ସରପଞ୍ଚଙ୍କୁ ଆକ୍ରମଣ ମାମଲାରେ ଦଣ୍ଡାଦେଶ

ହିଞ୍ଜିଳିକାଟୁ : ସରପଞ୍ଚଙ୍କୁ ବ୍ଲେଡରେ ଆକ୍ରମଣ ମାମଲାର ଗୁରୁବାର ରାୟ ପ୍ରକାଶ ପାଇଛି । ଶେରଗଡ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟ ବିଚାରପତି ଶ୍ରୀକାନ୍ତ ପାଢୀ ଏହି ମାମଲାରେ ଦୁଇ ଜଣ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ୨୦୨୨ ଅକ୍ଟୋବର ୦୪ ତାରିଖରେ ହିଞ୍ଜିଳି ଥାନା ତହଁର ପଞ୍ଚାୟତର ସରପଞ୍ଚ ଶିବରାମ ମେହେଣା କାଞ୍ଜିଆମା ଗ୍ରାମର କୋଠିଶାଳ ଯାତ୍ରାକୁ ନିମନ୍ତ୍ରିତ ଅତିଥି ଭାବେ ଯାଇଥିଲେ । ସେହି ସମୟରେ ତାଙ୍କୁ ସେହି ଗାଁର ବସନ୍ତ ଜେନା ଓ ଗିରିଧାରୀ ଜେନା ବ୍ଲେଡରେ ଆକ୍ରମଣ କରିଥିଲେ । ଘଟଣା ନେଇ ସରପଞ୍ଚ ଶିବରାମ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ – ୫୩୬/୨୨ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା। ହିଞ୍ଜିଳି ଥାନା ତତ୍କାଳୀନ ଏସଆଇ କମଳିନୀ ନାୟକ ଏହାର ତଦନ୍ତ କରିଥିଲେ । କୋର୍ଟ ୫ ଜଣଙ୍କ ସାକ୍ଷୀ ଓ ପ୍ରମାଣକୁ ଆଧାର କରି ଦୁଇ ଅଭିଯୁକ୍ତଙ୍କୁ ଦଫା ୩୨୩,୩୨୪ ଆଈପିସି ଧାରାରେ ଦୋଷୀ ସାବ୍ୟସ୍ତ କରିବା ସହ ବସନ୍ତଙ୍କୁ ୪ ମାସ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା(ଜରିମାନା ଅନାଦେୟ ହେଲେ ଅତିରିକ୍ତ ଏକ ମାସ କାରାଦଣ୍ଡ) ଓ ଗିରିଧାରୀଙ୍କୁ ଦଫା ୩୨୩ ଆଇପିସିରେ ଦୋଷୀ ସାବ୍ୟସ୍ତ କରି ସେକ୍ସନ ୩ପି.ଓ ଆକ୍ଟରେ ଚେତାବନୀ ଦେବା ସହ କ୍ଷତିପୂରଣ ପ୍ରଦାନ ଲାଗି ଆଦେଶ ଦେଇଛନ୍ତି । ସମସ୍ତ ଜରିମାନା ଟଙ୍କା ପିଡୀତଙ୍କୁ କ୍ଷତିପୂରଣ ଆକାରରେ ପ୍ରଦାନ କରାଯିବ । ଏହି ମାମଲାକୁ ସରକାରଙ୍କ ତରଫରୁ କ୍ୟାଡର ଏପିପି ସରୋଜ କୁମାର ମଲ୍ଲିକ ଓ ଏପିପି ସମୀର କୁମାର ପ୍ରଧାନ ପରିଚାଳନା କରିଥିଲେ ।

nis-ad
Leave A Reply

Your email address will not be published.