ଉମରକୋଟ//ଝରୀଗାଁ ( ୦୩/୦୭/୨୦୨୪) ବିଶ୍ୱ ବାତାବରଣ ଓ ଜଙ୍ଗଲ ନଷ୍ଟ କୁ ଆଖି ଆଗରେ ରଖି ମା ମାଉଳି ଯୁବକ ସଂଘ ଉଭୟ ପୁରୁଷ / ମହିଳା ମାନେ ମା ମାଉଳି ମନ୍ଦିର ପରିସର ଓ ଏହାର ଆଖ ପାଖ ଅଞ୍ଚଳ ରେ ବିଭିନ୍ନ ପ୍ରକାରର ନୂଆ ବୃକ୍ଷ ରୋପଣ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି । ଏହି ଯୁବକ ସଂଘ ସମାଜର ସମସ୍ତ ଲୋକଙ୍କୁ ଅନୁରୋଧ କରିଛନ୍ତି ଖାଲି ଜମି ଓ ଜାଗାରେ ନୂଆ ଗଛ ଲଗାଇବାକୁ କହିଛନ୍ତି ଯାହା ଫଳରେ ବାତାବରଣ ଭଲ ରହିବ, ଗଛ ନ ଥିବାରୁ ପରିବେଶ ଦୂଷିତ ହେବାକୁ ଯାଉଛି ତେଣୁ ବିଭିନ୍ନ ପ୍ରକାରର ଗଛ ନିଜ ଘର ବଗିଚାର ଖାଲିଥିବା ସ୍ଥାନରେ ଲଗାନ୍ତୁ ଏବଂ ଶୁଦ୍ଧ ବାତାବରଣ ସୃଷ୍ଟି କରନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି ।ସୂଚନା ଥାଉକି ମା ମାଉଳି ଯୁବକ ସଙ୍ଘ ନବରଙ୍ଗପୁର ଜ଼ିଲ୍ଲା ଝରୀଗାଁ ବ୍ଲକ, ଧମନାଗୁଡ଼ା ପଞ୍ଚାୟତର ଟୁଟିଗୁଡା ଗ୍ରାମରେ ଅବସ୍ତିତ ଏହି ମହତ କାର୍ଯ୍ୟକ୍ରମ ରେ ଅଞ୍ଚଳ ର ପ୍ରମୁଖ ମହିଳା ଓ ପୁରୁଷ କର୍ମ କର୍ତ୍ତା ଯୋଗ ଦେଇଥିଲେ ମୁଖ୍ୟତଃ ଶ୍ରୀ ଭୁଜବଳ ଗୌଡ଼, ଏବଂ ବିଜେପି ପଞ୍ଚାୟତ ସଭାପତି। ଶ୍ରୀ ବଲିରାମ ଭତରା ଏକ ନମ୍ବର ୱାର୍ଡ ମେମ୍ବର,ଭଗବାନ ଭତରା,ଖଗୁ ଭତରା,
ସୈନାସି ଭତରା,ଟିକଛନ୍ଦ ଭତରା,ଯଦୁ ଗଉଡ,ଦିବାକର ଗଉଡ,ଗୋବରଭତରା,ଭୁବନସିଗଉଡ,ଲଛମନଭତରା,ସୁକାନାତି ଭତରା,ପଦମନୀ ଭତରା,ଲଳିତା ଗଉଡ,ସନମତୀ ଭତରା ଓ କଳପନା ଭତରା ସମସ୍ତେ, ଯୋଗ ଦେଇଥିଲେ ଲ ମା ଯେମିତି ଶିଶୁକୁ ଯତ୍ନ ନିଅନ୍ତି ସେହିପରି ଏହି ନୂଆ ଗଛକୁ ମଧ୍ୟ ଯତ୍ନ ନେବାକୁ ସମସ୍ତେ ସଂକଳ୍ପ ବୋଧ କରିଥିଲେ । ମା ମାଉଳି ଯୁବକ ସଙ୍ଘର ଏହି ପରି ମହତ କାର୍ଯ୍ୟକୁ,ଆଖ ପାଖ ଗ୍ରାମର ଲୋକ ମାନେ ଦେଖି ସାଧୁ ବାଦ ଜଣାଇବା ସହିତ ଅନୁପ୍ରାଣିତ ହୋଇ ସେମାନେ ମଧ୍ୟ ବିଭିନ୍ନ ପ୍ରକାରର ନୂଆ ଗଛ ଲଗାଇବାକୁ ପତିଜ୍ଞା କରିଥିଲେ । ନିଜ ନିଜ ଗ୍ରାମରେ ନୂଆ ଗଛ ଲଗାଇବାକୁ ମା ମାଉଳି ଯୁବକ ସଙ୍ଘ ଅନୁରୋଧ କରିଛନ୍ତି। ଆଜିର ଏହି ବିଶ୍ୱ ବାତାବରଣ ସଚେତନା ବାର୍ତ୍ତା ପ୍ରେରଣା କରି ପ୍ରଶଂସିତ ହୋଇଛନ୍ତି l