ବିଭୀଗୀୟ ମନ୍ତ୍ରୀ ବଜାର ବୁଲିଲେ, ଦର ସାମାନ୍ୟ ଅଛି ବୋଲି କହିଲେ……!

ମନ୍ତ୍ରୀଙ୍କୁ ବାଧୁନୀ ମହଙ୍ଗା ଦର……!

ବ୍ରହ୍ମପୁର : ସାରା ରାଜ୍ୟରେ ପନିପରିବା ଠାରୁ ନିତ୍ୟ ବ୍ୟବହାର ସାମଗ୍ରୀ ର ଆକାଶ ଛୁଆଁ ଦର ବୃଦ୍ଧି ଘଟିଛି। ନିର୍ବାଚନ ପରେ ଠାରୁ ଗରିବ ଖଟିଖିଆ ଠାରୁ ସମସ୍ତ ଶ୍ରେଣୀର ଲୋକେ ଦରଦାମ ବୃଦ୍ଧି ରୁ ବର୍ତ୍ତୀ ନାହାନ୍ତି। ବିଭିନ୍ନ ଗଣମାଧ୍ୟମ ରେ ରୀତିମତ ଦରବୃଦ୍ଧି ନେଇ ଖବର ପ୍ରକାଶ ହେଉଛି। କିଛି ଦିନ ତଳେ ସରକାର ଙ୍କ ପକ୍ଷରୁ ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରିବାକୁ ଜିଲ୍ଲା ପାଳ ମାନଙ୍କୁ ନିର୍ଦ୍ଧେଶ ଦିଆଯାଇଥିଲା। ଏଥିରେ ସୁଧାର ନ ଆସିବା ଫଳରେ ବିଭାଗୟୀ ମନ୍ତ୍ରୀ ମହାଶୟ ବଜାର ରେ ବିଭିନ୍ନ ସାମଗ୍ରୀ ର ଦର ପଚାରି ବୁଝିଥିଲେ। ତାପରେ ମନ୍ତ୍ରୀ ମହାଶୟ କୁଆଡ଼େ କହିଥିଲେ ବଙ୍ଗଳା ରୁ ଆଳୁ ଆସୁଛି। ନାସିକ ରୁ ପିଆଜ ଆମର ଏଠାରେ ଆଦାୟ ନାହିଁ। ସେମିତି କିଛି ଅଧିକ ଦର ବୃଦ୍ଧି ହୋଇନାହିଁ ବୋଲି କହିଥିବା କଥାକୁ ନେଇ ଚାରିଆଡେ ଏବେ ଚର୍ଚ୍ଚା ର ବିଷୟ ହୋଇଛି। ଲୋକେ ଧର୍ମକୁ ଆଦରି ଚୁପଚାପ ଯେତିକି କମେଇ ସେତିକି ଖରିଦ କରି ଆସୁଥିବା ଦେଖି ବାକୁ ମିଳିଛି। ବହୁ ରୂପୀ ଏଣ୍ଡୁଅ ଭଳି ନେତା ମାନେ ରଙ୍ଗ ବଦେଳେ ଇଲା ଭଳି ବୟାନବାଜୀ କରିବା ଫଳରେ ସାଧାରଣ ଲୋକେ ଏଭଳି ମହଙ୍ଗା ମାଡ଼ରେ ସମ୍ମୁଖୀନ ହେଉଥିବା ନେଇ ଚର୍ଚ୍ଚା ହେଉଛି।

nis-ad
Leave A Reply

Your email address will not be published.