ସରକାରୀ ଅବସରପ୍ରାପ୍ତ କର୍ମଜୀବୀ ଉତ୍କଳୀୟ ବଙ୍ଗାଳି ସମାଜ ପକ୍ଷରୁ ବୃକ୍ଷରୋପଣ

ଉମରକୋଟ : ଓଡ଼ିଶାରେ ୭୫ ତମ ବନ ମହୋତ୍ସବ ଚାଲିଥିବା ବେଳେ ଉମରକୋଟ ଅବସରପ୍ରାପ୍ତ ସରକାରୀ କର୍ମଜୀବୀ ଉତ୍କଳୀୟ ବଙ୍ଗାଳୀ ସମାଜ ପକ୍ଷରୁ ନୂଆ ବୃକ୍ଷରୋପଣ ଅଭିଯାନ ୟୁଭି ୫୨ ଗ୍ରାମ ଠାରେ ( ୨୦୦ ) ଦୁଇ ଶହ ନୂଆ ବୃକ୍ଷ ଚାରା ରୋପଣ କରି ଉମରକୋଟ ଶହରରେ ଏକ ଉଦାହରନ ପାଲଟିଛି । ଏହି ନୂଆ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମରେ ଦେବଦାରୁ , ଶିଶୁଗଛ, ସୀତାଫଳ, ନିମ୍ବ, ମେହେଗାନିଗଛ, ଅଁଳା ଗଛ, ଇତ୍ୟାଦି ଗଛ ୨୦୦ ରୁ ଉର୍ଦ୍ଧ ଲଗାଇ ଚର୍ଚ୍ଚାରେ ଅଛନ୍ତି । ଏହି ଭଳି ସମସ୍ତେ ନୂଆ ଚାରା ଗଛ ଲଗାଇ ପରିବେଶ ଉପରେ ଧ୍ୟାନ ଦିଅନ୍ତି ତେବେ ବିଶ୍ୱ ପରିବେଶ ବଦଳିବ କହି ଜ୍ଞାନୀ ଗୁଣି ମହଳରେ ଆଲୋଚ୍ୟ ବିଷୟ।ଦିନକୁ ଦିନ ଜଙ୍ଗଳ ଗଛ କଟା ଯାଇ ଜମି ବାହାର କରିବାକୁ ଜଙ୍ଗଳ ସଫା ହୋଉଛି ଏବଂ ଗଛ ପତ୍ର ନ ଥିବାରୁ ଗରମର ପ୍ରାଦୁର୍ଭାବ ବଡ଼ି ଜଳ ଜୀବନ ବିଶ୍ୱ ଦରବରେ କଷ୍ଟ କର ହେବାକୁ ଯାଉଛି । ଆଜିର ଚାରା ରୋପଣ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଉମରକୋଟ ଧୋଡ୍ରା ଫରେଷ୍ଟର ଯୋଗଦେଇ ଥିବା ବେଳେ ଏହି ଚାରା ରୋପଣ କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଅବସର ପ୍ରାପ୍ତ ସରକାରୀ କର୍ମଜୀବୀ ବଙ୍ଗାଳୀ ସମାଜ ପକ୍ଷରୁ କହିଛନ୍ତି। ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଜନସାଧାରଣଙ୍କୁ ଚାରା ରୋପଣ ଉପରେ ସଚେତନତା ଜାଗୃତି ଆଲୋଚନା ସମସ୍ତଙ୍କ ସହିତ କରାଯାଇଥିଲା। ଖାଲି ଗଛ ଲଗାଇଲେ ହେବ ନାହିଁ,ଗଛ ଲଗାଇବା ସହ ଗଛର ସୁରକ୍ଷା ଦେବା ଏବଂ ଏହାର ଯତ୍ନ ନେବାକୁ ମଧ୍ୟ ପଡ଼ିବ କୁହାଯାଇଥିଲା । ଶେଷରେ ଗଛଗୁଡ଼ିକର କିପରି ଯତ୍ନ ନିଆଯିବ ସେ ଉପରେ ଧୋଦ୍ରା ଫରେଷ୍ଟର ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ଉମରକୋଟର ବିଶିଷ୍ଟ ବିଶିଷ୍ଟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ ସେଥି ମଧ୍ୟରୁ ଶ୍ରୀ ତପନ ପାଲ, ସୁନିଲ କିର୍ତ୍ତନୀୟା,ମନମନ୍ଥ ରାୟ , ଅମଲ ହାଲଦାର ,ରଞ୍ଜିତ ମଣ୍ଡଲ, ନମିତା ଦାସ, ଏନ୍ ଜି ରାଣା, ରମେଶ ବିଶ୍ଵାସ, ବିନୋଦ କ୍ରିଷ୍ଣା ସରଦାର, ରମେନ୍ଦ୍ରନାଥ ବିଶ୍ଵାସ, ଯୁବରାଜ,ସେନଗୁପ୍ତା , ଶିବପଦ ମିସ୍ତ୍ରୀ , ଅକୁମାର ଜର୍ଦାର , ପ୍ରଭାତ ଗାଇନ, ଶଙ୍କର ମିସ୍ତ୍ରୀ ଓ ନିରଞ୍ଜନ ମଣ୍ଡଲ ପ୍ରମୁଖ ଉପସ୍ଥିତ ରହି ନୂଆ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

( ଉମରକୋଟ ରୁ, ରସିକ ସରକାର )

nis-ad
Leave A Reply

Your email address will not be published.