ଫୁଲବାଣୀ କେନ୍ଦ୍ରୀୟ ବିଦ୍ୟାଳୟରେ ୭୫ତମ ବନମହୋତ୍ସବ…


ଫୁଲବାଣୀ – କନ୍ଧମାଳ ଜିଲ୍ଲା ଫୁଲବାଣୀ ବନଖଣ୍ଡ ପକ୍ଷରୁ ଫୁଲବାଣୀ ଜଙ୍ଗଲ ବିଭାଗ ରେଞ୍ଜ ଅନ୍ତର୍ଗତ ବୁଧବାର ସ୍ଥାନୀୟ ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ୭୫ ତମ ବନ ମହୋତ୍ସବ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ବିଦ୍ୟାଳୟ ର ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଡ଼ିଏଫ ଓ ପ୍ରଶାନ୍ତ ପଟେଲ, ସି ଡ଼ିଏମ ଓ ମନୋଜ ଉପାଧ୍ୟାୟ,ଏ ସିଏଫ ରେଞ୍ଜ ଅଫିସର ଶିବାନନ୍ଦ ଲେଙ୍କା ପ୍ରମୁଖ ଯୋଗ ଦେଇ ଜଙ୍ଗଲ ଆମର ଆଉ ଏହାର ସୁରକ୍ଷା ଆମ୍ଭମାନଙ୍କ ଦାଇତ୍ୱ ଓ କର୍ତ୍ତବ୍ୟ ବୋଲି ସମସ୍ତଙ୍କୁ ବୁଝାଇଥିଲେ lବନ ମହୋତ୍ସବ ଅବସରରେ ସମସ୍ତେ ଅନ୍ତତଃ ଗୋଟିଏ ଗୋଟିଏ ବୃକ୍ଷ ଚାରା ଲଗାଇ ତାର ଉଚିତ ଯତ୍ନ ନେବାଲାଗି ମୁଖ୍ୟ ଅତିଥି ବିଧାୟକ ମଲିକ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ l ଏହି ଅବସରରେ ବନବିଭାଗ ପକ୍ଷରୁ ବୃକ୍ଷ ରୋପଣ ସହ ପରିବେଶ ସୁରକ୍ଷା ନେଇ ସଚେତନତା ସୃଷ୍ଟି କରିବା ଉଦେଶ୍ୟ ରେ ଏକ ସଚେତନତା ରଥକୁ ମୁଖ୍ୟ ଅତିଥି ବିଧାୟକ ଉମା ଚରଣ ମଲିକ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ l ସେହିପରି ଲୋକଙ୍କୁ ସୁବିଧାରେ ଓ ସୁଲଭ ମୂଲ୍ୟରେ ମାତ୍ର ୧ ଟଙ୍କା ରେ ବୃକ୍ଷ ଚାରା

ଯୋଗାଇଦେବା ପାଇଁ ଫୁଲବାଣୀ ରେଞ୍ଜ କାର୍ଯ୍ୟାଳୟ ସମ୍ମୁଖରେ ଏକ ଚାରା ବିକ୍ରୟ କେନ୍ଦ୍ରର ଶୁଭାରମ୍ଭ ହୋଇଥିଲା l
ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରେସ କ୍ଳବ ସଭାପତି ସୁନୀଲ ପଟନାୟକ, ସିନିଅର ଫରେଷ୍ଟର ସରୋଜ ମିଶ୍ର, ସାମ୍ବାଦିକ ପ୍ରଶାନ୍ତ ବେହେରା, ହୂରଞ୍ଜନ ସେଠି, ସଦାଶିବ ପାତ୍ର, ଶିବ ନାୟକ,ବିଶ୍ୱରଂଜନ ସାମନ୍ତରାୟ ପ୍ରମୁଖ ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷl ସମ୍ପର୍କରେ ବୁଝାଇଥିଲେ l ବନ ବିଭାଗ କର୍ମଚାରୀ ପ୍ରମୁଖ ଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.