ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦର ଓଡ଼ିଆ ଭାଷା ପ୍ରମାଣ ପତ୍ର ପୋଷ୍ଟାଲ ନିଯୁକ୍ତି ନିମନ୍ତେ ଅମାନ୍ୟ

ଫୁଲବାଣୀ: ପୋଷ୍ଟାଲ ଡିପାର୍ଟମେଣ୍ଟ ରେ ଓଡିଶା କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କୁ ନିଯୁକ୍ତି ମିଳୁନି । ଛାତ୍ର ଛାତ୍ରୀ ଚାକିରୀ ପାଇଁ ଆବେଦନ କରିଥିଲେ ତାଙ୍କର ମାର୍କ ମଧ୍ୟ ଅଧିକ ଥିଲା ହେଲେ ଦଶମରେ ଓଡ଼ିଆ ବିଷୟ ନଥିବା କାରଣରୁ ସେମାନଂକୁ ରିଜେକ୍ଟ କରାଯାଇଥିଲା I ତେବେ ଓଡ଼ିଆ ବିଷୟ ନଥିବାରୁ ଛାତ୍ର ଛାତ୍ରୀ ମାନେ ଓଡିଶା ମାଧ୍ଯମିକ ଶିକ୍ଷା ପରିଷବ କଟକ ଅଧୀନରେ ଓଡ଼ିଆ ପରୀକ୍ଷା ଦେଇଥାନ୍ତି ଆଉ ସେହି ପ୍ରମାଣ ପତ୍ରକୁ ସବୁ ବିଭାଗ
ଚାକିରୀ କ୍ଷେତ୍ରରେ ଗ୍ରହଣ କରି ନିଯୁକ୍ତି ଦେଇଥିବା ବେଳେ କେନ୍ଦ୍ର ଅଧୀନରେ ଥିବା ପୋଷ୍ଟାଲ ଡିପାର୍ଟମେଣ୍ଟ ଗ୍ରହଣ ନକରିବା ଫଳରେ ଅଭିଭାବକ ମାନେ କ୍ଷୋଭ ପ୍ରକାଶ କରିବାସହ ଏହା ଛାତ୍ର ଛାତ୍ରୀଙ୍କ ପ୍ରତି ଅନ୍ୟାୟ ବୋଲି ଅଭିଭାବକ ମାନେ କହିଛନ୍ତି । ଏ ନେଇ ଫୁଲବାଣୀ ସହରର ସନ୍ତୋଷ ରଥ ନାମକ ଜଣେ ଅଭିଭାବକ ଝିଅ ଶାଶ୍ଵତୀ ରଥ ସେଣ୍ଟ୍ରାଲ ଆଡମିନିଷ୍ଟ୍ରେସନ ଟ୍ରି ବୁନାଲ, କଟକରେ ଏ ଓ ୩୬୭ / ୨୨ ରେ ମାମଲା ରୁଜୁ କରିଥିଲେ । ସାକ୍ଷ ପ୍ରମାଣକୁ ଭିରି କରି ମାନ୍ୟବର ଟ୍ରିବୁନାଲ ୨୧/୨/ ୨୪ ରେ ଚୂଡାନ୍ତ ଶୁଣାଣୀ କରି ଆସନ୍ତା ଷାଠିଏ ଦିନ ବା ଦୁଇମାସ ମଧ୍ୟରେ ଏ ସମ୍ପର୍କରେ ନିଷ୍ପତ୍ତି ନେବାକୁ କହିଥିଲେ ବି ବିଭାଗ ନିରବ ରହିଥ‌ିବା ରଥ ଅଭିଯୋଗ କରିଛନ୍ତି ସୂଚନା ଯୋଗ୍ୟ ଯେ ଗତ ୧୯ ମସିହାରୁ ଓଡିଶା କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନେ ପୋଷ୍ଟାଲ ବିଭାଗ ଚାକିରି ରୁ ବଞ୍ଚିତ ହୋଇଛନ୍ତି । ଏଣୁ ମୁଖ୍ୟ ମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ନବ ନିର୍ବାଚିତ ସାଂସଦ ସୁକାନ୍ତ ପାଣିଗ୍ରାହୀ ଦୃଷ୍ଟି ଦେବାଲାଗି ଛାତ୍ର ଛାତ୍ରୀ ଅଭିଭାବକ ମାନେଦାବୀ କରିଛନ୍ତି ।

nis-ad
Leave A Reply

Your email address will not be published.