ସୀମାନ୍ତ ପୋଲିସକୁ ସଫଳତା ମୁଖ୍ୟସ୍ରୋତକୁ ଫେରିଲେ ତିନି

ମାଲକାନଗିରି : ଜିଲ୍ଲା ସୀମାନ୍ତ ରାଜ୍ୟ ଛତିଶଗଡର ଦାନ୍ତେୱାଡା ଜିଲ୍ଲାରେ ତିନି ସକ୍ରିୟ ମାଓବାଦୀଙ୍କ ଆତ୍ମସମର୍ପଣ l ସୂଚନା ଅନୁଯାଇ ଦାନ୍ତେୱାଡା ଜିଲ୍ଲା ପୁଲିସ ନିକଟରେ ଭୈରମଗଡ଼ ଏବଂ କଟେକଲ୍ୟାଣ ଏରିଆ କମିଟିରେ ସକ୍ରିୟ ତିନି ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି l ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ହେଲେ ହିଡ଼ମା ସୋଡି, କୋଷା ବେକୋ , ବବିତା ଓୟାମ l ଏହି ସମସ୍ତ ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ଦୀର୍ଘ ବର୍ଷ ଧରି ମାଓ ସଙ୍ଗଠନରେ କାର୍ଯ୍ୟ କରୁଥିବା ବେଳେ ଅନେକ ହିଂସାକାଣ୍ଡ ରେ ସାମିଲ ଥିଲେ l ତେବେ ମାଓ ସଙ୍ଗଠନ ଧିରେ ଧିରେ ନିଜର ସ୍ଥିତି ହରାଇବା ସହ ଦୁର୍ବଳ ହୋଇ ପଥ ଭ୍ରଷ୍ଟ ହୋଇଥିବାରୁ ଏମାନେ ସାଧାରଣ ଜୀବନ ଯାପନ ପାଇଁ ନିଷ୍ପତ୍ତି ନେଇ ଆତ୍ମସମର୍ପଣ କରିଥିବା ପ୍ରକାଶ କରିଛନ୍ତି l ଆତ୍ମସମର୍ପଣ କରିଥିବା ତିନି ଜଣ ମାଓବାଦୀଙ୍କୁ ଦାନ୍ତେୱାଡା ଏସପି ଏନ ଅନ୍ୟ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ 25-25ହଜାର ପ୍ରୋତ୍ସାହନ ରାଶି ପ୍ରଦାନ କରିବା ସହ ସରକାରଙ୍କ ଥୟୀଥାନ ନୀତି ଅନୁଯାଇ ଆଗାମୀ କିଛି ଦିନ ମଧ୍ୟରେ ସମସ୍ତ ସୁବିଧା ଯୋଗାଇ ଦିଆଯିବା ନେଇ ଦାନ୍ତେୱାଡା ପୁଲିସ ଠାରୁ ସୂଚନା ମିଳିଛି l

nis-ad
Leave A Reply

Your email address will not be published.