ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ସିଙ୍ଗାଲ ବେଚା ଛକ ନିକଟରେ ଗତ କାଲିରାତିରେ ଏକ ମର୍ମନ୍ତୁଦଦୁର୍ଘଟଣା ରେ ଜଣଙ୍କ ର ମୃତୁହେଇଛି l ମୂର୍ତକ ଜଣକ ହେଉଛନ୍ତି ପାଙ୍ଗାମ ନିକଟସ୍ତ ଗ୍ରାମର ତରୁଣ କୁମାର ଘୋଷ ବୋଲି ଜଣାପଡିଛି । ଖବର ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ତରୁଣ ଏକ ସେଣ୍ଟ୍ରୋ ଗାଡି ନମ୍ବର ସି ଜି ୧୮ସି ୦୬୭୫ ରେ ଜୟପୁର ଠାରୁ ମାଥିଲି ଅଭିମୁଖେ ଆସୁଥିଲେ l ତେବେ ଗାଡିଟି ଦ୍ରୁତଗତିରେ ଥିବା ବେଳେ କୋୖଣସି କାରଣ ବଶତଃ ଭାରସାମ୍ୟ ହରାଇ ଏକ କଟାଗଛ ର ଖୁଣ୍ଟଉପରେ ଚଢି ଯାଇଥିଲା । ଦୁର୍ଘଟଣା ଟି ଏତେ ମାତ୍ରାରେ ଭୟଙ୍କର ଥିଲାଯେ ଗାଡିଟିପ୍ରାୟ ଦଶପୁଟ ଉପର କୁ ଉଠିଯାଇ ଏକ ବରଗଛ ରେ ପିତିହୋଇ ଥିଲା l ଚାଳକ ତରୁଣ ଗାଡ଼ିରୁ ଛିଟିକି ପଡିଥିବାବେଳେ ଘଟଣା ସ୍ଥଳରେ ତାଙ୍କ ପ୍ରାଣ ବାୟୁ ଉଡିଯାଇଥିଲା l ଖବର ପାଇଁ ମାଥିଲି ପୁଲିସ ଘଟଣା ସ୍ଥଳ ରେ ପହଂଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦୁର୍ଘଟଣା ର କାରଣ ତଦନ୍ତ କରୁଥିବାର ଜଣା ପଡିଛି l ଦିନକୁ ଦିନ ଜିଲ୍ଲାରେ ଦୁର୍ଘଟଣା ବଢୁଥିବା ବେଳେ ଅକାଳରେ ବହୁ ବ୍ୟକ୍ତିଙ୍କ ମୃତ୍ୟୁ ହେଉଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସଡ଼କ ସୁରକ୍ଷା ବ୍ୟବସ୍ଥା ଓ ନିୟମାବଳୀ କୁ କଡାକଡି ଲାଗୁକରିବାକୁ ବୁଦ୍ଧି ଯିବି ମହଲରେ ଚର୍ଚ୍ଚା ହେଉଛି ।

nis-ad
Leave A Reply

Your email address will not be published.