ଓଡ଼ିଶା ତିଅର ମତ୍ସ୍ୟଜୀବୀ ମହା ସଂଘ ସାଧାରଣ ବୈଠକ !

ଛତ୍ରପୁର : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସ୍ଥିତ ଶିବ କୁମାର ପଟ୍ଟନାୟକ ରିଡିଙ୍ଗ ରୁମ୍ ଠାରେ ଓଡ଼ିଶା ତିଅର ମତ୍ସ୍ୟଜୀବୀ ମହା ସଂଘ ଏକ ସାଧାରଣ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଓଡ଼ିଶାର ତିଅର ବୋର୍ଡ ମେମ୍ବର ସଦସ୍ୟ ମାନଙ୍କ ସହ ବିଭିନ୍ନ ଜିଲ୍ଲାର ସଭାପତି ,ଉପସଭାପତି ,ସାଧାରଣସମ୍ପାଦକ, ମନ୍ୟଗନ୍ୟବ୍ୟକ୍ତିଙ୍କୁ ଉପଢକନ୍ ଉପସ୍ଥିତ ରହି ଓଡ଼ିଶାରେ ତିଅର କୁଳ ସମାଜ ଅନୁସୂଚୀତ ଜାତିର ଉନ୍ନତି ଉପରେ ଆଲୋଚନା ହୋଇଥିଲା । ମତ୍ସଜୀବୀ ସମ୍ପ୍ରଦାୟର ତିଅର କୁଳ ସମାଜ ଅନୁସୂଚୀତ ଜାତିର ମାନ୍ୟତା ପାଇ ଅନେକ ଥର ସରକାରଙ୍କ ଠାରେ ବାରମ୍ ବାର ଦାବି ଓ ଅଭିଯୋଗ ହୋଇଆସୁଥିଲେ ସୁଦ୍ଧା ସରକାର କର୍ଣ୍ଣପାତ କରୁ ନାହାନ୍ତି । ଅନୁସୂଚୀତ ଜାତି ତାଲିକାରେ ତିଆର ଜାତି ବର୍ଗକୁ ସଂଲଗ୍ନ କରାଯିବା ନିମନ୍ତେ ଓଡ଼ିଶା ତିଅର ମତ୍ସଜୀବୀ ମହା ସଂଘର ସଭାପତି ନାରାୟଣ ଘଡ଼େଇ ମତବ୍ୟକ୍ତ କରିଛନ୍ତି । ଏହି ସମ୍ମିଳନୀ ଗଞ୍ଜାମ ଜିଲ୍ଲା ତରଫରୁ ଆୟୋଜିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାର ସଭାପତି ଉଦୟନାଥ ବେହେରା କାର୍ଯ୍ୟକ୍ରମକୁ ପରିଚାଳନା କରିବା ବେଳେ ରମେଶ ଚନ୍ଦ୍ର ବେହେରା, ଶ୍ରୀରାମ ବେହେରା, ଉମାକାନ୍ତ ବେହେରା, ସୁରସେନ ବେହେରା , ବେଣୁଧର ବେହେରା ପ୍ରମୁଖ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.