ସବୁ ନାଗରିକମାନଙ୍କ ପାଇଁ ସମାନ ସଂହିତା ଆଇନ ପ୍ରଣୟନ ଲାଗୁ କରିବା ପାଇଁ ଦାବିପତ୍ର

ରାୟଗଡ଼ା : ଆମ ସମ୍ବିଧାନକୁ ଅବମାନନା କରାଯାଇ ଦେଶରେ ଧାର୍ମିକ ଆଧାରରେ ବିଭିନ୍ନ ଧର୍ମାମ୍ବଲମ୍ବିମାନଙ୍କ ପାଇଁ ଅଲଗା ଅଲଗା ଆଇନ ପ୍ରଚଳନ ହେଉଛି । ଯାହା ଫଳରେ କିଛି ନାଗରିକ ଦୈତ୍ୟ ଆଇନ ଉପଭୋଗ କରୁଛନ୍ତି । ଗୋଟିଏ ଦେଶରେ ଏକାଧିକ ଆଇନ ପ୍ରଚଳନ , ଭାରତୀୟ ସମ୍ବିଧାନର ଧାରା ୪୪ କୁ ସ୍ପଷ୍ଟ ଅବମାନନା କରୁଛି। ଏଣୁ କାଳ ବିଳମ୍ବ ନ କରି ଦେଶରେ( UCC ) ସବୁ ନାଗରିକମାନଙ୍କ ପାଇଁ ସମାନ ଆଇନ ପ୍ରଣୟନ କରିବାକୁ ଦାବି କରି ରାୟଗଡ଼ା ଜିଲ୍ଲା ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ଏକ ପଦ ଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଥିଲେ ଜିଲ୍ଲାପାଳଙ୍କ ଅନୁପସ୍ଥିତିତ ଯୋଗୁଁ ପୋଲିସ ପ୍ରଶାସନର ସହଯୋଗ ରେ ରାୟଗଡ଼ା ଡେପୁଟି କଲେକ୍ଟର ଚୀନମୟ ମହାନନ୍ଦଙ୍କ ଜରିଆରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଥିଲେ ।
ଦେଶ ବର୍ତ୍ତମାନ ବିସ୍ଫୋଟକ ଜନସଂଖ୍ୟା ଜନିତ ସଙ୍କଟମୟ ପରିସ୍ଥିତି ମଧ୍ୟ ଦେଇ ଗତି କରୁଛି । ପୃଥିବୀର ସମୁଦାୟ ଜନସଂଖ୍ୟାରୁ ୧୮% ଲୋକ ଆମ ଦେଶରେ ଅଛନ୍ତି । ଆମ ଦେଶ ଏବେ ଜନସଂଖ୍ୟାରେ ଚୀନକୁ ଟପି ଗଲାଣି । ଚୀନର କ୍ଷେତ୍ରଫଳ ୯୫.୯୬ ହଜାର ବର୍ଗ କିମି ଥିବା ବେଳେ ଆମ ଦେଶର କ୍ଷେତ୍ରଫଳ ହେଉଛି ମାତ୍ର ୩୨.୮୭ ହଜାର କିମି ଅର୍ଥାତ ଆମ ଦେଶ ଭାରତ ଅପେକ୍ଷା ଚୀନର କ୍ଷେତ୍ରଫଳ ତିନି ଗୁଣାରୁ ଅଧିକ।।କିନ୍ତୁ ଜନସଂଖ୍ୟାର ଆମେ ଚୀନ ଠାରୁ ଅଧିକ । ଏତେ ବଡ ଜନସଂଖ୍ୟାକୁ ଶସ୍ୟ ସାମଗ୍ରୀ,ଫଳ, ପନିପରିବା, ଦୁଗ୍ଧ,ବିଜୁଳି,ପାଣି,ଇନ୍ଧନ, ସ୍ୱାସ୍ଥ୍ୟ,ଶିକ୍ଷା ,ଖାଦ୍ୟ ଇତ୍ୟାଦି ଅତ୍ୟାବଶ୍ୟକୀୟ ଜିନିଷ ଯୋଗାଇବା ସମ୍ପୂର୍ଣ ଅସମ୍ଭବ ।
