ଆସିକାରେ ଭୂବନ୍ଦୋବସ୍ତ ଏକ ମାସ ମଧ୍ୟରେ ହେବ : ସରୋଜ ପାଢ଼ୀ

ଆସିକା ବିଧାନସଭାର ବିଭାଗୀୟ ଅଧିକାରୀ ମାନଙ୍କ ସହ ସମନ୍ୱୟ ବୈଠକ…
ବ୍ରହ୍ମପୁର : ଆସିକା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଭଞ୍ଜନଗର ଉପଖଣ୍ଡ ର ଆସିକା ବିଧାନସଭାର ବିଭାଗୀୟ ଅଧିକାରୀ ମାନଙ୍କ ସହ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା l ଭଞ୍ଜନଗର ଉପ ଜିଲ୍ଲାପାଳ ଅନିଲ କୁମାର ସେଠୀଙ୍କ ଆବାହକତ୍ୱରେ ଆସିକାର ବିଧାୟକ ସରୋଜ କୁମାର ପାଢ଼ୀ, ଆସିକା ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶନୀ, ଆସିକା ଉପଖଣ୍ଡ ଆରକ୍ଷୀ ଅଧିକାରୀ ସଞ୍ଜୟ କୁମାର ମହାପାତ୍ର, ବିଡ଼ିଓ ଫକୀର ଚରଣ ପରିଡା,ଏନ ଏ ସି ଇଓ ପ୍ରମୁଖ ଉପସ୍ଥିତ ରହିଥିଲେ l ଏହି ବୈଠକ ରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଋଷିକୂଲ୍ୟା ଓ ବଡ଼ ନଦୀ ରେ ଜଳ କୁ ବିଭିନ୍ନ ସ୍ଥାନରେ ଚେକ ଡେମ କରି ଲୋକ ମାନଙ୍କ ପିଇବା ପାଣି ଏବଂ ଚାଷ କାର୍ଯ୍ୟ ପାଇଁ ଜଳ ମହଜୁଦ କରିବା ଉପରେ ନିର୍ବାହୀ ଯନ୍ତ୍ରୀ ଇ. ପଞ୍ଚୁ ବେହେରା ଏବଂ କନିଷ୍ଠ ଯନ୍ତ୍ରୀ ଇ.ପ୍ରଶାନ୍ତ ସାହୁ ଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା l ଗ୍ରାମ୍ୟ ଜଳ ପରିମଳ ବିଭାଗ ପକ୍ଷରୁ ଖନନ ହୋଇଥିବା ନଳକୂଅ ଏବଂ ବସୁଧା ଯୋଜନା ରେ ହୋଇ ଥିବା ପାଣି ଟାଙ୍କି ଗୁଡିକ ଆବଶ୍ୟକ ମୁତାବକ ମାଟି ତଳକୁ ଖୋଳାନଯାଇ ତରବରିଆ ଭାବେ ସ୍ୱଳ୍ପ ଖୋଳି ପାଣି ଯୋଗା ଇବା ଦ୍ୱାରା ଅନେକ ସାହି, ୱାର୍ଡ ଗୁଡିକ ର ଲୋକ ମାନଙ୍କୁ ପିଇବା ପାଣି ମିଳୁ ନଥିବା ଅଭିଯୋଗ ହେଉଛି l ତେଣୁ ଏହାର ଆସୁ ସମାଧାନ କରି ଲୋକ ମାନଂକୁ ପାଣି ଯୋଗାଇବା ପାଇଁ ଦାୟିତ୍ୱରେ ଥିବା ଯନ୍ତ୍ରୀ ଇ. ଶ୍ରୀନିବାସ ରାଓ ଙ୍କୁ କୁହାଯାଇଛି l ଟାଟା ପାୱାର ପକ୍ଷରୁ ଘନ ଘନ ବିଦ୍ୟୁତ କାଟ ଏବଂ ଲୋକ ମାନଙ୍କୁ ବିଦ୍ୟୁତ ସେବା ସଠିକ ନଯୋଗାଇବା ସହ କେତେକ କନିଷ୍ଠ ଯନ୍ତ୍ରୀ ଉପଭୋକ୍ତା ମାନଙ୍କ ଫୋନ ଗ୍ରହଣ କରୁନାହାନ୍ତି l

