କାଗଜ କଲମରେ ଫାଇବ ଜି ସେବା – କମ୍ପାନୀ ପ୍ରତି ଏତେ ଦରଦ କାହିଁକି…?

ମୋବାଇଲ ଗ୍ରହକଙ୍କୁ ସେବା କମ ଶୋଷଣ ଅଧିକ……!

ବ୍ରହ୍ମପୁର : ମୋବାଇଲ ଯୁଗରେ ସମସ୍ତଙ୍କ ହାତରେ ମୋବାଇଲ । ମାତ୍ର ସେବା ଶୂନ ଶୋଷଣର ଶିକାର ଏବେ ଗ୍ରାହକ । ଥିବା ଵାଲା ନଥିବା ବାଲାଙ୍କ ହାତରେ ଏବେ କି ପ୍ୟାଡ଼ ଠାରୁ ଆରମ୍ଭ କରି ସ୍ମାର୍ଟ ଫୋନ ହାତରେ ଧରିବା ମାତ୍ରାଧିକ ସଂଖ୍ୟାରେ ଦେଖିବାକୁ ମିଳୁଛି। ଏହାର ଫାଇଦା ନେଇ ବିଭିନ୍ନ କମ୍ପାନୀ ସବୁ ବର୍ଗର ଗ୍ରହକଙ୍କୁ ସେବା ଦେବାକୁ ଅଧିକ ଧ୍ୟାନ ନଦେଇ ଶୋଷଣ ର ମାଧ୍ୟମ ଆପଣାଉ ଥିବା ଯୋଗୁଁ ଗ୍ରାହକ ମଧ୍ୟରେ ଅସନ୍ତୋଷ ଦିନକୁ ଦିନ ବଢ଼ିବାରେ ଲାଗିଛି। ଦୁଇ ବର୍ଷର ଛୁଆ ଠାରୁ ଆରମ୍ଭ କରି ଯୁବ ପିଢ଼ି ଓ ସବୁ ଶ୍ରେଣୀର ଲୋକେ ଦିନ ରାତି ମୋବାଇଲ ଧରି ବ୍ୟସ୍ତ ରହୁଥିବାରୁ ଏହାର ଫାଇଦା ନେଉଛନ୍ତି, ନେଟୱାର୍କ କମ୍ପାନୀ ମାନେ।ଫାଇବ ଜି ର ପ୍ରଚାର ପ୍ରସାର କରି କମ୍ପାନୀ ମାନେ ପ୍ରଲୋଭନ ଦେଖାଇ ନିଜ ନିଜର ବ୍ୟବସାୟ କରୁଛନ୍ତି। ହେଲେ ଅଧିକାଂଶ ଗ୍ରମାଞ୍ଚଳ ହେଉକି ସହରାଞ୍ଚଳ ରେ ଏବେବି କେତେକ ସ୍ଥାନରେ ନେଟୱାର୍କ ଆସୁଥିବା ଯୋଗୁଁ ଲୋକେ କିଏ ପାହାଡ଼ ଉପରେ ତ କିଏ ଗଛ ଉପରେ ଚଢ଼ି ମୋବାଇଲ ବ୍ୟବହାର କରୁଥିବାର ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳୁଛି।ଯେଉଁ କମ୍ପାନୀ ସରକାର ଙ୍କୁ ଖୁଶ କରୁଛି ସେ କମ୍ପାନୀ ମନଇଚ୍ଛା ନିଜର ତାରିଫ କୁ ରାତା ରାତି ବଢ଼େଇ ଗ୍ରାହକଙ୍କୁ ଶୋଷଣ କରୁଛି ବୋଲି ସବୁବେଳେ ଚର୍ଚ୍ଚା ହେଉଛି। ଏବେ ଜୁଲାଇ ପହିଲାରୁ କେତେ କମ୍ପାନୀ ନିଜର ତାରିଫ ବଢ଼େଇ ବାକୁ ଯାଉଥିବା ନେଇ ଵିଜ୍ଞାପନ ଓସତର୍କ ଦେଇଥିବା ଆଜି ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଛି। ଦିନ ଦ୍ୱୀପହ ରେ ଗ୍ରାହକ ଙ୍କୁ ନେଟୱାର୍କ ନଦେବା ଦିନକୁ ଦିନ ଅବଧି ର ସମୟ କମ କରିବା ରିଚାର୍ଜ ପରେ ନେଟୱାର୍କ ସ୍ୱଳ୍ପ ସମୟ ମଧ୍ୟରେ ସ୍ଲୋ ହେବା ଭଳି ଅନେକ ସମସ୍ୟା ରହିଥିଲେ ବି ସରକାରଙ୍କ ପକ୍ଷରୁ ଶୋଷଣ କାରୀ କମ୍ପାନୀ ପ୍ରତି କେବେବି କାର୍ଯ୍ୟାନୁଷ୍ଠାନ ହେଉନଥିବା ଯୋଗୁଁ ଲୋକେ ଶୋଷଣ ର ଶିକାର ହେଉଥିବା ଏବେ ଚର୍ଚ୍ଚାର ବିଷୟ ହୋଇଛି।

nis-ad
Leave A Reply

Your email address will not be published.