ରାଜରାସ୍ତା ମଝିରେ ନଳକୂପ ଓ ଅଟୋ ଗ୍ୟାରେଜ : ସମସ୍ୟାରେ ପରିପୂର୍ଣ୍ଣ ଫୁଲବାଣୀ ସହର…


ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସହର ବିଭିନ୍ନ ସମସ୍ୟାରେ ଭରପୁର ଯଥା ଟ୍ରାଫିକ ସମସ୍ଯା,ପାର୍କିଂ ସମସ୍ୟା l ଫୁଲବାଣୀ ପୌରପରିଷଦ ଅନ୍ତର୍ଗତ ଆରଟିଓ ଅଫିସ,
ଜିରିଂପଡା ଠାରୁ ଆରମ୍ଭ କରି ମାଦିକୁନ୍ଦା ଛକ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ଵରେ ରହିଛି ଗଣ୍ଡା ଗଣ୍ଡା ୱାଟର ସର୍ଭିସିଂ ସେଣ୍ଟର l ତତସହିତ ଶ୍ରଦ୍ଧାଞ୍ଜଳୀ ଟକିଜ୍ ସମ୍ମୁଖରେ ଯାଇଥିବା ମୁଖ୍ୟ ରାଜରାସ୍ତା ମଝିରେ ଆଜକୁ ବହୁ ବର୍ଷ ହେବ ରହିଛି ଏକ ନଳକୂପ, ତା ପାଖକୁ ଲାଗି ମୂଖ୍ୟ ରାଜ ରାସ୍ତାରେ ରହିଛି ଅଟୋ ଗ୍ୟାରେଜ ତା ପାଖରେ ଅଛି କୁଢ କୁଢ ଅଳିଆ ଆବର୍ଜନା ଗଦା ଦୁର୍ଗନ୍ଧରେ ନାକ ଫାଟି ଯାଉଛି l ଦିନ ପ୍ରତି ଦିନ ଶହସ୍ରାଧିକ ଗାଡି ମଟର ଯିବା ଆସିବା l ସେହି ରାସ୍ତା ଦେଇ ଶିଶୁ ମନ୍ଦିର, ପବ୍ଲିକ ସ୍କୁଲ, କାରମେଲ ସ୍କୁଲ ଓ ସେଣ୍ଟ୍ରାଲ ସ୍କୁଲକୁ ଯାଉଛନ୍ତି ହଜାର ହଜାର ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ ଅଭିଭାବିକା l ଫଳରେ ଗୋଟେ ଗାଡି ଗଲେ ତାକୁ ଓଭର ଟେକ କରି ଯିବା ସମ୍ଭବ ହେଉ ନାହିଁ l ଅସାବଧାନତା ବଶତଃ ଯଦି ଗାଡି କ୍ଷିପ୍ର ଗତିରେ କିମ୍ବା ବ୍ରେକ୍ ଫେଲ ହେଲେ ଦୁର୍ଘଟଣା ସୁନିଶ୍ଚିତ l ଗତ ଦିନ ତଳେ ଉକ୍ତ ରାସ୍ତାରେ ସିରିଜ୍ ଦୁର୍ଘଟଣା ଘଟିଥିଲା l ଏଥିସହିତ ଫୁଲବାଣୀ ସହରରେ ଦିନକୁ ଦିନ ବଢିବାରେ ଲାଗିଛି ଟ୍ରାଫିକ ସମସ୍ୟା । କେବଳ ହେବି ୱେଟ ନେତା ମନ୍ତ୍ରୀ, ପୋଲିସ ମହାନିର୍ଦେଶକ ଆସିଲେ ଟ୍ରାଫିକ କଡାକଡି ତାପରେ ଯେମିତି ସେମିତି ଟ୍ରାଫିକ ଢ଼ିଲା l ଆଗ ଟ୍ରାଫିକ ଡିଉଟି ସବୁ ଛକରେ ହେଉଥିଲା ଯାହାକି ସକାଳେ ତିନି ଘଣ୍ଟା ଉପରବେଳା ତିନିଘଣ୍ଟା ଏବେ ଭଲରେ ଦୁଇଘଣ୍ଟା ଡ୍ୟୁଟି କଲେ ବଡକଥା l ସେହି ଦୁଇ ଘଣ୍ଟା ଭିତରେ


