠାରେ ମାଛ ମାରିବା ବେଳେ ହଠାତ୍ ଦୁଇଜଣଙ୍କ ଗୋଡ଼ କାଦୁଅରେ ଫସି ଯିବାରୁ ଅସୁସ୍ଥ ହୋଇ ପାଣିରେ ବୁଡ଼ି ଯାଇଥିଲେ | ସାଙ୍ଗରେ ଥିବା ଆଉ ତିନି ଜଣ ବହୁତ ଖୁଜାଖୁଜି କହିଲା ପରେ ନପାଇବାରୁ ରାଏବଗା ପୋଲିସକୁ ସୂଚନା ଦେଇଥିଲେ ରାଏବଗା ଥାନା ଅଧିକାରୀ ଜ୍ୟୋତି ରଞ୍ଜନ ପତିଙ୍କ ନିର୍ଦ୍ଦେଶ କ୍ରମେ ଏସ ଆଇ ପ୍ରହଲ୍ଲାଦ କୁମାର ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି କୁଆଁରମୁଣ୍ଡା ଅଗ୍ନି ବିଭାଗକୁ ସୂଚନା ଦେବାରୁ ଘଟଣା ସ୍ଥଳରେ ଅଗ୍ନି ବିଭାଗ ଅଧିକାରୀ ରବୀନ୍ଦ୍ର କୁମାର ବେହେରା ନିଜର ସହକର୍ମୀଙ୍କ ସହିତ ପହୋଞ୍ଚି ବହୁତ ଖୂଜାଖୁଯି କରିବା ପରେ ଦୁଇଜଣଙ୍କୁ ପାଣିରୁ ଉଦ୍ଧାର କରି ରାଏବଗା ସରକାରୀ ଡାକ୍ତରଖାନାକୁ ଆଣି ଥିଲେ | ସେଠାରେ ଡାକ୍ତର ବିକାଶ କୁମାର ବେକ୍ ଉଭୟଙ୍କୁ ପରୀକ୍ଷା କରି ଦେଖି ମୃତ୍ୟୁ ଘୋଷଣା କରିଥିଲେ | ଜଣେ

ହେଲେ ଝାଡବେଡା ଗ୍ରାମର ପିଉସ ବାଖଲା ୫୫ ବର୍ଷ ଓ ଆଉ ଜଣେ ସୁମନ ଡାଙ୍ଗ ୨୬ ବର୍ଷ ବୀରମିତ୍ରପୁର ଥାନା ଅନ୍ତର୍ଗତ ଦେୱକ୍ରନ ଦଫେଇ ୱାର୍ଡ ନମ୍ବର ୯ ବାଲି ଜଣା ପଡ଼ିଛି | ମୃତ୍ୟୁ ମୁଖରୁ ବଞ୍ଚିଥିବା ଆଉ ତିନିଜଣ ହେଲେ ଝାଡବେଡ଼ା ଗ୍ରାମର ରୋଷନ ବାଖଲା, ସୁଧୀର ବାଖଲା ଓ ଜେଭିଆର ଟୋପୋ ବାଲି ଜଣା ପଡ଼ିଛି | ରାଏବଗା ପୋଲିସ ଉଭୟ ସବକୁ ଜବତ କରିବା ସହ ସନ୍ଧିଆ ୬ ଟା ହେଇଥିବାରୁ କାଲି ବେବାଛେଦ କରାଇବା ପରେ ଘର ଲୋକଙ୍କୁ ହସ୍ତାନ୍ତର କରିବେ ବାଲି ପୋଲିସ ଏସ ଆଇ ପ୍ରହଲ୍ଲାଦ କୁମାର ପ୍ରଧାନଙ୍କ ସୂତ୍ରରୁ ପ୍ରକାଶ |

nis-ad
Leave A Reply

Your email address will not be published.