ସ୍ୱାତୀ ଅନୁଷ୍ଠାନର ରୌପ୍ୟ ଜୟନ୍ତି ଉତ୍ସବ ଉଦ୍‌ଯାପନୀ ଦିବସରେ ରକ୍ତଦାନ ଓ ବୃକ୍ଷ ରୋପଣ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ୱେଛାସେବି ଅନୁଷ୍ଠାନ ସ୍ୱାତୀ ତାର ୨୫ ବର୍ଷ ପୁରଣ ଅବସରରେ ଦୁଇଦିନ ଧରି ରୌପ୍ୟ ଜୟନ୍ତୀ ଜି.ଉଦୟଗିରି କାର୍ଯ୍ୟାଳୟ ଠାରେ ପାଳିତ ହୋଇଯାଇଛି । ଦ୍ୱିତୀୟ ଦିବସରେ ସମାଜର ବିକାଶରେ ସ୍ୱେଛାସେବି ଅନୁଷ୍ଠାନର ଭୂମିକା ସମ୍ପର୍କିତ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ଜି. ଉଦୟଗିରି ବିଜ୍ଞ୍ୟାପିତ ଅଂଚଳ ପରିଷଦ ଅଧ୍ୟକ୍ଷା ଦେବସ୍ମିତା ସତପଥୀ ଯୋଗ ଦେଇ କନ୍ଧମାଳ ଜିଲ୍ଲାର ବିକାଶ ରେ ସ୍ୱାତୀ ଅନୁଷ୍ଠାନ ର ଗୁରୁଦାୟିତ୍ୱ କୁ ତାଙ୍କର କର୍ମୀ ଓ ପରିଚାଳନା ପରିଷଦ କରିଥିବା ରୂପାନ୍ତର ନିଶ୍ଚିତ ପ୍ରଶଂଶନୀୟ ବୋଲି କହିବା ସହ ଆଗାମିଦିନ ଗୁଡିକରେ ମଧ୍ୟ ଜାରି ରଖିବେ ବୋଲି ଆଶା ପ୍ରକଟ କରିଥିଲେ । ତତ୍ସହିତ ଫୁଲବାଣୀ ଆକ୍ସନ ଗୃପ୍ ର ଅଧ୍ୟକ୍ଷ ତଥା ନିପିଡିତ ଅନୁଷ୍ଠାନର ମୂଖ୍ୟ ରାମଚନ୍ଦ୍ର ଦାଶ ଉପସ୍ଥିତ ରହି ସମାଜ ସେବାରେ କିପରି ଆନ୍ତରିକତା ଓ ଉତରଦାୟିତ୍ୱତାର ଆବଶ୍ୟକତା ରହିଛି ତାହା ତାଙ୍କ ବକ୍ତବ୍ୟରେ କହିଥିଲେ । ସେହିପରି ଜି. ଉଦୟଗିରି ବ୍ଲକ୍ ଅଧ୍ୟକ୍ଷା ସୁସମା ପ୍ରଧାନ ସମ୍ମାନୀତ ଅତିଥି ଭାବରେ ତାଙ୍କ ବକ୍ତବ୍ୟ ରେ ସାମାଜିକ ଅନୁଷ୍ଠାନ ମାନଙ୍କର ନିଷ୍ଠାପରତା ଆଜି ସ୍ୱାତୀ ତାର ୨୫ ବର୍ଷ ପାଳନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ବୋଲି କହିଥିଲେ । ସୁଦୂର ଭୂବନେଶ୍ୱରରୁ ଜଣେ ଜଣାଶୁଣା ସମାଜସେବି ସୂଦର୍ଶନ ଛୋଟରାୟ କାର୍ଯ୍ୟକ୍ରମରେ ଯୋଗ ଦେଇ ୨୫ ବର୍ଷ କର୍ମେଶୈଳି ରେ ସ୍ୱାତୀ ଗୋଷ୍ଠି ସ୍ତରରୁ ସାଉଁଟିଥିବା ଶ୍ରଦ୍ଧା ଓ ଭଲପାଇବାକୁ ପାଥେୟ କରି ଆଗାମି ଦିନରେ ଅଧିକ ଫୋକଶ୍ ରେ କାର୍ଯ୍ୟ କରିବାକୁ ପଡିବ ବୋଲି କହିଥିଲେ ।

ସେହିପରି ବିଭିନ୍ନ ସ୍ୱେଛାସେବୀ ଓ ସହେଯାଗି ଅନୁଷ୍ଠାନର କର୍ମକର୍ତ୍ତା ମାନେ ସାମିଲ ହୋଇ ସେମାନଙ୍କ ର ସୁଭେଛା ବାଂଟିବା ସହ ଆଗାମି ଦିନରେ ବଢିବା ପାଇଁ ପ୍ରରେଣା ଦେଇଥିଲେ । ଏହି ପରିପ୍ରେକ୍ଷି ରେ ସ୍ୱାତୀ, ଆମ ଓଡିଶା, ସମ୍ବାଦ , ଏଚ୍,ଡି,ଏଫ୍,ସି ବ୍ୟାଙ୍କ ଓ ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ଭୂବନେଶ୍ୱର ଙ୍କ ମିଳିତ ସହଯୋଗ ରେ ଏକ ସାମୂହିକ ରକ୍ତଦାନ ଶିବିର ର ଆୟୋଜନ କରାଯାଇ ୪୨ ୟୁ୍ୟନିଟ୍ ରକ୍ତ ଶଂଗ୍ରହ କରାଯାଇଥିଲା ।ଏହି ଶିବିରକୁ ସାମ୍ବାଦିକ ରାମକୃଷ୍ଣ ଚୌଧୁରୀ , ଅନୁଷ୍ଠାନର ବରିଷ୍ଠ କର୍ମୀ ବିଶ୍ୱରଞ୍ଜନ କର ଓ ଗିରିଶ ଚନ୍ଦ୍ର ସାମଲ ସହେଯାଗ କରିଥିବା ବେଳେ ଫୁଲବାଣୀ ରକ୍ତ ଭଣ୍ଡାରର କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ । ଦ୍ୱିତୀୟ ଦିବସ ଆରମ୍ଭରେ ସମାଜର ମଙ୍ଗଳକାମନା କରି ଏକ ଶାନ୍ତି ଶୋଭାଯାତ୍ରା ଓ ସ୍ୱାତୀର ଆଗାମି ଦିନର ଶ୍ଳୋଗାନ “ସ୍ୱାତୀ ର ସ୍ୱର-ସବୁଜ ଉତରାଧିକାର“ କୁ ଶୁଭାରମ୍ଭ କରି ରାସ୍ତାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ଏହି ଅବଶରରେ ୨୫ ବର୍ଷ ପୂରଣ ର ଏକ ମ୍ୟାଗାଜିନ୍ ଅତିଥି ମାନଙ୍କ ଦ୍ୱାରା ଉନୋ୍ମଚିତ ହୋଇଥିଲା । ଅଧ୍ୟକ୍ଷ ପ୍ରଶାନ୍ତ ସତପଥୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ କୁ ସଂପାଦକ ହରି ଶଙ୍କର ରାଉତ ପରିଚାଳନା କରିଥିବା ବେଳେ ପ୍ରଦିପ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନ ତରଫରୁ ସାନ୍ତନୁ କୁମାର ମିଶ୍ର, ମୃତ୍ୟୁଞ୍ଜୟ ବେହେରା ପ୍ରମୂଖ ପରିଚାଳନାରେ ସହେଯାଗ କରିଥିଲେ ।

nis-ad
Leave A Reply

Your email address will not be published.