ଦୁଇ ସନ୍ତାନ ଆଇନ ପ୍ରଣୟନ ଦାବୀରେ କନ୍ଧମାଳ ଜିଲାପାଳଙ୍କ ଜରିଆରେ ଦାବୀପତ୍ର ପ୍ରଦାନ

ଫୁଲବାଣୀ : ଦେଶର ଦୃତ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ଫୁଲବାଣୀଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତୀକ ଧାରଣା ଦେବା ସହ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି। ଭାରତର ସମ୍ବିଧାନକୁ ଅବମାନନା କରି ଧାର୍ମିକ ଆଧାରରେ ଅଲଗା ଅଲଗା ଆଇନ ପ୍ରଚଳନ ଫଳରେ କେତେକ ନାଗରିକ ଦୁଇ ପ୍ରକାର ସୁବିଧା ପାଉଛନ୍ତି। ଏହା ଭାରତୀୟ ସମ୍ବିଧାନର ଧାରା ୪୪ କୁ ସ୍ପଷ୍ଟ ଅବମାନନା କରୁଛି। ଏଣୁ ବିଳମ୍ବ ନ କରି ଦେଶରେ (UCC ) ସବୁ ନାଗରିକମାନଙ୍କ ପାଇଁ ସମାନ ଆଇନ ପ୍ରଣୟନ କରିବାକୁ ଏହି ଦାଵୀ ପତ୍ରରେ ଉଲ୍ଲେଖ ଅଛି ।
ଦେଶ ବର୍ତ୍ତମାନ ଜନସଂଖ୍ୟା ଜନିତ ସଙ୍କଟମୟ ପରିସ୍ଥିତି ମଧ୍ୟ ଦେଇ ଗତି କରୁଛି । ଭାରତ ଏବେ ଜନସଂଖ୍ୟା ରେ ଚୀନକୁ ଟପି ଗଲାଣି । ଚୀନର କ୍ଷେତ୍ରଫଳ ୯୫. ୯୬ହଜାର ବର୍ଗ କିମି ଥିବା ବେଳେ ଭାରତର କ୍ଷେତ୍ରଫଳ ହେଉଛି ମାତ୍ର ୩୨.୮୭ ହଜାର କିମି ।ଭାରତର ଏତେ ବଡ ଜନସଂଖ୍ୟାକୁ ଖାଦ୍ୟଶସ୍ୟ, ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ, ଫଳ, ପନିପରିବା, ଦୁଗ୍ଧ,ବିଜୁଳି, ପାଣି,ଇନ୍ଧନ, ସ୍ୱାସ୍ଥ୍ୟ,ଶିକ୍ଷା , ଖାଦ୍ୟ, ପରିବେଶ,ରୋଜଗାର ଇତ୍ୟାଦି ଅତ୍ୟାବଶ୍ୟକୀୟ ଜିନିଷ ଯୋଗାଇବା ସମ୍ଭବ ହୋଇପାରୁନାହିଁ।
ପୃଥିବୀର ସମୁଦାୟ ସ୍ଥଳ ଭାଗରୁ ଭାରତରେ ମାତ୍ର ୨.୪% ସ୍ଥଳ ପାନୀୟ ଜଳ ମାତ୍ର ୪% ଥିବା ବେଳେ ବିଶ୍ୱ ଜନସଂଖ୍ୟାର ୧୮%ଲୋକ ଭାରତରେ ବାସ କରୁଅଛନ୍ତି। ଜନସଂଖ୍ୟାର ଅହେତୁକ ବୃଦ୍ଧି ଯୋଗୁ ଦେଶରେ କୁପୋଷଣ,ଅନାହାର ବୃଦ୍ଧି ପାଇବା ସାଙ୍ଗକୁ ବେକାରୀ ବୃଦ୍ଧି ପାଉଛି । ଜଳର ଅଭାବ,ପର୍ଯ୍ୟାବରଣ ଉପରେ କୁପ୍ରଭାବ ସାଙ୍ଗକୁ ପରିବେଶ ପ୍ରଦୁଷଣ ଅସନ୍ତୁଳିତ ଜନସଂଖ୍ୟା ବୃଦ୍ଧି ଯୋଗୁଁ ହେଉଛି । ଅହେତୁକ ଜନସଂଖ୍ୟା ବୃଦ୍ଧି ଯୋଗୁଁ ଦେଶରେ ଚାଷଜମି,ଘରଡିହ ଓ ଜଙ୍ଗଲ ଜମି ଦ୍ରୁତ ଗତିରେ କମି ଚାଲିଛି । ଆଗାମୀ ଦିନରେ ଦେଶରେ ଖାଦ୍ୟ ଅଭାବ ବ୍ୟାପକ ହେବା ସହ ଆଇଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବ ।ଅହେତୁକ ଭାବରେ ବୃଦ୍ଧି ଜନସଂଖ୍ୟାକୁ ନିୟନ୍ତ୍ରଣ ନ କଲେ ଆଗାମୀ ୨୦୫୦ ମସିହା ବେଳକୁ ଆମ ଦେଶରେ ଲୋକ ସଂଖ୍ୟା ୨୪୦ କୋଟିକୁ ଟପିଯିବ।ସେଥିରେ ହିନ୍ଦୁ ମାନଙ୍କ ସଂଖ୍ୟା ଏକ ତୃତୀୟାଂଶ ହୋଇଯିବ। ଲୋକେ ଆଉରଙ୍ଗଜେବ ହୋଇ କିଏ ଆପଣାର କିଏ ପର ନ ଭାବି ନିଜର ଅସ୍ତିତ୍ବରକ୍ଷା ପାଇଁ ପରସ୍ପର ମଧ୍ୟରେ ଲଢେଇ କରିବେ ।ଭାରତରେ ଗୃହ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ଉପୁଜିପାରେ।
