ସାମାନ୍ୟ ବଚସା ନେଲା ଉଗ୍ରରୂପ : ନବମ ଶ୍ରେଣୀ ଛାତ୍ରକୁ ଛୁରୀ ମାଡ଼ କଲେ ଅନ୍ୟ ଜଣେ ଛାତ୍ର

ବ୍ରହ୍ମପୁର : ସାମାନ୍ୟ ବଚସା କୁ ନେଇ ଛୁରା ମାଡ଼ ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ରାମଚନ୍ଦ୍ରପୁରରେ । ସେହି ଗ୍ରାମ ସ୍ଥିତ ରଘୁନାଥପୁର ହାଇସ୍କୁଲ ସମ୍ମୁଖରେ। ଶୁକ୍ରବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ ଟାରେ ଜଣେ ନବମ ଶ୍ରେଣୀ ଛାତ୍ର ସ୍କୁଲ ଯାଉଥିବା ବେଳେ ଅନ୍ୟ ଜଣେ ନବମ ଶ୍ରେଣୀ ଛାତ୍ର ଛୁରା ମାଡକ ରିଥିଲେ। ତାଙ୍କ ଛାତିରେ ଆଘାତ ହେବା ଫଳରେ ଗୁରୁତର ଆହାତ ହୋଇଥିଲେ। ହାଇସ୍କୁଲ ଶିକ୍ଷକ ଓ କର୍ମୀ  ମାନେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଶେରଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ।ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି।

ଖବରପାଇ ପାଟପୁର ଆଇ ଆଇ ସି ଅଜୟ କୁମାର ସ୍ବାଇଁ ସଦଳବଳେ  ହାଇସ୍କୁଲ ରେ ପହଞ୍ଚି ପ୍ରଧାନ ଶିକ୍ଷକ ଙ୍କ ସହ ଆଲୋଚନା କରିବା ସହ ଆହତ ଛାତ୍ର ଙ୍କ ଘରେ ପହଞ୍ଚି ତାଙ୍କ ପରିବାର ଲୋକଙ୍କୁ ସାକ୍ଷାତ କରି ପଚରା ଉଚୁରା କରିଥିଲେ । ଗତ କାଲି ସନ୍ଧ୍ୟାରେ ଗ୍ରାମର ଘରୋଇ ଟିୟୁସନ ରେ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା। ଏଥିରେ ଉତ୍ତେଜିତ ହୋଇ ଛାତ୍ର ଜଣକ ଧମକ ଦେଇଥିଲେ। ସାମାନ୍ୟ ପାଟିତୁଣ୍ଡ ରେ ରାଗ ରଖି ତାଙ୍କ ସହପାଠୀ ଛାତ୍ର ଙ୍କୁ ଛୁରାମାଡ କରିଥିବା  ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା । ଆକ୍ରମଣ କରିଥିବା ସମ୍ପୃକ୍ତ ଛାତ୍ର ଙ୍କୁ ପୋଲିସ ଥାନା କୁ ଉଠାଇ ନେଇ ତଦନ୍ତ କରୁଥିବା ଜଣାପଡିଛି।

nis-ad
Leave A Reply

Your email address will not be published.