ମାଲକାନଗିରି ନୂତନ ବିଧାୟକଙ୍କ ବିଭିନ୍ନ କାର୍ଯ୍ୟଳୟ ଗସ୍ତ, ଅଧିକାରୀ ଓ କର୍ମଚାରୀଙ୍କ ସହ କଲେ ସମୀକ୍ଷା

ମାଲକାନଗିରି : ମାଲକାନଗିରି ନିର୍ବାଚନ ମଣ୍ଡଳୀର ନୂତନ ବିଧାୟକ ନରସିଂହ ମାଡକାମୀ ଆଜି ଜିଲ୍ଲାର ବିଭିନ୍ନ କାର୍ଯ୍ୟଳୟକୁ ଗସ୍ତ କରିଛନ୍ତି । ବିଧାୟକ ହେବା ପରେ ସେ ବିଧାୟକ ରୂପେ ପ୍ରଥମ ଥର ପାଇଁ ଅନେକ କାର୍ଯ୍ୟଳୟକୁ ଯାଇ କିପରି ସମସ୍ତ କାର୍ଯ୍ୟ ଜାରି ରହିଛି ସେନେଇ ମଧ୍ୟ ତଦାରଖ କରିଛନ୍ତି । ଏହି ଅବସରରେ ଆଜି ଶ୍ରୀ ମାଡକାମୀ ଜିଲ୍ଲା ସଦରରେ ଥିବା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟଳୟ, ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ମାଲକାନଗିରି ସଦର ବ୍ଲକ କାର୍ଯ୍ୟଳୟ, କ୍ଷୁଦ୍ର ଜଳ ସେଚନ ବିଭାଗ, କାଲିମେଳା ଓ ପଡିଆ ବ୍ଲକ କାର୍ଯ୍ୟଳୟ ଆଦିକୁ ଗସ୍ତ କରି ସେ ସେଠିକାର ଅଧିକାରୀଙ୍କ ସହ ବୈଠକ କରି ଅଞ୍ଚଳରେ ଜାରି ଥିବା ବିଭିନ୍ନ କାର୍ଯ୍ୟକୁ ନେଇ ସମୀକ୍ଷା କରିଥିଲେ । ଏହାସହ ଆଗକୁ କିପରି ରୂପ ଅଞ୍ଚଳରେ ଆହୁରି ଅଧିକ ବିକସ୍ସ ମୂଳକ କାର୍ଯ୍ୟ ହେବ ଓ ଲୋକଙ୍କ ସମସ୍ୟାର ସମାଧାନ ହେବ ସେନେଇ କାର୍ଯ୍ୟ କରିବାକୁ ଅଧିକାରୀ ଓ କର୍ମଚାରୀମାନଙ୍କୁ ନିର୍ଦେଶ ଦେଇଥିଲେ ।

nis-ad
Leave A Reply

Your email address will not be published.