କେତେ ଦାୟିତ୍ୱ ବାନ ବ୍ରହ୍ମପୁର ବି.ଏମ.ସି ! : ନିସର୍ତ୍ତରେ ଖବର ପ୍ରକାଶ ପରେ ଅଳିଆ ଗଦାରେ ପିଲାଙ୍କ ଖେଳ ଉପକରଣ


ବ୍ରହ୍ମପୁର : ବ୍ରହ୍ମପୁର ବି.ଏମ.ସି ସାଜିଥିଲା ଧୃତରାଷ୍ଟ୍ର ବୋଲି ଏପ୍ରିଲ ମାସ ୧୬, ତାରିଖ ରେ ନିସର୍ତ୍ତ ରେ ଖବର ପ୍ରକାଶ ପାଇଥିଲା । ବ୍ରହ୍ମପୁର ମହାନଗର ନିଗମ ବିପଦ କୁ ନିମନ୍ତ୍ରଣ ଦେଇ ବିଦ୍ୟୁତ ଟ୍ରାନ୍ସଫର ନିକଟରେ ପିଲା ମାନଙ୍କ ପାଇଁ ଖେଳ ଉପକରଣ ଲଗାଇଥିଲା । ଆମେ ଖବର ପ୍ରକାଶ କରିବା ପରେ ଉକ୍ତ ସ୍ଥାନରୁ ସେହି ଖେଳ ଉପକାରଣ ହଟା ଯାଇଥିଲା । ଏବେ ଉକ୍ତ ଖେଳ ଉପକରଣ ର ବିଲ ମିଳିଯିବା ପରେ ଏହି ଖେଳ ଉପକରଣ କୁ ଆବର୍ଜନା ଜମିଥିବା ସ୍ଥାନରେ ଫୋପାଡ଼ି ଦେଇଥିବା ନେଇ ସହରରେ ଚର୍ଚ୍ଚା ହେଉଛି।

“ସରକାର କା ମାଲ ଦରିଆ ମେ ଡ଼ାଲ” ନୀତିରେ ବ୍ରହ୍ମପୁର ବି.ଏମ.ସି ଚାଲିଥିବା ମନେ ହେଉଛି, ଏହି ଖେଳ ଉପକରଣ କୁ ଦେଖିଲେ। ସରକାରୀ ଅର୍ଥକୁ ବାଟମାରଣା କରିବାକୁ ସର୍ଭେ ନକରି ବ୍ରହ୍ମପୁର ସବଟ୍ରଜେରି ଦେଇ ବଡ଼ ବଜାର କୁ ଯିବା ରାସ୍ତା କଡ଼ରେ ଥିବା ହାଇପାୱାର ଟ୍ରାନ୍ସଫରମର ନିକଟରେ ପିଲାଙ୍କ ଖେଳ ଉପକରଣ ଲଗାଯାଇ ଥିଲା। ଏବେ ସେହି ଉପକରଣ ଅଳିଆ ଆବର୍ଜନା ରେ ଖତ ଖାଉଛି। ନିର୍ବାଚନ କୁ ଆଖି ଆଗରେ ରଖି ଭିତ୍ତି ଭୂମି ନଥାଇ ବ୍ରହ୍ମପୁର ମହାନିଗମ ନଗରରେ କୋଟି କୋଟି ଟଙ୍କା ବାଟମାରଣା ହୋଇଥିବା ନେଇ ଚର୍ଚ୍ଚା ହେଉଛି।

nis-ad
Leave A Reply

Your email address will not be published.