ଆଇଓସିଏଲ ପକ୍ଷରୁ ଚାରାରୋପଣ ସହ ସ୍ୱଚ୍ଛତା ସଚେତନତା ଶିବିର

ଆସିକା : ଆସିକା ବ୍ଳକ ହରିଡାପଦର ପଞ୍ଚାୟତ କୁମ୍ଭାରୀ ବୈଦ୍ୟ ରଘୁନାଥ ବିଦ୍ୟାପିଠ ପରିସରରେ ଗୁରୁବାର ଆଇଓସିଏଲ ପକ୍ଷରୁ ଚାରାରୋପଣ ସହ ସ୍ୱଚ୍ଛତା ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ଶେଷଦେବ ସାହୁଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ସଭାକକ୍ଷ ପ୍ରକୋଷ୍ଠରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇଓସିଏଲ, ବ୍ରହ୍ମପୁରର ଅପରୋସନ ମ୍ୟାନେଜର ତୋଫାନ ସେଠି, ସମ୍ମାନିତ ଅତିଥି ଭାବେ ପୂର୍ବତନ ସେନା ଅଧିକାରୀ ଚକ୍ରଧର ସାମଲ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି କ୍ଷମାସାଗର ମହାପାତ୍ର ପ୍ରମୁଖ ମଞ୍ଚାସିନ ଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସରରେ ବହୁ କିସମର ଔଷଧୀୟ ଓ ଛାୟା ପ୍ରଦାନକାରୀ ଚାରା ରୋପଣ କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ସ୍ୱଚ୍ଛତା ସମ୍ବନ୍ଧୀୟ ପ୍ରବନ୍ଧ ଓ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରତ୍ୟୁଷ ବେହେରା ପ୍ରଥମ, ଅନୁଷ୍କା ସାହୁ ଦ୍ୱିତୀୟ ଓ ଅର୍ପିତା ନାହାକ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ବକୃତା ପ୍ରତିଯୋଗିତାରେ ଅର୍ପିତା ନାହାକ ପ୍ରଥମ, ରୋଶନି ମହାନ୍ତି ଦ୍ୱିତୀୟ ଓ ବନ୍ଦନା ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ । ନିଜ ପରିବେଶକୁ ସଫା ରଖିବା ସହ ରୋପଣ ଚାରାର ଯତ୍ନ ନେବାକୁ ଶପଥ ପାଠ କରାଇଥଲେ । ବିଦ୍ୟାଳୟ, ବାସସ୍ଥାନ ଓ ପରିବେଶର ସ୍ୱଚ୍ଛତା ପ୍ରତି ଯତ୍ନବାନ ହେବାକୁ ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ । କୃତୀ ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଶିକ୍ଷୟତ୍ରୀ ନିବେଦିତା ପୋଲେଇ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ନଳନୀକାନ୍ତ ପାଣିଗ୍ରାହୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପରିଶେଷରେ ଶିକ୍ଷକ ଦେବାଶିଷ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସ୍ୱଚ୍ଛତା ପ୍ରତି ସନ୍ତୋଷ ବ୍ୟକ୍ତ କରି ଆଇଓସିଏଲ ପକ୍ଷରୁ ବିଦ୍ୟାଳୟକୁ ୨ଟି ଲୁହା ଆଲମାରୀ ଓ ୩ଟି ଡଷ୍ଟବିନ୍ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଶିକ୍ଷକ ବିରୁପାକ୍ଷ ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ବସନ୍ତ ସ୍ୱାଇଁ, ସବ୍ୟସାଚି ପାତ୍ର, ମାମିନି ସ୍ୱାଇଁ, ଶ୍ରୀନିବାସ ରାଓ, ରୋହିତ ବେହେରା ପ୍ରମୁଖ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.