ଚିକିଟୀ ବ୍ଲକର ଅଷ୍ଟମ ସାଧାରଣ ଅଧିବେଶନରେ ଯୋଗ ଦେଲେ ବିଧାୟକ

ଚିକିଟୀ : ସ୍ଥାନୀୟ ବ୍ଲକରେ ଆଜି ଅଧକ୍ଷ ଆପନ୍ନା ସେଠୀଙ୍କ ଅଧକ୍ଷତାରେ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇ ଯାଇଛି। ପ୍ରଥମେ ଗୋଷ୍ଠୀ ଉନୟନ ଅଧିକାରୀ ଲକ୍ଷ୍ମଣ କୁମାର ସୋରେନ ଙ୍କ ଦ୍ୱାରା ନବ ନିର୍ବାଚିତ ବିଧାୟକ ଶ୍ରୀଯୁକ୍ତ ମନୋରଞ୍ଜନ ଦ୍ୟାନ ସାମନ୍ତରା ଙ୍କୁ ସ୍ୱାଗତ ଜଣାଇବା ପରେ ଅନୁଷ୍ଠାନିକ ଭାବରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା l ଏହି ସଭାରେ ଶ୍ରୀଯୁକ୍ତ ସାମନ୍ତରା ନିଜର ବକ୍ତବ୍ୟରେ ସମସ୍ତ ଜନପ୍ରତିନିଧି ମାନେ ଦଳଗତ ନିର୍ବିଶେଷରେ କାମ କରି କିପରି ଏହି ବ୍ଲକ କୁ ଆଗକୁ ନେବାକୁ ଚେଷ୍ଟା କରିବା ବୋଲି ପ୍ରକାଶ କରିଥିଲେ l ପରେ ପରେ ସୁରଳ ପଞ୍ଚାୟତ କୁ ବିଜ୍ଞାପିତ ଅଞ୍ଚଳ ରୂପେ ଘୋଷଣା କରିବା ସକାଶେ ଗୃହରେ ପ୍ରସ୍ତାବ ଆଣିବାକୁ ଅଧକ୍ଷଙ୍କୁ କହିଥିଲେ l ଏହା ପରେ ଉପକୂଳ ଅଞ୍ଚଳ ଓ ବିରମେଖ ପୁର ରେ ଉତ୍କଟ ପାନୀୟ ଜଳ ର ଅଭାବ ରହିଛି ଏହାକୁ ତୁରନ୍ତ ସୁଧାର ଅଣାଯାଉ ବୋଲି ପ୍ରକାଶ କରିଥିଲେ l ପରେ ପରେ ଅଞ୍ଚଳର ଜଳସେଚନରେ କିପରି ସୁଧାର ଆସିବ ସେଥିପାଇଁ ବାହୁଦା କେନାଲ ଉପରେ ବ୍ୟାରେଜ କରାଯାଇପାରିବ ଓ ବାହୁଦା କେନାଲ ଉପରୁ ମେଘା ଜଳସେଚନ ପ୍ରକଳ୍ପକୁ ନିଷେଧ କରାଯିବ ବୋଲି ମଧ୍ୟ ପ୍ରକାଶ କରିଥିଲେ l ପାନୀୟ ଜଳ ଯୋଗାଣ ଉପରେ ବିଧାୟକ ଙ୍କ ପ୍ରଶ୍ନର ଉତ୍ତର ରଖିବାକୁ ଯାଇ ଗ୍ରାମ୍ୟ ଜଲଯୋଗାଣ କନିଷ୍ଟ ଯନ୍ତ୍ରୀ ଉତ୍ତମ ନାୟକ ପ୍ରକାଶ କରିଥିଲେ ଯେ ସମଗ୍ର ବ୍ଲକରେ ଏଗାର ସହ ଅଠରଟୀ ନଳକୂପ ଚାଲୁଥିବା ବେଳେ,ଷୋହଳ ଟୀ ପଞ୍ଚାୟତ କୁ ମେଘା ଜଲଯୋଗାଣ ଯୋଜନାରେ ସାମିଲ କରାଯାଇଛି କେବଳ ନୂଆଗାଁ ପଞ୍ଚାୟତ କୁ ସେଲଫ ଯୋଜନାରେ ରଖାଯାଇଛି l ଏହା ପରେ ଉପକୂଳ ଅଞ୍ଚଳରେ ଦେଖାଯାଇଥିବା ସମସ୍ୟା ପ୍ରତି ଆମେ ସବୁବେଳେ ଚିନ୍ତିତ ଯେ ଏଠାରେ ଅତି କମ ଗଭୀର ରେ ଵୋର ମାରିଲେ ମଧ୍ୟ ଲୁଣି ପାଣି ବାହାରୁଛି, ଯଦି ଓ କେଉଁ କେଉଁ ଜାଗାରେ ମିଠା ପାଣି ଆସେ ତେବେ କିଛି ଦିନ ପରେ କ୍ରମଶଃ ସେହି ପାଣି ଲୁଣି ହୋଇଯାଏ l

ଆଗାମୀ ଦୁଇ ହଜାର ପଚିଶି ବେଳକୁ ମେଘା ପ୍ରଜେକ୍ଟ ଚାଲୁ ହୋଇଯିବ ତାପରେ ସବୁ ସମସ୍ୟା ସୁଧୁରିଯିବ ବୋଲି ଉତ୍ତର ରଖିଥିଲେ l ଏତଦ ବ୍ୟତୀତ ପଲି ଅଞ୍ଚଳରେ ଭୂଗର୍ଭ ଜଳ ସ୍ତର ଆଦୌ ନଥିବା ହେତୁ ଆମେ ସଫଳ ହୋଇପାରୁନାହୁଁ l ଏହି ବୈଠକ ରେ ଡକା ଯାଇଥିବା ଲାଇନ ବିଭାଗ ମଧ୍ୟରୁ ଦୁଇ ଥାନା ଅଧିକାରୀ, ଉଠା ଜଳସେଚନ,ମାଇନୋର ଇର୍ରିଗେସନ, ଦୂରସଂଚାର, ଜଳସେଚନ ବିଭାଗ, ଜିଲ୍ଲା ସାମାଜିକ ସମୀକ୍ଷା ଅଧିକାରୀ ଙ୍କ ସହ ଅନେକ ଅଧିକାରୀ ଅନୁପସ୍ଥିତି ଥିବା ମଧ୍ୟ ଦେଖିବାକୁ ମିଳିଥିଲା l ପରେ ପରେ ଜି. ପୀ. ଓ ଚକ୍ରଧର ପ୍ରଧାନଙ୍କ ଦ୍ୱାରା ଗତ ବୈଠକରେ ହୋଇଥିବା ବିକାଶ ମୂଳକ ବେୟ ର ବିବରଣୀ ପାଠ କରାଯଇଥିଲା l ଉକ୍ତ ବୈଠକରେ ତହସିଲ ଦାର ବଳଦେବ ବେହେରା, ଉପାଧକ୍ଷା ଵି. ରେଣୁକାମ୍ମା,ଆସିଷ୍ଟାଣ୍ଡ ଇଞ୍ଜିନିୟର ଉଦୟ ନାଥ ପ୍ରଧାନ ଆଦି ମଞ୍ଚାସିନ ହୋଇଥିବା ବେଳେ ସମସ୍ତ ସମିତିସଭ୍ୟ, ସରପଞ୍ଚ ଓ ବ୍ଲକର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ l

nis-ad
Leave A Reply

Your email address will not be published.