ଲଗାଣ ବର୍ଷାରେ କଣ୍ଟିଆଗଡ଼ ଗାଁ ଦାଣ୍ଡ ପାଲଟିଲା ପୋଖରୀ

ବ୍ରହ୍ମପୁର : ଲଗାଣ ବର୍ଷାରେ ଗାଁ ଦାଣ୍ଡ ପାଲଟିଲା ପୋଖରୀ । ରାସ୍ତାରେ ଅଣ୍ଟାଏ ପାଣି ଏଭଳି ଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼ ଗ୍ରାମରେ । ବର୍ଷା ଦିନରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ଗ୍ରାମବାସୀ ଡ୍ରେନେଜ ସିଷ୍ଟମ ନଥିବା ହେତୁ ଗ୍ରାମ କୋଠଘର ଠାରୁ ପ୍ରଧାନ ସାହି ପର୍ଯ୍ୟନ୍ତ ରାସ୍ତା ଉପରେ ଲହଡି ଭାଙ୍ଗିଥାଏ ପାଣି । ଏହି ସମସ୍ୟା ଦିନକର କି ଦୁଇ ଦିନର ନୁହେଁ ଯେବେ ବି ବର୍ଷା ହୁଏ ଏମିତି ପାଣି ପୋଖରୀ ପରି ଦୃଶ୍ୟମାନ ହୋଇଥାଏ । ସେହି ବାଟ ଦେଇ ପିଲାମାନେ ସ୍କୁଲ ଯାଉଥିବା ବେଳେ ଅଣ୍ଟାଏ ଉଚ୍ଚର ପାଣିଥିବା ଯୋଗୁଁ ସ୍କୁଲ ଯିବାରେ ସମସ୍ୟା ଉପୁଜିଥିବା କହିଛନ୍ତି ଗ୍ରାମବାସୀ । ସେହିପରି ଅନେକଙ୍କ ଘରେ ବର୍ଷା ଜଳ ମଧ୍ୟ ପଶିଯାଉଥିବା ଅଭିଯୋଗ ହୋଇଛି । ଏ ନେଇ ଗ୍ରାମବାସୀ ଅନେକ ଥର ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରିନାହିଁ । ଏଣୁ ଡ୍ରେନ ନିର୍ମାଣ କରି ବର୍ଷା ଜଳ ନିଷ୍କାସନ କରିବା ପାଇଁ ଦାବୀ କରିଛନ୍ତି

nis-ad
Leave A Reply

Your email address will not be published.