ବିଦ୍ୟୁତ ଉପଭୋକ୍ତl କିଭଳି ସହଜ ରେ ସେବା ମିଳିବ ପାଇଁ ନିର୍ବାହୀ ଯନ୍ତ୍ରୀ ଇ. ପ୍ରିୟ ଦର୍ଶୀ ବେହେରା,ଜଗଦୀଶ ଦାଶ ମହାପାତ୍ର, ଗଙ୍ଗା ଗୌରୀ ପଟନାୟକ ଙ୍କୁ ଅବଗତ କରାଗଲା l କ୍ଷୁଦ୍ର ଜଳସେଚନ ଏବଂ ଉଠା ଜଳସେଚନ ଉଭୟ ମିଶି ଚାଷୀ ମାନଙ୍କ ଜମିକୁ କିଭଳି ଜଳ ପହଂଚିବ ସେଥିପାଇଁ ଚେଷ୍ଟା କରିବାକୁ କୁହାଯାଇଛି l ବନବିଭାଗ ପକ୍ଷରୁ ଆସିକା ସହରକୁ ଗ୍ରୀନ ସିଟି କରିବା ସହ ମହିଳା ସ୍ୱୟଂ ସହାୟକ ଦଳ ମାନେ ଅଧିକ ବୃକ୍ଷ ରୋପଣ କରିବାକୁ ରେଞ୍ଜର ପ୍ରମୋଦ କୁମାର ପଣ୍ଡା ଏବଂ ତାଙ୍କ ଟିମ ବର୍ଷା ଋତୁ ରେ କାମ ଆରମ୍ଭ କରିବା ପାଇଁ ପ୍ରସ୍ତାବ ଦିଆଯାଇ ଥିଲା l କୃଷି ବିଭାଗ ପକ୍ଷରୁ ଚାଷୀ ମାନଙ୍କୁ ସାର, ବିହନ, ଯନ୍ତ୍ର ପାତି, ଧାନ,ମୁଗ, ବିରି ଓ ରାଶି ସେବା ସମିତି ସହାୟତା ରେ ଶୀଘ୍ର ବଣ୍ଟନ ପାଇଁ ଉଦ୍ୟମ କରିବାକୁ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ ଦାଶ,ବ୍ଲକ କୃଷି ଅଧିକାରୀ ବାସୁଦେବ ସାହୁଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି l ଉଦ୍ୟାନ ବିଭାଗ ଏବଂ ମୃତ୍ତିକା ବିଭାଗ ପକ୍ଷରୁ ନିୟମିତ ଅଫିସ ରେ ରହି ଲୋକ ମାନଙ୍କୁ ଚାରା ପ୍ରଦାନ ଏବଂ ଭୁତଳ ଜଳ ସଂରକ୍ଷଣ କରିବା ଉପରେ ଅଧିକାରୀ ଦ୍ବୟ ଗୁରୁତ୍ୱ ଦେବାକୁ କୁହାଯାଇଛି l ଆସିକା ମେଡିକାଲ ର ଅଧକ୍ଷ ଡାକ୍ତର ବାଳ ଗୋପାଳ ବେହେରା ମେଡିକାଲ ର ଜଳ ନିଷ୍କାସନ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବାକୁ ଅନୁରୋଧ କରିଥିଲେ l କଇଁଫୁଲିଆ ଛକ ରେ ଜବରଦଖଲ କୁ ଉଛେଦ କରି ସୁନ୍ଦର ପାର୍କ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ରଖାଗଲା l ଆସିକା ରେ ଏକ ମାସ ମଧ୍ୟରେ ଭୂ ବନ୍ଦୋବସ୍ତ କରି ସ୍ୱଳ୍ପ କାଳୀନ ଆସ୍ଥୟୀ ପଟା ପ୍ରଦାନ ଉପରେ ଉପ ଜିଲ୍ଲାପାଳ ଏବଂ ତହସିଲଦାର ଙ୍କୁ କୁହାଯାଇଛି l ଏନ ଏ ସି କୁ ସୀମା ନିର୍ଧାରଣ କରି ମୁନିସିପାଲିଟି ନିମନ୍ତେ ୱାର୍ଡ ଗଠନ ଏବଂ ଆମ ପୋଖରୀ, ଅନ୍ୟ ଉନ୍ନୟନ କାମ ଉପରେ ଅଳ୍ପକେ ଆଲୋଚନା କରିଥିଲେ l ଶିକ୍ଷା ବିଭାଗ ପକ୍ଷରୁ ବିଇଓ ମୁନ ରାଣୀ ମହାନ୍ତି ଏବଂ ଏବିଇଓ ବିଭୁ ଆନନ୍ଦ ପଣ୍ଡା ଶ୍ରେଣୀ ଅନୁସାରେ ପିଲାମାନେ ପାଠ ପଢିବାକୁ ଶ୍ରେଣୀ ଗୃହ ଏବଂ ଶିକ୍ଷକ ନଥିବା ଏବଂ ଗୋଷ୍ଠି ଶିକ୍ଷା କାର୍ଯାଳୟ ନିମନ୍ତେ ନୂତନ କୋଠା ଆବଶ୍ୟକ ରହିଛି ବୋଲି ମତ ରଖିଥିଲେ l