ପୃଥିବୀର ସମୁଦାୟ ସ୍ଥଳ ଭାଗରୁ ଭାରତରେ ମାତ୍ର ୨.୪ % ସ୍ଥଳ ଭାଗ ଥିବା ବେଳେ ପାନୀୟ ଜଳ ମାତ୍ର ୪% ରହିଛି । ଜନସଂଖ୍ୟାର ଅହେତୁକ ବୃଦ୍ଧି ଯୋଗୁ ଆମ ଦେଶରେ କୁପୋଷଣ, ଅନାହାର ବୃଦ୍ଧି ପାଇବା ସାଙ୍ଗକୁ ବେକାରୀ ବୃଦ୍ଧି ପାଉଛି । ଜଳ କ୍ଲିଷ୍ଟ , ପର୍ଯ୍ୟାବରଣ ଉପରେ କୁପ୍ରଭାବ ସାଙ୍ଗକୁ ପରିବେଶ ପ୍ରଦ୍ୟୁଷଣ କେବଳ ଅସନ୍ତୁଳିତ ଜନସଂଖ୍ୟା ବୃଦ୍ଧି ଯୋଗୁଁ ହେଉଛି । ଅହେତୁକ ଜନସଂଖ୍ୟା ବୃଦ୍ଧି ଯୋଗୁଁ ଦେଶରେ ଚାଷ ଓ ଜଙ୍ଗଲ ଜମି ଦ୍ରୁତ ଗତିରେ କମି ଚାଲିଛି ।ଯାହାର ପ୍ରଭାବରେ ଆଗାମୀ ଦିନରେ ଦେଶରେ ଖାଦ୍ୟ ଅଭାବ ବ୍ୟାପକ ହେବ । ଆଇଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବାରେ ଲାଗିଛି ଯାହାକି ଆଗାମୀ ଦିନରେ ଅତ୍ୟନ୍ତ ଉତ୍କଟ ହେବ ।
ପ୍ରତ୍ୟେକ ଦିନ ପାଖାପାଖି ୬୫ ହଜାର ୭୯୭ ଜଣ ସ୍ୱସ୍ଥ ନବଜାତ ଶିଶୁ ଆମ ଦେଶରେ ଜନ୍ମ ହେଉଛନ୍ତି । ଅର୍ଥାତ ପ୍ରତ୍ୟେକ ବର୍ଷ ଭାରତରେ ୨୫ କୋଟିରୁ ଅଧିକ ଜନସଂଖ୍ୟା ବୃଦ୍ଧି ପାଉଛି ଯାହାକି ଅଷ୍ଟ୍ରେଲିଆ ଜନସଂଖ୍ୟା ସହ ସମାନ ଅଟେ । ଏହି ଭଳି ଅହେତୁକ ଭାବରେ ଜନସଂଖ୍ୟାକୁ ନିୟନ୍ତ୍ରଣ ନ କଲେ ଆଗାମୀ ୨୦୫୦ ମସିହା ବେଳକୁ ଆମ ଦେଶରେ ଲୋକ ସଂଖ୍ୟା ୨୪୦ କୋଟିକୁ ଟପି ଯିବ । ସେତେବେଳକୁ ଭାରତରେ ସାମଗ୍ରିକ ଅବସ୍ଥା ବିକଟାଳ ଅବସ୍ଥାକୁ ଚାଲିଯିବ । ଲୋକେ ଆଉରଙ୍ଗଜେବ ହୋଇ କିଏ ଆପଣାର କିଏ ପର ନ ଭାବି ନିଜର ଅସ୍ତିତ୍ବରକ୍ଷା ପାଇଁ ପରସ୍ପର ମଧ୍ୟରେ ଲଢେଇ କରିବେ ।ଭାରତରେ ଗୃହ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହେବ ।
