ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁଇମାସ ହେଲା କେନ୍ଦ୍ରୀୟ ପଣ୍ୟାଗାର ବନ୍ଦ : ଚାଉଳ ରେ ପୋକ, ଧାନରେ ଗଜା !

ବ୍ରହ୍ମପୁର : ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଗତ ଦୁଇ ମାସ ହେଲା ବନ୍ଦ ହୋଇ ପଡି ରହିଛି ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଖଣ୍ଡଦେଉଳି ଠାରେ ଥିବା କେନ୍ଦ୍ରୀୟ ପଣ୍ୟାଗାର ନିଗମ (ଭାରତ ସରକାରଙ୍କ ସଂସ୍ଥା ) l ଆସିକା ଓ ଧରାକୋଟ ଅଂଚଳରେ ଥିବା ୫୦ ରୁ ଉର୍ଦ୍ଧ ମିଲ ରେ ପଡି ରହିଛି ୦୮ ହଜାର କୁଇଣ୍ଟାଲ ଚାଉଳ l ଏଥି ସହିତ ୫୮ ହଜାର କୁଇଣ୍ଟାଲ ଧାନ ପାଇଁ ଡେ଼ଲିଭେରୀ ସାର୍ଟିଫିକେଟ ମିଳିଥିଲେ ମଧ୍ୟ ମିଲର ମାନେ ଧାନ କୁ ଚାଉଳ ନକରି ମିଲରେ ମହଜୁଦ କରି ରଖିଛନ୍ତି l ଆସିକା କେନ୍ଦ୍ରୀୟ ପଣ୍ୟାଗାର ରେ ଓଜନ ହେବା ଲାଗି ଥିବା ୬୦ ମେଟ୍ରିକ ଟନ ଧର୍ମ କଣ୍ଟା ବା ଚାଉଳ ଗାଡି କୁ ଓଜନ କରୁଥିବା ମେସିନ ଖରାପ ହୋଇଯାଇଛି l ମରାମତିରେ ବିଳମ୍ବ କାରଣ ରୁ ମିଲ ରୁ କେନ୍ଦ୍ରୀୟ ପଣ୍ୟଗାର କୁ ଅଣାଯାଉଥିବା ଟ୍ରକ ଟ୍ରକ ଚାଉଳ ଗାଡି ଓଜନ ନହେବା କାରଣରୁ ଗାଡିକୁ ଗୁଡିକ ଛିଡା ହୋଇ ପଡ଼ିରହିଛି l ଯୋଗାଣ ବିଭାଗ ପକ୍ଷରୁ ନିଯୁକ୍ତି ଥିବା ପି ଆଇ ଚାଉଳ ଗାଡିକୁ ଓଜନ କରି ରଖିବା ସମ୍ଭବପର ହୋଇ ପାରୁନାହିଁ l ଜିଲ୍ଲା ଯୋଗାଣ ଅଧିକାରୀ ପୁଷ୍ପା ମୁଣ୍ଡା ଙ୍କୁ ପଣ୍ୟାଗାରରେ ଚାଉଳ ନରଖିବା ବିଷୟ ପାଚରାଜିବାରୁ ଏହି ଅସୁବିଧା ବିଷୟ ରେ ଉପରସ୍ଥ ଅଧିକାରୀଙ୍କୁ ଜଣାଇ ଦେଇଛି l ଦିନେ ଦୁଇ ଦିନ ମଧ୍ୟରେ କାର୍ଯ୍ୟ କ୍ଷମ ନହେଲେ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଛନ୍ତି l ଏପଟେ ଚାଉଳ ଗୁଡିକ ମିଲ ରେ ପଡି ପୋକ ଏବଂ କଲର ପରିବର୍ତ୍ତନ ହୋଇଗଲାଣି l ଧାନ ଗୁଡିକ ରେ ଗଜା ଲାଗିବା ଆରମ୍ଭ ହେଲାଣି ବୋଲି କିଛି ମିଲ କର୍ମଚାରୀ ପ୍ରକାଶ କରିଛନ୍ତି l ଅନ୍ୟ ପଟେ ଦିନକୁ ଶହ ଶହ ଶ୍ରମିକ ଓଜନ ମେସିନ ଠିକ ହୋଇଯିବ ଭାବି ପଣ୍ୟlଗାର କୁ ଆସି କେବଳ ଆପେକ୍ଷା କରି କରି ଦି ପଇସା ରୋଜଗାର ନକରି ଘରକୁ ଶୁଖିଲା ଫେରୁଛନ୍ତି l ଆଗକୁ ମୌସମୀ ଆସୁଥିବାରୁ ମିଲର ମାନେ ଚିନ୍ତରେ ରହିଛନ୍ତି l ଅସୁବିଧା ବିଷୟ ରେ ଭଞ୍ଜନଗର ଉପଜିଲ୍ଲାପାଳ ଅନିଲ କୁମାର ସେଠୀ ଙ୍କ ସହ ଅବଗତ କରାଯାଇଛି। ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।

nis-ad
Leave A Reply

Your email address will not be published.