ସମନ୍ୱିତ ଶିଶୁ ବିକାଶ ବିଭାଗ ପକ୍ଷରୁ ଦାୟିତ୍ୱ ରେ ଥିବା ସି୍ଡ଼ିପିଓ ବୀଣାପାଣି ମିଶ୍ର ପିଲା ମାନଙ୍କୁ ମୁଖ୍ୟମନ୍ତ୍ରୀ ପୃଷ୍ଟି କର ଯୋଜନା ରେ ଖାଦ୍ୟ ପ୍ରଦାନ ସାଙ୍ଗକୁ ଜଣେ ଅଙ୍ଗନବାଡି କର୍ମୀ ଏବଂ୦୪ ଜଣ ସହାୟିକା ପଦ ଖାଲି ପଡ଼ିଥିବା କଥା ସୂଚନା ପ୍ରଦାନ କରିଥିଲେ l ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ର ୦୪ ଗୋଟି ଥାନା ଇଲାକରେ ସ୍ୱତନ୍ତ୍ର ପେଟ୍ରୋଲି, ଫ୍ଲାଗ ମାର୍ଚ୍ଚ କରିବା, ନିଶା ଦ୍ରବ୍ୟ ବିକ୍ରି ଏବଂ ଗଣ୍ଡ ଗୋଳ ମାରମିଟ ନହେବା ପାଇଁ ଚେଷ୍ଟା କରିବା ସହ ଅବାଧ ନିରପେକ୍ଷ ନିର୍ଵାଚନ ପ୍ରତି ଚେଷ୍ଟା କରିଛନ୍ତି l ଏଥି ପାଇଁ ୪ ଗୋଟି ଥାନା ଅଧିକାରୀ ଏବଂ କର୍ମଚାରୀ ମାନଙ୍କୁ ବିଧାୟକ ଧନ୍ୟବାଦ ଏବଂ ଏମାନଙ୍କ ସେବା ପାଇଁ ଶୁଭେଚ୍ଛା ଜଣାଇଥିଲେ l ଯୋଗାଣ ଅଧିକାରୀ ସାଧାରଣ ବଣ୍ଟନ ବ୍ୟବସ୍ତା ଉପରେ ଆଲୋଚନା କରି ଜାତୀୟ ଖାଦ୍ୟ ନିରାପତ୍ତା ଏବଂ ରାଜ୍ୟ ଖାଦ୍ୟ ନିରାପତ୍ତା ହିତାଧିକାରୀଙ୍କୁ ସଠିକ ରାସନ ସାମଗ୍ରୀ ବଣ୍ଟନ କରାଯାଉଛି l ରାଜ୍ୟ ସରକାରଙ୍କ ଖାଦ୍ୟ ନିରାପତ୍ତା ଅନୁସାରେ ଖାଲି ଥିବା ହିତାଧିକାରୀ ମାନଙ୍କୁ ଯୋଗ କରିବାକୁ କହିଛନ୍ତି l ବିଡ଼ିଓ ପଂଚାୟତ କୁ ଆସୁଥିବା ପାଣ୍ଠି, ସମିତି ର ପାଣ୍ଠି, ଜିଲ୍ଲାପରିଷଦ, ବିଧାୟକ, ସାଂସଦ ସମେତ ରାଜ୍ୟ ସରକାର ଙ୍କ ସ୍ୱତନ୍ତ୍ର ପାଣ୍ଠି, ପଞ୍ଚଦଶ ଅର୍ଥ ଆୟୋଗ ପାଣ୍ଠି, ରାଜ୍ୟ ଅର୍ଥ ଆୟୋଗ ପାଣ୍ଠି ଗୁଡିକୁ ନିୟମ ଅନୁସାରେ ଉନ୍ନୟନ ମୂଳକ କାର୍ଯ୍ୟ ହୋଇଥିବା ପ୍ରକାଶ କରିଥିଲେ l ଶେଷରେ ଉପଜିଲ୍ଲାପାଳ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l

nis-ad
Leave A Reply

Your email address will not be published.