ଡିଉଟି ଧାରୀ ପୋଲିସ କୋଉ ଚା ଦୋକାନ ତ ଗାଡି ଉପରେ ବସି ମୋବାଇଲ ଦେଖା l କହିଲେ କହିବେ ବର୍ଷା ହେଉଛି, ଖରା ହେଉଛି ଆମେ ବି ତ ଜଣେ ମଣିଷ ଆମର ବି ଜୀବନ ଅଛି ଏପରି ଅନେକ କିଛି ସେହିପରି ବଜାରରେ ବାଇକଟିଏ କିମ୍ବା କାରଟିଏ ଆଣିଲେ ରଖିବା ଲାଗି ସ୍ଥାନ ନାହିଁ I ବ୍ୟବସାୟି ମାନେ ମୁନି ସପାଲଟି ନାଳ ଡେଇଁ ରାସ୍ତାରେ ଜିନିଷ ପତ୍ର ରଖି ବେପାର କରୁ ଛନ୍ତି । ରାସ୍ତା ଜାମ କରି ରଖୁଛନ୍ତି I ଫୁଲବାଣୀରେ ହାଟ ଦୈନିକ ପାରିବା ବଜାର ଥିଲେ ମଧ୍ଯ ସମ୍ପୂର୍ଣ୍ଣ ସତ୍ୟ ସାଇ ରୋଡ ପରିବା ବ୍ୟବସାୟୀ ମାନେ ଉଭୟ ପାର୍ଶ୍ୱରେ ବସି ରାସ୍ତା ଜାମ୍ କରୁଥିବା ଦେଖିବାକୁ ମିଳୁଛି l ଫଳରେ ଉକ୍ତ ରାସ୍ତା ଦେଇ ଆମ୍ବୁଲାନ୍ସ ସେବା ବ୍ୟାଘାତ ହେଉଛି l ଅନ୍ୟ ପଟେ ପରିବା ମାର କେଟକୁ ଗଲେ ମଧ୍ୟ ବାଇକ ରଖୁବାକୁ ସ୍ଥାନ ନାହିଁ I ସେଠାରେ ଅଟୋ ଚାଳକ ମାନେ ଅଟୋ ରଖିଛନ୍ତି । ସେହିପରି ପୋଷ୍ଟଅଫିସ ନିକଟରେ ଉଠା ଦୋକାନ ବସି ବେପାର କରୁଛନ୍ତି । ଗୋପବନ୍ଧୁ ଛକ ରାସ୍ତାର ଦୁଇ ପାଖରେ ଟାକ୍ସି ଭରୀ । ବିଜୁପଟନାୟକ ଛକ ରାସ୍ତାରେ ମଧ୍ୟ ଉଠା ଦୋକାନ ଓ, ଅଟୋ ରହୁଛି । ଅଭିଯୋଗ କଲେ ଉତ୍ତର ମିଲୁଛି ପୌରପରିଷଦକୁ ବଟି ଦିଆଯାଉଛି ଆମେ ଯେଉଁଠି ଚାହିଁବୁ ସେଠି ବ୍ୟବସାୟ କରିବୁ l ତା ସାଙ୍ଗକୁ ବୁଲା ଗୋରୁ ଗାଇଙ୍କ ଦୌରାତ୍ମ୍ୟ ଅତିଷ୍ଟ କରୁଛି । ଦୁର୍ଘଟଣା ମଧ୍ୟ ବଢୁଛି । ନେତା ରାଜନେତା ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନର ଉଚ୍ଚ ପଦସ୍ଥ ସମସ୍ତ ଅଧିକାରୀ ଉକ୍ତ ରାସ୍ତା ଦେଇ ଯିବା ଆସିବା କରୁଛନ୍ତି l କାହାର ମଧ୍ଯ ଖାତିର ନାହିଁ ସେଥିପ୍ରତି lଜିଲ୍ଲା ପ୍ରଶାସନ ଓ ମୁନିସପାଲଟି ଅଫିସର ଏଥିପ୍ରତି ଦୃଷ୍ଟି ଦେଇ ସହରକୁ ଟ୍ରାଫିକ ସମସ୍ୟା ରୁ ମୁକ୍ତ କରିବାକୁ ବୁଦ୍ଧିଜିବୀ ମହଲ ଓ ସର୍ବସାଧାରଣ ରେ ଦାବୀ ହେଉଛି । ତେବେ ଆଗକୁ ପ୍ରଶାସନ କି ପଦକ୍ଷେପ ନେଉଛି ଦେଖିବାକୁ ବାକି ରହିଲା ।

nis-ad
Leave A Reply

Your email address will not be published.