ବାଲିଗୁଡା : ଘରେ ନ ପଶୁଣୁ ଚାଳ ବାଜିଲାଣି। ବାଲିଗୁଡ଼ା ଏନ୍ ଏ ସି ଅନ୍ତର୍ଗତ ବଡଗାଁ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟର ଛାତରୁ ପାଣି ଗଳୁଛି। ବର୍ଷା ଆରମ୍ଭ ହେଉ ହେଉ ବିଦ୍ୟାଳୟ ଛାତ ଘରର ଏପରି ଅବସ୍ଥା। ବର୍ଷା ରୁତୁ ଶେଷ ବେଳକୁ ବୋଧ ହୁଏ ସମ୍ପୂର୍ଣ୍ଣ ଛାତ ଗଳି ପଡ଼ିବ ଏହିଭଳି ଅନୁମେୟ ହେଉଛି। ପୁରୁଣା ଟିଣ ଘରର ଅବସ୍ଥା ନ କହିଲେ ଭଲ। ପ୍ରଶାସନ ପାଖରେ ଯେତେ ଗୁହାରି କଲେ ମଧ୍ୟ ଫଳ ଶୂନ। ଏହି ବିଦ୍ୟାଳୟ ଟି ଏକ ପୂରାତନ ସରକାରୀ ବିଦ୍ୟାଳୟ। ବିଦ୍ୟାଳୟ ର ଶ୍ରେଣୀ ଗୃହ ଅଭାବ ଯୋଗୁଁ ଗାଁ ପିଲାମାନେ ଅନ୍ୟତ୍ର ପାଠ ପଢ଼ିବାକୁ ଯାଉଛନ୍ତି। ସେଥିପାଇଁ ବର୍ତ୍ତମାନ ବିଦ୍ୟାଳୟ ର ପିଲା ସଂଖ୍ୟା କମିଯାଇ ୨୫ ରେ ପହଞ୍ଚିଛି।ହେଲେ ସେହି ୨୫ ଜଣ ପିଲା ବସି ପାଠ ପଢିବା ପାଇଁ ଯେଉଁ ଶ୍ରେଣୀ ଗୃହ ଅଛି ତା’ର ଅବସ୍ଥା ନ ଦେଖିଲେ ବିଶ୍ୱାସ କରି ହେବନି। ଏଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ବିଦ୍ୟାଳୟର ଛାତ ଘରଟି ସମ୍ପୂର୍ଣ୍ଣ ଭୁଷୁଡି ପଡିବା ପୂର୍ବରୁ ତା’ର ସ୍ଥାୟୀ ମରାମତି କରିବାକୁ ଅଞ୍ଚଳବାସୀଙ୍କ ତରଫରୁ ପ୍ରବଳ ଦାବୀ ହେଉଛି l
Sign in
Sign in
Recover your password.
A password will be e-mailed to you.
Prev Post