ସବୁଠୁ ବଡ କଥା ହେଉଛି ପ୍ରତ୍ୟେକ ଦିନ ଜନ୍ମ ଗ୍ରହଣ କରୁଥିବା ୬୫ ହଜାର ୭୯୭ ସ୍ଵସ୍ଥ ନବଜାତ ମାନଂକ ମଧ୍ୟରୁ ହିନ୍ଦୁମାନଙ୍କ ଜନ୍ମିତ ସଂଖ୍ୟା ହେଉଛି ମାତ୍ର ୩ ହଜାର ୩୩୩ । ନବଜାତ ଶିଶୁମାନଂକ ସଂଖ୍ୟାକୁ ତୁଳନା କଲେ ୨୦୫୦ ମସିହା ବେଳକୁ ହେବାକୁ ଥିବା ସମୁଦାୟ ୨୪୦ କୋଟି ମଧ୍ୟରୁ ହିନ୍ଦୁମାନଙ୍କ ସଂଖ୍ୟା ମାତ୍ର ୮୦ କୋଟି ଥିବେ । ଦେଶରେ ଧାର୍ମିକ ସଙ୍କଟ ସୃଷ୍ଟି ହୋଇ ଭାରତର ଧର୍ମ ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବ ।
ଭାରତର ସର୍ବପୁରାତନ ସଭ୍ୟତା ଜନସଂଖ୍ୟା ବୃଦ୍ଧି ଯୋଗୁଁ ସଙ୍କଟ ଜନକ ପରିସ୍ଥିତି ଆଡକୁ ତୀବ୍ର ଗତିରେ ଅଗ୍ରସର ହେଉଥିବାରୁ ଏହାକୁ ସୁରକ୍ଷା କରିବା ଆମମାନଙ୍କ ଦାୟୀତ୍ଵ। ଭାରତ ସେତେବେଳେ ସୁରକ୍ଷିତ ରହିବ ଯେତେବେଳେ ବର୍ଦ୍ଧିତ ଜନସଂଖ୍ୟା ନିୟନ୍ତ୍ରିତ ହୋଇ ତା ଉପରେ ଅଙ୍କୁଶ ଲାଗିବ । ଜନସଂଖ୍ୟା ନିୟନ୍ତ୍ରଣ କରିବାକୁ ଭାରତ ସରକାରଙ୍କ ସହିତ ଓଡ଼ିଶା ସରକାରଙ୍କୁ ମଧ୍ଯ କଠୋର ହେବାକୁ ପଡ଼ିବ । ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ସବୁ ନାଗରିକମାନଙ୍କ ଦୁଇଟି ସନ୍ତାନ ଜନ୍ମ ଦେବା ବାଧ୍ୟତା ମୂଳକ କରି ଏକ କଠୋର ଓ ସଶକ୍ତ ଆଇନ ପ୍ରଣୟନ କରି ଆଇନକୁ କାର୍ଯ୍ୟକାରୀ କରିବା ଏକାନ୍ତ ଅନିର୍ବାଯ୍ୟ ହୋଇ ପଡ଼ିଛି ।
ଆଗାମୀ ଦିନରେ ଆମ ଦେଶରେ ସୁସ୍ଥ ଗଣତନ୍ତ୍ର ତଥା ଦେଶର ନିରପେକ୍ଷତାକୁ ବଞ୍ଚାଇ ରଖିବା ପାଇଁ ଦେଶରେ କଠୋର ଜନ୍ମ ନିୟନ୍ତ୍ରଣ ଆଇନ ପ୍ରଣୟନ କରିବାର ଆବଶ୍ୟକ ହୋଇ ପଡ଼ିଛି । ତେଣୁ ଓଡ଼ିଶା ସରକାରଙ୍କୁ ମଧ ନିବେଦନ ପ୍ରାଦେଶିକ ସ୍ତରରେ ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ପ୍ରତ୍ୟେକ ନାଗରିକଙ୍କ ପାଇଁ ଦୁଇଟି ସନ୍ତାନ ଆଇନ ପ୍ରଣୟନ କରିବାକୁ ଆମେ ଦୃଢ଼ ଦାବି ଉପସ୍ଥାପନ କରୁଛୁ । ଯେଉଁମାନେ ଦୁଇ ସନ୍ତାନ ଜନ୍ମ ଦେବା କଟକଣାକୁ ମାନିବେ ନାହିଁ ସେମାନଙ୍କ ପ୍ରତି ମଧ୍ୟ କଠୋର ଦଣ୍ଡ ବିଧାନର ବ୍ୟବସ୍ଥା ରହିବା ଆବଶ୍ୟକ ବୋଲି ଆମେ ପ୍ରସ୍ତାବ ଦେଉଛୁ ।