ଏହାଫଳରେ ଦେଶରେ ଧାର୍ମିକ ସଙ୍କଟ ସୃଷ୍ଟି ହୋଇ ଭାରତର ଧର୍ମ ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବ ।
ଭାରତ ସେତେବେଳେ ସୁରକ୍ଷିତ ରହିବ ଯେତେ ବେଳେ ବର୍ଦ୍ଧିତ ଜନସଂଖ୍ୟା ନିୟନ୍ତ୍ରଣ ଉପରେ ଅଙ୍କୁଶ ଲାଗିବ । ଜନସଂଖ୍ୟା ନିୟନ୍ତ୍ରଣ କରିବାକୁ ଭାରତ ସରକାର ଚିନ୍ତା କରିବାକୁ ପଡ଼ିବ । ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ସବୁ ଦମ୍ପତିମାନଙ୍କ ପାଇଁ ଅତି ବେଶିରେ ଦୁଇଟି ସନ୍ତାନ ଜନ୍ମ ଦେବାପାଇଁ ସଶକ୍ତ ଆଇନ ପ୍ରଣୟନ କରି ଆଇନକୁ କାର୍ଯ୍ୟକାରୀ କରିବା ଏକାନ୍ତ ଅନିର୍ବାଯ୍ୟ ହୋଇ ପଡ଼ିଛି । ଅଧିକ ସନ୍ତାନ ଜନ୍ମ କରୁଥିବା ବହୁ ପରିବାର ତାଙ୍କ ପିଲାମାନଙ୍କୁ ଖାଦ୍ୟ, ବସ୍ତ୍ର, ଶିକ୍ଷା ,ବାସଗୃହ ଇତ୍ୟାଦି ଯୋଗାଇପାରୁ ନାହାନ୍ତି।
ଓଡ଼ିଶା ସରକାର ମଧ୍ୟ ପ୍ରାଦେଶିକ ସ୍ତରରେ ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ପ୍ରତ୍ୟେକ ନାଗରିକଙ୍କ ପାଇଁ ଦୁଇଟି ସନ୍ତାନ ଆଇନ ପ୍ରଣୟନ କରିବାକୁ ସୁପାରିଶ କରିବାକୁ ଦୃଢ଼ ଦାବି ଉପସ୍ଥାପନ କରାଯାଇଛି।ଯେଉଁମାନେ ଦୁଇ ସନ୍ତାନ ଜନ୍ମ ଦେବା କଟକଣାକୁ ମାନିବେ ନାହିଁ ସେମାନଙ୍କ ପ୍ରତି କଠୋର ଆଇନ ପାଇଁ ଦାବି କରାଯାଇଛି ତୃତୀୟ ସନ୍ତାନ ଜନ୍ମଦାତାଙ୍କୁ ସରକାରୀ ଚାକିରୀ ଦିଆ ନ ଯିବାର ସାମ୍ବିଧାନିକ ବ୍ୟବସ୍ଥା ରହୁ ।ତୃତୀୟ ପିଲା ଜନ୍ମ ଦେଲେ ଚାକିରୀ ରେ ଥିବା ଦମ୍ପତିଙ୍କୁ ସେବା ନିବୃତ କରିବା।ତୃତୀୟ ସନ୍ତାନ ଜନ୍ମ ଦେଇଥିବା ବ୍ୟକ୍ତିଙ୍କୁ ରାସନ ବ୍ୟବସ୍ଥା ବନ୍ଦ କରିବା ସହିତ ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ ।ତୃତୀୟ ସନ୍ତାନ ଜନ୍ମ ଦେଇଥିବା ଦମ୍ପତ୍ତିଙ୍କୁ ପ୍ରାଦେଶିକ ସ୍ତରୀୟ ଯେକୌଣସି ନିର୍ବାଚନ ଲଢ଼ିବାରୁ ବଞ୍ଚିତ କରିବା ସହିତ ଭୋଟ ଦେବା କ୍ଷମତା ରଦ୍ଦ କରିବା।
ଏହା ସତ୍ତ୍ୱେ ଚତୁର୍ଥ ସନ୍ତାନ ଜନ୍ମ ଦେଲେ ସଂପୃକ୍ତ ଦମ୍ପତ୍ତିମାନଙ୍କୁ ଜେଲ ଦଣ୍ଡର ବ୍ୟବସ୍ଥା କରିବା।ଉପରୋକ୍ତ ଦାବୀକୁ କାର୍ଯ୍ୟକାରୀ କଲେ ଦେଶରେ ହୁ ହୁ ହୋଇ ବଢୁଥିବା ଜନସଂଖ୍ୟା ନିୟନ୍ତ୍ରିତ ହୋଇପାରିବ।ଏହି ଅବସରରେ ଫୁଲବାଣୀ ଠାରେ ପ୍ରିୟ ନାଥ ଶର୍ମା, ପ୍ରମୋଦ ସାହୁ,ରାଜ କିଶୋର ପାଢୀ,ବଂଶୀଧର ପଣ୍ଡା, ନବ କିଶୋର ରଥ ଲକ୍ଷ୍ମୀଧର ମହାପାତ୍ର ପ୍ରମୁଖ ବହୁ ବ୍ୟକ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

nis-ad
Leave A Reply

Your email address will not be published.