ତାଲୁକ ଆଇନ ସେବା କମିଟି ପକ୍ଷରୁ ବନ ମହୋତ୍ସବ ପାଳନ

ଛତ୍ରପୁର : ଛତ୍ରପୁର ତାଲୁକ ଆଇନ ସେବା କମିଟି ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି, ଏହି ଅବସର ରେ ସ୍ଥାନୀୟ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସର ରେ ତାଲୁକ ଆଇନ ସେବା କମିଟି ର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଜଜ ମନୋରଞ୍ଜନ ଦାଶ ନିଜେ ବୃକ୍ଷ ରୋପଣ କରିବା ସହିତ ତାଙ୍କ ତତ୍ୱବଧାନ ରେ ବିଭିନ୍ନ ରକମର ବୃକ୍ଷ ରୋପଣ କରାଯାଇଥିଲା  ।  ଏହି କାର୍ଯ୍ୟକ୍ରମ ରେ ଏସଡିଜେଏମ ପ୍ରିତିଶ କୁମାର ରଥ, ସଭ୍ୟ ସୁରଜିତ ସାମନ୍ତରାୟ ଓ ମନୋଜ କୁମାର ପାଢ଼ୀ, ଆଇନଜୀବି ସୁରେଶ ପଣ୍ଡା, ବ୍ରଜ ମୋହନ ଆଚାର୍ଯ୍ୟ ଓ ପି.ଧର୍ମା ରେଡ୍ଡୀ, ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ ଅଜୟ କୁମାର ତ୍ରିପାଠୀ ଙ୍କ ସମେତ ଅନ୍ୟାନ୍ୟ ଆଧ୍ୟାପକଓ ଅଧ୍ୟାପିକା ମାନେ ବସୁଧା ପାଇଁ ଗୋଟିଏ ଗୋଟିଏ ବୃକ୍ଷ ଲଗାଇଥିଲେ  । 

nis-ad
Leave A Reply

Your email address will not be published.