ଦେଶର ଶହେ ଚାଳିଶ କୋଟି ଜନତା ତଥା ଆମର ଆଗାମୀ ବଂଶଧରଙ୍କ ସହିତ ଦେଶର ଐତିହ ,ଅସ୍ମିତା ,ସଂସ୍କୃତି ସର୍ବୋପରି ଭାରତୀୟତାକୁ ସୁରକ୍ଷିତ ରଖିବା ପାଇଁ ଦେଶରେ ସବୁ ନାଗରିକମାନଙ୍କ ପାଇଁ ସମାନ ସଂହିତା ଆଇନ ସହିତ ଜନ୍ମ ନିୟନ୍ତ୍ରଣ ବିଲ ପ୍ରଣୟନ ସହିତ କାର୍ଯ୍ୟକ୍ଷମ କରିବାକୁ ଆମେ ଦାବି ଉପସ୍ଥାପନ କରୁଅଛୁ ।ଆପଣଙ୍କ ପ୍ରଚେଷ୍ଟାରେ ଯଦି ଏ ଦୁଇଟି ଆଇନ ପ୍ରଣୟନ କରନ୍ତି ତେବେ ଆପଣ ଭାରତବାସୀଙ୍କ ନିକଟରେ ଚୀର ସ୍ମରଣୀୟ ହୋଇ ରହିବେ ଏବଂ ଆପଣଙ୍କର ପ୍ରଚେଷ୍ଟା ଭାରତ ଇତିହାସରେ ଏକ ସୂର୍ଣୀମ ଅଧ୍ୟାୟ ସୃଷ୍ଟି କରିବ ବୋଲି ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ର ରାଜ୍ୟ ସମ୍ପାଦକ ଶ୍ରୀ ଯୋଗେଶ୍ଵର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରକାଶ କରିଛନ୍ତି। ଜିଲ୍ଲା ସଭାପତି ଶ୍ରୀ ଦୁର୍ଗା ମାଧବ ଘୋଷଙ୍କ ସଭାପତିତ୍ବରେ ଆୟୋଜିତ ବିକ୍ଷୋଭ ପ୍ରଦର୍ଶନ ସହ ଦାବି ପତ୍ର ପ୍ରଦାନ ସମୟରେ ରାୟଗଡ଼ା ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ର ଶ୍ରୀ ଗଣେଶ କୁମାର ସାହୁ , ଶ୍ରୀ ଦୀପକ କୁମାର ପୃଷ୍ଟି , ଶ୍ରୀ ମହନ ରାଓ ମାଝୀ , ଶ୍ରୀ ପ୍ରଳୟ କୁମାର ସାହୁ , ଶ୍ରୀ ଧର୍ମ ସିଂ ନାଗ , ଶ୍ରୀମତୀ ମନୀ କୁମାରୀ ପଟ୍ଟନାୟକ , କୁମାରୀ ବାଡତିୟା , ଳୀରଞନ ସେନାପତି , ଯୋଗ ଦେଇ ପରିଚାଳନା କରିଥିଲେ

nis-ad
Leave A Reply

Your email address will not be published.