ରୋଟାରୀ କ୍ଲବ ପକ୍ଷରୁ ଆଲୋଚନା ଚକ୍ର “ଭାରତୀୟ ଶିକ୍ଷା ଦେଇ ନୂଆ ପୃଥିବୀ ” ଅନୁଷ୍ଠିତ

ଫୁଲବାଣୀ : ଆଜି ସ୍ଥାନୀୟ ବିଇଡି କଲେଜ ପରିସରରେ “ଭାରତୀୟ ଶିକ୍ଷା ଦେଇ ନୂଆ ପୃଥିବୀ ” ଶୀର୍ଷକ ଆଲୋଚନାଚକ୍ର ରୋଟାରୀ କ୍ଲବ୍‌ ଫୁଲବାଣୀ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୟୁନିସେଫ /ବିଶ୍ୱବ୍ୟାଙ୍କ୍‌ /ଏନ. ସି. ଇ. ଆର୍‌. ଟି ର ପ୍ରମୁଖ ଶିକ୍ଷା ବିଶେଷଜ୍ଞ ଭାବରେ ସୁନାମ ଅର୍ଜନ କରିଥିବା ଡଃ ବିନୟ ପଟ୍ଟନାୟକ ଯୋଗଦେଇ ନୂଆ ଶିକ୍ଷାନୀତିର ବିଭିନ୍ନ ପ୍ରଭାବଶାଳୀ ଦିଗ ସମ୍ପର୍କରେ ଆଲୋଚନା କରିବା ସହ ଭାରତର ନୂଆ ଶିକ୍ଷାନୀତି ସମଗ୍ର ବିଶ୍ୱ ପାଇଁ ମାର୍ଗଦର୍ଶକ ସାଜିବ ବୋଲି ମତବ୍ୟକ୍ତ କରିଥିଲେ।କଲେଜର ପ୍ରାଧ୍ୟାପିକା ଡଃ ଉଷାରାଣୀ ଖୁଣ୍ଟିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ରୋଟାରୀ କ୍ଲବ୍‌ ଫୁଲବାଣୀ ସଭାପତି ବିପ୍ର ଚରଣ ପାତ୍ର ରୋଟାରୀ କ୍ଲବ୍‌ର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।ସଂପାଦକ ବିଜୟ ପଟ୍ଟନାୟକ,ବରିଷ୍ଠ ରୋଟାରିଆନ୍‌ ପ୍ରଶାନ୍ତ କୁମାର ପାଣିଗ୍ରାହୀ, ସର୍ବେଶ୍ୱର ମିଶ୍ର, ପ୍ରକାଶ ପଣ୍ଡା, ମନୋରଞ୍ଜନ ପଟ୍ଟନାୟକ ଏବଂ ପ୍ରସନ୍ନ ପଣ୍ଡା ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।ଆଲୋଚନା ଚକ୍ର ପ୍ରାରମ୍ଭରେ କଲେଜର ପ୍ରାଧ୍ୟାପକ ଡଃ ଧନଞ୍ଜୟ ସିଂହ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ଆଶୁତୋଷ ମହାନ୍ତି, ରଶ୍ମି ରଞ୍ଜନ ପୁହାଣ, ଅକ୍ଷୟ ସ୍ୱାଇଁ, ଦୋଳଗୋବିନ୍ଦ ସାହୁ ଏ ପ୍ରକାର ଆଲୋଚନା ଅତ୍ୟନ୍ତ ଉପାଦେୟ ବୋଲି ମତବ୍ୟକ୍ତ କରିଥିଲେ। ଶେଷରେ ପ୍ରାଧ୍ୟାପକ ଡଃ ମନୋଜ କୁମାର ଲେଙ୍କା ନିଜର ବକ୍ତବ୍ୟ ରଖିବା ସହ ଧନ୍ୟବାଦ ଦେଇଥିଲେ।

nis-ad
Leave A Reply

Your email address will not be published.