ଚିକିଟୀ ବିଜ୍ଞାପିତ ଅଞ୍ଚଳପରିଷଦର ୧୭ତମ କାଉନସିଲ ବୈଠକରେ ଯୋଗ ଦେଲେ ବିଧାୟକ

ଚିକିଟୀ : ଆଜି ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦର ସମ୍ମିଳନୀ କକ୍ଷରେ ସତର ତମ ସାଧାରଣ ବୈଠକ ଅଧ୍ୟକ୍ଷା ଦୀପା କୁମାରୀ ସାହୁଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ବିଧାୟକଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯାଇ ଥିବା ବେଳେ ଅଧ୍ୟକ୍ଷାଙ୍କ ଦ୍ୱାରା ସ୍ୱାଗତ ଭାଷଣ ରଖାଯାଇ ସମସ୍ତ ୱାର୍ଡସଭ୍ୟଙ୍କ ଦ୍ୱାରା ଆଗତ ସମସ୍ୟା ବିଷୟରେ ଅବଗତ ହେବା ପରେ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ଆଗକୁ କିପରି ପରିଷଦର ସମସ୍ତ ଉନ୍ନତି ହୋଇପାରିବ ବୋଲି କିଛି ମନ୍ତବ୍ୟ ପ୍ରଦାନ କରିବାକୁ ଯାଇ ପ୍ରଥମେ ଚିକିଟୀ ପେଣ୍ଠରେ ସବୁବେଳେ ଟ୍ରାଫିକ ସମସ୍ୟା ଦେଖାଯାଉଥିବା ହେତୁ ଏହାକୁ ସୁଧାର ଅଣାଯିବା ଦରକାର ଏବଂ ରାସ୍ତାଟି ସଙ୍କୀର୍ଣ ହୋଇଅଛି ଏହାକୁ ଓସାରିଆ କରାଯିବା ସହ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ବଣ୍ଟନରେ ସ୍ୱଛତା ଅଣାଯାଉ, ବାସହୀନ ବ୍ୟକ୍ତିଙ୍କୁ ଜାଗାମିଶନ ରେ ଅନ୍ତର୍ଭୁକ୍ତ କରାଯିବା,ଖାଉଟି କାର୍ଡ କୁ ମଧ୍ୟ ପ୍ରକୃତ ହିତାଧିକାରୀଙ୍କ ମଧ୍ୟରେ ବଣ୍ଟନ କରାଯିବା, ପାନିୟ ଜଳକୁ ସ୍ଵଚ୍ଚ କରାଯାଇ ନିୟମିତ କରିବା, ହେଉଥିବା ଜଳ ଅପଚୟକୁ ମଧ୍ୟ ରୋକିବା ସକାଶେ ନିର୍ଦେଶ ପ୍ରଦାନ କରିଥିଲେ। ଏହି କର୍ମରେ ସାଧାରଣ ଯୋଗ୍ୟ ହିତାଧିକାରୀଙ୍କୁ ଭତା ପ୍ରଦାନ କରିବାକୁ ମଧ୍ୟ କହିଥିଲେ। ଏହି କାର୍ଯ୍ୟକ୍ରମରେ କାର୍ଯ୍ୟନିର୍ବାହୀ ଅଧିକାରୀ କୁଲଦୀପ କୁମାର, ରାସ୍ତକୋଠାବାଡି ବିଭାଗ ଯନ୍ତ୍ରୀ ସ୍ଵରାଜ ରଞ୍ଜନ ପାଣିଗ୍ରାହୀ, ନୂଆଗାଁ ଥାନା ଅଧିକାରୀ କିଶୋର କୁମାର ସାମଲ, ଜନସ୍ଵାସ୍ତ୍ୟ ବିଭାଗ ଅଧିକାରୀ ଦୁଃଖିରାମ ପାତ୍ର, ବନବିଭାଗ ଅଧିକାରୀ, କୃଷି ଅଧିକାରୀ, ସମନ୍ୱିତ ଶିଶୁଵିକାଶ ବିଭାଗର ସୁପେରଭlଇଜର ଙ୍କ ସହ ସମସ୍ତ ଲାଇନ ବିଭାଗର ଅଧିକାରୀ ଯୋଗ ଦାନ କରିବା ସହ ପରିଷଦର ଉପାଧ୍ୟକ୍ଷ ଓ କାଉନସିଲର ମାନେପ୍ରମୁଖ ଯୋଗ ଦାନ କରିଥିବା ବେଳେ ସମସ୍ତ ଅଫିସ କର୍ମଚାରୀ ଯୋଗଦେଇ ବୈଠକକୁ ସଫଳ କରିଥିଲେ।

nis-ad
Leave A Reply

Your email address will not be published.