ବନ୍ୟା ସ୍ଥିତି, ପ୍ରଶସନିକ ପଦକ୍ଷେପ ସମ୍ୱନ୍ଧରେ ସୂଚନା ସହ ଜରୁରୀକାଳୀନ ନମ୍ବର ଜାରି କଲେ ଜିଲ୍ଲାପାଳ।

ମାଲକାନଗିରି : ଆଜି ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାଇ ଜିଲ୍ଲାପାଳ ସଚିନ ପାୱାର ବନ୍ୟା ସ୍ଥିତି, ପ୍ରଶାସନିକ ପଦକ୍ଷେପ ସମ୍ୱନ୍ଧରେ ସୂଚନା ଦେଇଥିଲେ। ତିନିଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନର ନଈ ନାଳ ଭର୍ତ୍ତି ହୋଇ ଯାଇଥିବା ବେଳେ କିଛି କିଛି ଗାଁରେ ମଧ୍ୟ ବନ୍ୟାଜଳ ପଶିଥିବାର ଦେଖିବାକୁ ମିଳିଛି। ଜିଲ୍ଲାରେ ୧୮ ତାରିଖରୁ ୧୯ ତାରିଖ ସକାଳ ୮ ସୁଦ୍ଧା ୨୫ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ୧୯ ତାରିଖ ରୁ ୨୦ ତାରିଖ ସକାଳ ୮ ସୁଦ୍ଧା ୧୯୦ ମିମି ବର୍ଷା ଓ ୨୦ ତାରିଖରୁ ୨୧ ତାରିଖ ସକାଳ ସୁଦ୍ଧା ୬୧ ମିମି ବର୍ଷା ରେକର୍ଡ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଜାତୀୟ ରାଜପଥ ଉପରେ ଥିବା ଯେଉଁ ପୋଲଗୁଡ଼ିକ ଉପରେ ୨ ରୁ ୩ ଫୁଟ ଜଳ ପ୍ରବାହିତ ହେଉଥିଲା ଆଜି ସକାଳୁ ପାଙ୍ଗମ, ପୋଟେରୁ, ମୁଦୁଲିପଡା, ପୋଡଘାଟ , ପଡ଼ିଆ ବ୍ଳକ୍ ର ପୋଡଗାନପାଲି ପୋଲ ଓ ମାଲକାନଗିରି ଠାରୁ ସୁକୁମା ରାସ୍ତା ର ଚଲାଣଗୁଡା ପୋଲ ଉପର ଜଳସ୍ତର କମି ଯାତାୟାତ ସ୍ୱାଭାବିକ ହୋଇଥିବା ବେଳେ ମାଲକାନାଗିରି ଠାରୁ କାଲିମେଳା ରାସ୍ତାର କାକୁରୁକୋଣ୍ଡା, କାଲିମେଳା ଠାରୁ ମୋଟୁ ରାସ୍ତାର ଏମ୍ଭି ୯୬ ଓ କାଲିମେଳା ଠାରୁ ପଡିଆ କୁ ସଂଯୋଗ କରୁଥିବା ରାସ୍ତାର କନ୍ୟାଶ୍ରମ ପୋଲ ରେ ଜଳସ୍ତର କମିବାରେ ଲାଗିଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ । ପୋଟେରୁ ପଲର ଜଳସ୍ଥର କମିବା ପରେ ପୋଲ ଉପରେ ବନ୍ୟା ଜଳରେ କ୍ଷତିଗ୍ରସ୍ତ ହୋଇଥିବା ଜାଗା ଗୁଡ଼ିକର ନିର୍ମାଣ କରିବା ଆରମ୍ଭ କରି ଦେଇଛନ୍ତି ଜାତୀୟ ରାଜପଥ ବିଭଗ । ମାଲକାନଗିରି ପୌର ପରିଷଦ ଓ ବାଲିମେଳା ଵିଜ୍ଞାପିତ ଅଞ୍ଚଳର ମୋଟ ୩୧ଟି ୱାର୍ଡ ଏହି ବର୍ଷାର ପ୍ରଭାବରେ ପ୍ରଭାବିତ ହୋଇଥିବା ସୂଚନା ମିଳିଛି। ଏହି ବନ୍ୟା ପରିସ୍ଥିତି ଉପୁଜିବା ପାରେ ଜିଲ୍ଲାରେ ତିନୋଟି ବନ୍ୟା ଆଶ୍ରୟ ସ୍ଥଳୀରେ ତଳି ଅଂଚଳରୁ ମୋଟ ୧୨୧ ଜଣକୁ ସ୍ଥାନାନ୍ତରିତ କରାଯାଇ ଥିବା ବେଳେ ସେମାନଙ୍କ ମଧ୍ୟରେ ୧୫ ଜଣ ଶିଶୁ ଥିବା ଜଣାପଡିଛି। ସେମାନଙ୍କୁ ପ୍ରଶାସନ ପକ୍ଷରୁ ସୁଖିଲା ଓ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ବର୍ତ୍ତମାନ ପରିସ୍ଥିତି ରେ ଜିଲ୍ଲାରେ ୨୦୦୦ ରୁ ଉର୍ଦ୍ଧ ପଲିଥିନ ଗଚ୍ଛିତ ଥିବାବେଳେ କିଛି କିଛି ସ୍ଥାନରେ ଘର ଭାଙ୍ଗିଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ତୁରନ୍ତ ପଲିଥିନ ଯୋଗାଇ ଦିଆଯାଉଛି । ପ୍ରତ୍ୟେକ ବ୍ଲକର ବିଡ଼ିଓ, ଏବିଡ଼ିଓ, ତହସିଲଦାର, ଆର ଆଇ ଓ ଜିଲ୍ଲାର ବିଭିନ୍ନ ବିଭାଗର ପଦାଧିକାରୀ ବନ୍ୟା ଅଞ୍ଚଳ ବୁଲି ତଦାରଖ କରୁଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ବନ୍ୟାରେ ଯେପରି ଧନଜୀବନ ନଷ୍ଟ ନହେବ ସେଥିପାଇଁ ଜିଲ୍ଲା ପ୍ରଶାସନ ସଜାଗ ରହିଛି। ଏପରି ବନ୍ୟା ପରିସ୍ଥିତି ରେ ଯଦି କାହାକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ ତାହେଲେ ଜିଲ୍ଲା ଓ ପ୍ରତ୍ୟେକ ବ୍ଲକ୍ ରେ କଣ୍ଟ୍ରୋଲରୁମ୍ ଖୋଲା ଯାଇଛି ଏବଂ ଆବଶ୍ୟକ ସ୍ଥଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଫୋନ ନମ୍ବର ମିଡିଆଙ୍କ ଦ୍ବାରା ଦିଆ ଯାଇଥିବା ମୋବାଇଲ ନଂ ୯୪୩୭୦୩୦୨୨୩ କୁ ଯୋଗାଯୋଗ କରିବାକୁ କହିଛନ୍ତି ଜିଲ୍ଲାପାଳ । ତେବେ ଗତ ରାତିରେ ବର୍ଷାର ପରିମାଣ କମ ଥିବା ଯୋଗୁ ବିଭିନ୍ନ ପୋଲ ନିକଟରେ ଅଟକିଥିବା ଯାନବାହାନ ଆଜି ସକାଳ ୬ ଟାରୁ ୯ ପର୍ଯ୍ୟନ୍ତ ଯାତାୟାତ କରିଥିଲା। ତେବେ ୯ ଟା ପରେ ବର୍ଷାର ପରିମାଣ ବୃଦ୍ଧି ପାଇବାରୁ କାକୁରୁକୁଣ୍ଡା, ଏମ୍ଭି ୯୦, ଏମ୍ଭି ୯୬, କନ୍ୟାଶ୍ରମ ଏବଂ ପାଙ୍ଗମର ପୋଲ ଉପରେ ପାଣି ଚାଲିଥିବାରୁ ଜାନବାହାନ ଜାତାୟତରେ ବାଧା ସୃଷ୍ଟି ହୋଇଥିଲା। ଯାହା ଫଳରେ ମାଲକାନଗିରି ୩୨୬ ନମ୍ବର ଜାତୀୟ ରାଜପଥ ଦେଇ ଅନ୍ୟ ରାଜ୍ୟର ଗାଡ଼ିଗୁଡିକ ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଦେଖିବାକୁ ମିଳିଛି। ତେବେ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିବ। ତେବେ ଏପରି ବର୍ଷା ଲାଗି ରହିଲେ ବନ୍ୟା ପରିସ୍ଥିତି ଭୟଙ୍କର ହେବ ବୋଲି ଆଶଙ୍କା କରାଯାଉଛି।

nis-ad
Leave A Reply

Your email address will not be published.