ଫୁଲବାଣୀ ଜଗନ୍ନାଥ ମନ୍ଦିରରେ ପାଳିତ ହେଲା ପ୍ରସିଦ୍ଧ ଘୋଷଯାତ୍ରା

ଫୁଲବାଣୀ : ହିନ୍ଦୁ ଧର୍ମରେ ଜଗନ୍ନାଥ ରଥ ଯାତ୍ରାର ମହତ୍ୱ ରହିଛି। ଏହି ଉତ୍ସବ ବଡ଼ ଭାଇ ବଳଭଦ୍ର ଏବଂ ସାନ ଭଉଣୀ ସୁଭଦ୍ରାଙ୍କ ସହିତ ଭଗବାନ କୃଷ୍ଣଙ୍କୁ ପୂଜା କରିବା ପାଇଁ ଉତ୍ସର୍ଗୀକୃତ l ଉତ୍ସବ ସ୍ନାନ ପୂର୍ଣ୍ଣିମା ଠାରୁ ଆରମ୍ଭ l ସେହି ପରମ୍ପରାକୁ ବଜାୟ ରଖି ଫୁଲବାଣୀ ସ୍ଥିତ ଜଗନ୍ନାଥ ମନ୍ଦିରରେ ପାଳିତ ହୋଇଯାଇଛି ପ୍ରସିଦ୍ଧ ଘୋଷଯାତ୍ରା l ଆଜି ସକାଳ ସମସ୍ତ ପ୍ରକାର ରୀତିନୀତି ପୁଜା ଅର୍ଚ୍ଚନା ପରେ କନ୍ଧମାଳ ଜିଲ୍ଲାପାଳଙ୍କୁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ନିମନ୍ତ୍ରିତ କରାଯାଇଥିଲା l ୯:୪୫ ମିନଟ ସମୟରେ ତିନି ଠାକୁରଙ୍କୁ ପହଣ୍ଡି କରି ରଥାରୂଢ କରାଯାଇଥିଲା l ପରେ ଜିଲ୍ଲାପାଳ ଆଶିଶ ଇଶ୍ଵର ପାଟିଲ ଛେରା ପହଁରା କାର୍ଯ୍ୟ କରିଥିଲେ l ୨ଟା ସମୟରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥଲା I

ମହାପ୍ରଭୁଙ୍କ ଏହି ଘୋଷଯାତ୍ରାକୁ ଦେଖ‌ିବା ପାଇଁ ଜିଲ୍ଲାରୁ ତଥା ଆଖପାଖ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସୁଅ ଛୁଟିଥିଲା l ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା । ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ବେଛାସେବୀ ବାହିନୀ ଦ୍ବାରା ଲୋକ ମାନଙ୍କ ଉପରେ ପାଣି ସିଞ୍ଚନ କରାଯାଉଥିବା ବେଳେ ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ତରଫରୁ ଭକ୍ତମାନଙ୍କ ପାଇଁ ପାନୀୟ ଜଳ ଓ ପଣା ବଣ୍ଟନ କରାଯାଇଥିଲା l ବାଦ୍ୟ ଓ ନୃତ୍ୟ ଘଣ୍ଟର ତାଳେ ତାଳେ ରାତ୍ର ୧୦ ରେ ମାଉସୀ ମା ମନ୍ଦିରରେ ପହଞ୍ଚି ଥିଲେ l ପରିଚାଳନା କମିଟି ଅଧ୍ୟକ୍ଷ ତଥା ଉପ ଜିଲ୍ଲାପାଳ ଚିତ୍ତ ରଞ୍ଜନ ମହାନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପରିଚାଳନା କମିଟିର ସଭାପତି ସୁନାଶିର ମହାପାତ୍ର,ସମ୍ପାଦକ ହରିଶ୍ଚନ୍ଦ୍ର ମହାରଣା, ଶରତ ସାହୁ, ଶଙ୍କର ବେହେରା, ଆଇନଜୀବୀ ରଜତ କୁମାର ମହାନ୍ତି,ପୂଜକ ଶଙ୍କର ପାଢୀ, କାଳିଆ ପଣ୍ଡା ଓ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l

nis-ad
Leave A Reply

Your email address will not be published.