ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସଂପର୍କରେ ସାମାଜିକ ବ୍ୟବହାର ପରିବର୍ତ୍ତନ ସଚେତନତା

ଫୁଲବାଣୀ : ଅଗ୍ରଣୀ ଅନୁଷ୍ଠାନ ସ୍ୱାତୀ ଓ କ୍ରାଏର ମିଳିତ ସହଯୋଗରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସଂପର୍କରେ କିପରି ସବୁ ସ୍ତରରେ ବ୍ୟବହାର ପରିବର୍ତ୍ତନ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର, ଫିରିଙ୍ଗିଆ ଠାରେ ଅନୁଷ୍ଠିତ ହୋଇଜାଇଅଛି । ଏଥିରେ ଆଗ ଧାଡି ସ୍ୱାସ୍ଥ୍ୟ କର୍ମୀ ଏ.ଏନ୍.ଏମ୍, ଅଙ୍ଗନବାଡୀ କର୍ମୀ, ଆଶା, ସି.ଏଚ୍.ଓ, ଗାଁ କଲ୍ୟାଣ ସମିତି ର ସଭ୍ୟ ଓ ସଭ୍ୟା, ପଂଚାୟତ ପ୍ରତିନିଧି ଯୋଗଦାନ କରିଥିଲେ । ମାତୃ ଶିଶୁ ସ୍ୱାସ୍ଥ୍ୟର ମୁଖ୍ୟ ସମସ୍ୟା କମ୍ ଓଜନ ର ଶିଶୁ ଜନ୍ମ, ରକ୍ତ ହିନତା, କୁପୋଷଣ ଓ ଅନ୍ଧ ବିଶ୍ୱାଶ ଉପରେ ବିସ୍ତୃତ ଆଲୋଚନାକରାଯାଇଥିଲା । ଏହି ସଚେତନତା କାର୍ଯ୍ୟକ୍ରମରେ ଫିରିଙ୍ଗିଆ ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ଡା.ପ୍ରବୋଧ ପ୍ରଧାନ ବିଭିନ୍ନ ଅବହେଳିତ ଦିଗ ଅଂଶଗ୍ରହଣ କାରୀଙ୍କ ଆଗରେ ରଖିଥିଲେ । ଗାଁ କଲ୍ୟାଣ ସମିତିର ବୈଠକ ର ଗୁରୁତ୍ୱ, ମମତା ଦିବସ ସଂପୂର୍ଣ୍ଣ ଉପସ୍ଥାନ ଓ ଶାଶୁ ବୋହୁ ସମ୍ମିଳନୀ ଆଦି କାର୍ଯ୍ୟକ୍ରମ ମାଧ୍ୟମରେ ଏହାର ସମ୍ଭବ ବୋଲି ଉପସ୍ଥାନ କରିଥିଲେ । ଫିରିଙ୍ଗିଆ ମହିଳା ଓ ଶିଶୁ ବିକାଶ ଅଧିକାରୀ ନିବେଦିତା ପ୍ରଧାନ ଗର୍ଭବତୀ ମହିଳା ମାନେ ଉପଯୁକ୍ତ ଖାଦ୍ୟ ଗ୍ରହଣ ସହିତ ନିୟମିତ ବାଡିବଗିଚା ର ପନିପରିବା ଖାଇଲେ କୁପୋଷଣ କିଛି ମାତ୍ରାରେ କମକରି ହେବ ତାଙ୍କ ମନ୍ତବ୍ୟରେ ରଖିଥିଲେ । ଆକ୍ସନ ଏଡ୍ ର ଜିଲ୍ଲା ସଂଯୋଜିକା ସନ୍ଧ୍ୟାରାଣୀ ନାୟକ କିଶୋରୀ ଅବସ୍ଥାରେ ରକ୍ତହିନତା ଦୂର ପାଇଁ ଆଇରନ୍ ବଟିକା ସେବନ ର ପ୍ରକ୍ରିଆ ଓ ପ୍ରତି ଶନିବାରେ କିଶୋରୀ ମାନେ ଆଦ୍ୱିବିକା କାର୍ଯ୍ୟକ୍ରମରେ ଯୋଗଦେଇ ନିଜର ଦକ୍ଷତା ବୃଦ୍ଧି ସହିତ କୈାଶଳ ଶିକ୍ଷା କରି ନିଜେ ସ୍ୱାବଲମ୍ବି ହେବେ କହିଥିଲେ ।

ଲୁଇସିଂ ସରପଂଚ ସୁଦର୍ଶନ କହଁର ଗାଁ ଗହଳିର ଲୋକମାନଙ୍କୁ ସଚେତନତା କରିବା ପାଇଁ ପଂଚାୟତ ସ୍ତରରେ ଏହିଭଳି ସଭାର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଜିଲ୍ଲାରେ ପାଖା ପାଖି ୧୦୦ ଜଣରୁ ୪ ଜଣ ଗର୍ଭବତୀ ମା ୧୮ ବର୍ଷରୁ କମ୍ ଥିବା ବେଳେ ପାଖାପାଖି ୧୦୦ ରୁ ୮ ଜଣ ଦୃବଳ ଶିଶୁ ଏକ ଗଭିର ଚିନ୍ତାର ବିଷୟ, ଏହି ଦିଗରେ ପଂଚାୟତର ମାସିକ ବୈଠକରେ ଆଲୋଚନାକୁ ତ୍ୱରାନିତ କରିବା ପାଇଁ ପଦକ୍ଷେପ ନେବେ ବୋଲି କହିଥିବା ବେଳେ ବାଲନ୍ଦାପଡା ସରପଂଚ ନିରାକାର ନାୟକ ଦୃବଳ ଶିଶୁ ଚିହ୍ନଟି କରିବା ଓ ସବୁବର୍ଗର ଲୋକ ଏହିଦିଗରେ ସଚେତନତା ହେବା ଆବଶ୍ୟକ ବୋଲି କହିଥିଲେ । ସ୍ୱାତୀ କାର୍ଯ୍ୟ କରୁଥିବା ବାଲନ୍ଦାପଡା ଅଂଚଳର ମାତୃ ଓ ଶିଶୁ ସମ୍ବଧିୟ ତଥ୍ୟ ବରିଷ୍ଟ କର୍ମୀ ପ୍ରଦୀପ କୁମାର ସ୍ୱାଇଁ ଉପସ୍ଥାପନ କରିଥିଲେ । ସ୍ୱାତୀର କୋଷାଧ୍ଯକ୍ଷ ଶାନ୍ତନୁ କୁମାର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଏହି ଅବସରରେ ସ୍ୱାତୀ ଦ୍ୱାରା ପ୍ରକାଶିତ ସାମାଜିକ ବ୍ୟବହାର ପରିବର୍ତ୍ତନ ତଥ୍ୟଭିତିକ ବହି ଅତିଥି ମାନଙ୍କ ଦ୍ୱାରା ଉନ୍ନମୋଚନ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ପରିଚାଳନା ରେ ସ୍ୱାତୀର କର୍ମୀ ଆଲୋକ ସାମନ୍ତ ରାଏ, ଶଶ୍ମିତା ନାୟକ, ବିବିସ୍ମିତା ନାୟକ, ବିନ୍ଧ୍ୟାରାଣୀ ପ୍ରଧାନ, ଗୈାତମ ମଲ୍ଲିକ, ମାନସ ପ୍ରଧାନ, ଅପରାଜିତା ଜାନି, ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.