ଜଳ ଶକ୍ତି ମନ୍ତ୍ରଣାଳୟ ଭାରତ ସରକାରଙ୍କ ଆନୁକୂଲ୍ୟାରେ ସପ୍ତମ କ୍ଷୁଦ୍ର ଜଳ ସେଚନ ଭଣ୍ଡାର ଗଣନା

ଫୁଲବାଣୀ : ଜଳ ଶକ୍ତି ମନ୍ତ୍ରଣାଳୟ, ଭାରତ ସରକାର ଅନୁକୂଲ୍ୟାରେ ସପ୍ତମ କ୍ଷୁଦ୍ରଜଳ ସେଚନ ଭଣ୍ଡାର ଗଣନା, ଦ୍ବିତୀୟ ପୂର୍ଣାଙ୍ଗ ଜଳଉତ୍ସ ଭଣ୍ଡାର ଗଣନା, ପ୍ରଥମ ମାଧ୍ଯମ ଓ ବୃହଦ ଜଳ ଉତ୍ସ ଭଣ୍ଡାର ଗଣନା ତଥା ପ୍ରଥମ ପୂର୍ଣ୍ଣାଙ୍ଗ ଝରଣା ଜଳ ଉତ୍ସ ଗଣନା କରିବା ନିମନ୍ତେ କନ୍ଧମାଳ ଜିଲ୍ଲାକୁ ସରକାର ପାଇଲଟ ଜିଲ୍ଲା ଭାବରେ ନିର୍ବାଚିତ କରିଛନ୍ତି । ସେଥ‌ିପାଇଁ ତା୧୭. ଓ ତା. ୧୮.୧୦.୨୦୨୪ ଦୁଇଦିନ ଧରି କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟରୁ ୬ ଜଣିଆ ପ୍ରତିନିଧି ଦଳ ଅଜୟ ବକ୍ସି ଏ. ଡି. ଜି., ଏମ.ଆଇ ଙ୍କ ନେତୃତ୍ବରେ କନ୍ଧମାଳ ଜିଲ୍ଲା ପରିଦର୍ଶନ ପାଇଁ ଆସିଥିଲେ I ମୋବାଇଲ ଆପ ମାଧ୍ୟମରେ ହେବାକୁ ଥିବା ଉପରୋକ୍ତ ସର୍ଭେ ବା ଗଣନା ଯେମିତି ସଠିକ ଭାବରେ କରାଯାଇପାରିବ ତାହାର ପରୀକ୍ଷଣ କରିଥିଲେ । କେନ୍ଦ୍ରୀୟ ଦଳରେ ଅରବିନ୍ଦ ସିଂ ଅତିରକ୍ତ ନିର୍ଦ୍ଦେଶକ, ନିହାରିକା ସିଂ ସହାୟକ ନିର୍ଦ୍ଦେଶକ, ଶ୍ରୀମତୀ ରୀତିକା ସେଠି ବୈଜ୍ଞାନିକ ଜାତୀୟ ସୂଚନା କେନ୍ଦ୍ର, ତ୍ରିଲୋକ ସିଂ ସହାୟକ ନିର୍ଦ୍ଦେଶକ କେନ୍ଦ୍ରୀୟ ଜଳ ଆୟୋଗ, ଡାକ୍ତର ପି କେ ମିଶ୍ର ବୈଜ୍ଞାନିକ ସାମିଲ ଥିଲେ । ରାଜ୍ୟ ସ୍ତରୀୟ ଅଧିକାରୀ ସରୋଜ ମୋହନ ପଣ୍ଡା ଉପ ନିର୍ଦ୍ଦେଶକ, ଅଶ୍ୱିନ କୁମାର ମଲ୍ଲିକ ସହାୟକ ନିର୍ଦ୍ଦେଶକ ପରିସଂଖ୍ୟାନ ନିର୍ଦ୍ଦେଶାଳୟ , ଭୁବନେଶ୍ବରରୁ ଆସି କେନ୍ଦ୍ରୀୟ ପ୍ରତିନିଧି ଦଳ ସହିତ ଯୋଗ ଦେଇଥିଲେ। ଜିଲ୍ଲା ସ୍ତର ରେ ଭୀମସେନ ବାର୍ଲା ଉପ ନିର୍ଦ୍ଦେଶକ ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା (ପରିସଂଖ୍ୟାନ) ସମନ୍ୱୟ କରି ସଫଳତାର ସହିତ ଖଜୁରୀପଡା ବ୍ଲକ, ଫିରିଙ୍ଗିଆ ବ୍ଲକ ଓ ଫୁଲବାଣୀ ବ୍ଲକରେ କ୍ଷେତ୍ର ପରିଦର୍ଶନ ସହିତ ମୋବାଇଲ ଆପ ପରୀକ୍ଷଣ କରାଇଥିଲେ । କ୍ଷେତ୍ର ପରିଦର୍ଶନ ପରିଚାଳନାରେ ପରିସଂଖ୍ୟାନ ଅଧିକାରୀମାନେ ପୁର୍ଣ୍ଣ ସହଯୋଗ କରିଥିଲେ । କେନ୍ଦ୍ରୀୟ ପ୍ରତିନିଧି ଦଳ କନ୍ଧମାଳ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ସହିତ ଆଗାମୀ ଦିନ ରେ ହେବାକୁ ଥିବା ଉପରୋକ୍ତ ଗଣନା ଯେପରି ସୁଚାରୁ ରୂପେ ସମ୍ପୂର୍ଣ୍ଣ ହେବ ସେ ବିଷୟରେ ବିଷଦ ଭାବରେ ଆଲୋଚନା କରିଥିଲେ । ଜିଲ୍ଲାପାଳ ମହୋଦୟ ଏହି ଗଣନାରେ ପରିସର ଭୁକ୍ତ ହେଉଥିବା ଜଳ ଉତ୍ସ ଗୁଡିକର ମହତ୍ବ ଓ ଉପାଦେୟତା ବିଷୟରେ ପୁଙ୍ଖନୁପୁଙ୍ଖ ଆଲୋଚନା କରିଥିଲେ ଓ ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କୁ ପୁର୍ଣ୍ଣ ସହଯୋଗ କରିବା ପାଇଁ କହିଥିଲେ । ଆଲୋଚନା ସମୟରେ ଇଂ. ମନୋରଞ୍ଜନ ହାଁସଦା (କ୍ଷୁଦ୍ର ଜଳ ସେଚନ) ଇଂ. ହିତେଶ କୁମାର ସାହୁ (ମଧ୍ୟମ ସେଚନ ) ଉପସ୍ଥିତ ଥିଲେ ଓ ଗଣନା କାର୍ଯ୍ୟକ୍ରମରେ ପୁର୍ଣ୍ଣ ସହଯୋଗ କରିବେ ବୋଲି କହିଥିଲେ । ପରିଶେଷରେ ଅଜୟ ବକ୍ସି ଗଣ ମାଧ୍ୟମ ପ୍ରତିନିଧିଙ୍କୁ ସମ୍ବୋଧନ କରିଥିଲେ ଓ ଆଗାମୀ ଦିନରେ ହେବାକୁଥ‌ିବା ଉପରୋକ୍ତ ସର୍ଭେ ବା ଗଣନା କାର୍ଯ୍ୟକ୍ରମ ସଫଳତାର ସହତ ସମ୍ପୂର୍ଣ୍ଣ ହେବ ବୋଲି ଆଶା ପ୍ରକଶ କରିଥିଲେ ।

nis-ad
Leave A Reply

Your email address will not be published.