ରାଜଯୋଗୀନି ବ୍ରହ୍ମାକୁମାରୀ ବିଜୟଲକ୍ଷ୍ମୀଙ୍କ ୩୮ ତମ ଜନ୍ମଦିନ ପାଳିତ !

ଛତ୍ରପୁର : ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ କେନ୍ଦ୍ର ସଞ୍ଚାଳିକା ରାଜଯୋଗୀନି ବ୍ରହ୍ମା କୁମାରୀ ବିଜୟଲକ୍ଷ୍ମୀ ଭଉଣୀ ଙ୍କ ୩୮ ତମ ଜନ୍ମଦିନ ଆଶ୍ରମ ପରିସରରେ ଶନିବାର ପାଳିତ ହୋଇଯାଇଛି ।
ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଥିବା ଭଉଣୀଙ୍କ ଏହି ଜନ୍ମ ଦିନରେ ଅନେକ ଈଶ୍ୱରୀୟ ସନ୍ତାନ ତାଙ୍କରି ଗୁଣଗାନ କରି ଭଉଣୀ ଙ୍କ ଆଶ୍ରମ ପ୍ରତି ଅବଦାନ, ତ୍ୟାଗପୂତ ଜୀବନ ଉପରେ ସମୀକ୍ଷା କରି ତାଙ୍କର ଯଶସ୍ୱୀ ଜ୍ଞାନ ଉପରେ ସମସ୍ତ ଭାଇ ଓ ଭଉଣୀ ମାନେ ଭୂୟସୀ ପ୍ରଶଂସା କରିଥିଲେ । ସମସ୍ତେ କେକ୍ କାଟି ଉତ୍ସଵ ମନାଇଥିଲେ ଓ ପରେ ସମସ୍ତେ ବ୍ରହ୍ମା ଭୋଜନରେ ଆପ୍ୟାୟିତ ହୋଇ ଖୁସିବ୍ୟକ୍ତ କରିଥିଲେ । ବି.କେ. ବାଲା କ୍ରିଷ୍ଣା ଭାଇ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।।

nis-ad
Leave A Reply

Your email address will not be published.