ସୀମାନ୍ତ ପୁଲିସ ଗୁଳିରେ ଜଣେ ନକ୍ସଲ ନିହତ ହୋଇଥିବା ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ…

ମାଲକାନଗିରି : ସୀମାନ୍ତ ଛତିଶଗଡର ଧମତରୀ ଜିଲ୍ଲାରେ ପୁଲିସ ଗୁଳି ରେ ଜଣେ ନକ୍ସଲ ନିହତ ହୋଇଥିବା ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି। ସୂଚନା ଅନୁଯାୟୀ ଛତିଶଗଡ଼ ର ଧମତରୀ ଜିଲ୍ଲାର ଆମଝର ଜଙ୍ଗଲରେ ତଲାସୀ ଅଭିଯାନ ବେଳେ ଜଙ୍ଗଲରେ ଏକ ମାଓ କ୍ୟମ୍ପକୁ ଯବାନ ମାନେ ଦେଖିଥିଲେ । ଏହି କ୍ୟାମ୍ପ କୁ ଘେରାଉ ବେଳେ ମାଓବାଦୀ ମାନେ ଯବାନ ଙ୍କୁ ଦେଖି ଗୁଳି ଚାଳନା କରିଥିଲେ। ଯାହାର ପାଲଟା ଜବାବ ଦେଇଥିଲେ ଯବାନ ମାନେ । ଉଭୟ ପକ୍ଷରୁ ଗୁଳି ବିନିମୟ ରେ ଜଣେ ମାଓବାଦୀ ମୃତ୍ୟୁ ବରଣ କରିଥିବା ବେଳେ ଯବାନଙ୍କ ସାମ୍ନା କରିନପାରି ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ବେଳେ ଜଣେ ମାଓବାଦୀ ର ଶବ ଜବତ କରିବା ସହ ଏସଏଲଆର ବନ୍ଧୁକ ଜବତ କରାଯାଇଥିଲା। ଏଥିସହ ମାଓ ସାମଗ୍ରୀ ମଧ୍ୟ ଜବତ କରାଯାଇ ତଲାସୀ ଅଭିଯାନ ଜାରି ରହିଛି ବୋଲି ସୂତ୍ରରୁ ପ୍ରକାଶ

nis-ad
Leave A Reply

Your email address will not be published.