ଜିଲ୍ଲା ହସ୍ପିଟାଲ ନର୍ସ ଦିଦିଙ୍କ ଦାଦାଗିରି, ରୋଗୀଙ୍କ ମୋବାଇଲ ଫୋପାଡ଼ି ଭାଙ୍ଗିଲେ, ସ୍ୱାମୀଙ୍କୁ ଡାକି ମାଡ଼ ଦେଲେ !!

ମାଲକାନଗିରି, (୧୮/୧୦) : ଜିଲ୍ଲା ହସ୍ପିଟାଲ ର ନର୍ସ ଦିଦି ଙ୍କ ଦାଦାଗିରି ଦେଖିବାକୁ ମିଳିଛି, ତାଙ୍କୁ ଡାକିବାରୁ ରାଗି ଯାଇ ରୋଗୀଙ୍କ ମୋବାଇଲ ଫୋପାଡ଼ି ଭାଙ୍ଗିବା ସହିତ ନିଜ ସ୍ୱାମୀ ଙ୍କ ଦ୍ୱାରା ମାଡ଼ ଦେଇ ଥିବାର ରୋଗୀଙ୍କ ସମ୍ପର୍କୀୟ ଗଣ ମାଧ୍ୟ୍ୟମ ନିକଟରେ ଅଭିଯୋଗ କରିଛନ୍ତି।
ଏପରି ଦବଙ୍ଗଗିରି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ହସ୍ପିଟାଲରେ । ଆଜି ସକାଳେ ମାଲକାନଗିରି ମୁନିସିପାଲିଟି କଲୋନୀର ରାଜା ବାଘ ନାମକ ଜଣେ ଯୁବକ ନିଜ ଭଉଣୀ ଅଞ୍ଜୁ ବାଘକୁ ନେଇ ଜିଲ୍ଲା ସଦର ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ଯାଇଥିଲେ । ଅଞ୍ଜୁ ପେଟ ବଥା ହେଉଥିବା ରୁ ଡାକ୍ତର ତୁରନ୍ତ ତାଙ୍କୁ ଚତୁର୍ଥ ମହଲାରେ ଥିବା ମେଡିସିନ୍ ୱାଡରେ ଏଡମିସନ ହେବା ଲାଗି ରେଫର କରିଥିଲେ । ହେଲେ ରୋଗୀଙ୍କୁ ନେଇ ସେଠାରେ ପହଞ୍ଚିଲା ବେଳକୁ କୌଣସି ସ୍ବାସ୍ଥ୍ୟ କର୍ମୀ ଉପସ୍ଥିତ ନଥିଲେ । ନିକଟରେ ଥିବା ଅନ୍ୟ ଏକ ରୁମରେ ଜଣେ ନର୍ସ ଆରାମ ରେ ବସିକି ମୋବାଇଲ ଦେଖିବାରେ ବ୍ୟସ୍ଥ ରହିଥିବା ବେଳେ ରୋଗୀଙ୍କ ସଂପର୍କୀୟ ତାଙ୍କୁ ଅନେକ ଥର ଡାକିଥିଲେ । ହେଲେ ଦିଦି ଜଣକ ମୋବାଇଲ ଦେଖିବାରେ ଏତେ ବ୍ୟସ୍ତ ଥିଲେ ଯେ ମୋତେ ବିରକ୍ତ କାହିଁକି କରୁଛ ବୋଲି କହି ରୋଗୀଙ୍କ ସଂପର୍କୀୟ ହାତରେ ଧରିଥିବା ମୋବାଇଲ ଛଡାଇ ନେଇ କଚାଡି ଭାଙ୍ଗି ଦେଇଥିଲେ ।
କେବଳ ଏତିକି ନୁହେଁ ଘଟଣା ପରେ ନିଜ ସ୍ବାମୀଙ୍କୁ ଫୋନ ରେ ଡାକି ଡାକ୍ତରଖାନା ଭିତରେ ରୋଗୀଙ୍କ ସଂପର୍କୀୟଙ୍କୁ ଧକ୍କା ମରାଇଥିବାର ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି।
ଏ ସଂପର୍କରେ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରି ଡାକ୍ତର ବ୍ରଜବନ୍ଧୁ ଦାଶ ଙ୍କ ସହିତ ଯୋଗାଯୋଗ କରିବାରୁ ସେ କହିଛନ୍ତି ଘଟଣା ସମ୍ପର୍କ ରେ ତଦନ୍ତ କରାଯିବ, ରୋଗୀଙ୍କ ପ୍ରତି ନର୍ସ ଙ୍କ ଉତ୍ତମ ବ୍ୟବହାର ହେବା ଉଚିତ,ତଦନ୍ତ ପରେ ଅଭିଯୋଗ ର ସତ୍ୟା ସତ ଥିଲେ ସମ୍ପୃକ୍ତ ନର୍ସ ଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଡିଏମଓ ଶ୍ରୀ ଦାଶ କହିଛନ୍ତି।

nis-ad
Leave A Reply

Your email address will not be published.